mike-rtoyan
ୱାଶିଂଟନ: କରୋନା ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କବାଣୀ ଶୁଣାଇଛି। ଏହି ଭାଇରସ୍ରେ ସାରା ବିଶ୍ୱରେ ୨୦ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି WHO କହିଛି। କରୋନା ଭ୍ୟାକ୍ସିନ୍ ଆବିଷ୍କାର ଓ ଏହାର ବିତରଣ ହେବା ପୂର୍ବରୁ ପାଖାପାଖି ୨୦ ଲକ୍ଷ ଲୋକଙ୍କ ଜୀବନ ଯାଇ ସାରିଥିବ ବୋଲି ସତର୍କବାଣୀ ଶୁଣାଇଛି WHO। କରୋନାକୁ ରୋକିବାକୁ ଯଦି ମିଳିତ ହୋଇ ପଦକ୍ଷେପ ନିଆ ନଯାଏ ତେବେ ସ୍ଥିତି ଭୟାନକ ହେବ ବୋଲି WHO କହିଛି।/odishatv-khabar/media/post_attachments/wp-content/uploads/2020/06/0ab0cb09a23b491e8c90f66016d009f2_18.jpeg)
ସୂଚନା ଥାଉକି ବିଶ୍ୱରେ କରୋନା ସଂକ୍ରମଣ ମାମଲା ୩ କୋଟି ୨୭ ଲକ୍ଷରୁ ଅଧିକ ରହିଛି। କରୋନା ମହାମାରୀରୁ ବିଶ୍ୱ ଏପର୍ଯ୍ୟନ୍ତ ବାହାରି ପାରିନାହିଁ। ନୂଆ ଭାବେ ହେଉଥିବା ସଂକ୍ରମଣ ପାଇଁ ଆମେ ଯୁବ ପିଢ଼ିଙ୍କୁ ଦୋଷ ଦେଇପାରିବା ନାହିଁ ବୋଲି WHOର ମାଇକ ରୟାନ କହିଛନ୍ତି। ମାଇକ ଆହୁରି ମଧ୍ୟ କହିଛନ୍ତି ଯେ ଘରେ ହେଉଥିବା ପାର୍ଟିଂ ଫଙ୍ଗ୍ସନରେ ବି କରୋନା ସଂକ୍ରମଣ ବ୍ୟାପୁଛି। ଏହି ପାର୍ଟିରେ ପିଲା ବୁଢ଼ା ସବୁ ସାମିଲ ହେଉଛନ୍ତି। ତେଣୁ ପରସ୍ପର ଉପରେ ଆଙ୍ଗୁଳି ନିର୍ଦ୍ଦେଶ ନ କରିବା ଦରକାର ବୋଲି ସେ କହିଛନ୍ତି।/odishatv-khabar/media/post_attachments/wp-content/uploads/2020/07/ilustrasi-pasien-virus-corona-atau-covid-19.jpg)
କରୋନା ଭାଇରସ୍ରେ ଆମେରିକାରେ ୨ ଲକ୍ଷ ୮ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଭାରତରେ ମଧ୍ୟ ଏଥିରେ ୯୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ସେହିପରି ବ୍ରାଜିଲ୍ରେ ୧ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଋଷରେ ମୃତ୍ୟୁ ସଂଖ୍ୟା ୨୦ ହଜାର ପାର୍ କରିଛି।/odishatv-khabar/media/post_attachments/content/servlet/RDESController.jpeg)
ତେବେ ସଂକ୍ରମଣ ମାମଲାରେ ସାରା ବିଶ୍ୱରେ ଆମେରିକା ନମ୍ବର ୱାନ୍ରେ ରହିଛି। ଏଠାର ସଂକ୍ରମଣ ସଂଖ୍ୟା ୭୨ ଲକ୍ଷରୁ ଅଧିକ ରହିଛି। ତେବେ କିଛି ମାସ ପୂର୍ବେ ସଂକ୍ରମଣ ରୋକିବା ପାଇଁ ବିଶ୍ୱରେ ପ୍ରଶଂସିତ ହେଉଥିବା ଭାରତ ଏବେ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତରେ ସଂକ୍ରମଣ ସଂଖ୍ୟା ୫୯ ଲକ୍ଷରେ ପହଞ୍ଚିଛି। ଖବର ସରବରାହ ସଂସ୍ଥା ରୟର୍ଟସର ଖବର ଅନୁସାରେ WHOର ଜରୁରୀକାଳୀନ କାର୍ଯ୍ୟକ୍ରମର ପ୍ରମୁଖ ମାଇକ ରୟାନ ୨୦ ଲକ୍ଷ ମୃତ୍ୟୁ ସଂଖ୍ୟାକୁ କେବଳ ଆକଳନ ନୁହେଁ, ଏହା ଆଶଙ୍କା ବୋଲି କହିଛନ୍ତି।/odishatv-khabar/media/post_attachments/site/wp-content/uploads/2020/02/139312164_m-scaled.jpg)
ସୂଚନା ଥାଉକି, କରୋନା ଭାଇରସ୍ ସଂକ୍ରମଣ ହେବା ପରଠାରୁ ୯ ମାସରେ ମୋଟ ୯.୯୩ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/mike-rtoyan_1625296143.jpg)