Advertisment

ଉନ୍ନାଓ ହତ୍ୟାକାଣ୍ଡ; ପ୍ରେମକୁ ଅସ୍ୱୀକାର କରିବାରୁ ପ୍ରେମିକାକୁ ବିଷ ଦେଇଥିଲା ଯୁବକ, ଅଭିଯୁକ୍ତ ଗିରଫ

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ଉନ୍ନାଓର ଦୁଇ ଝିଅଙ୍କର ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଇ ସପ୍ତାହରେ ଦୁଇ ଝିଅ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଅବସ୍ଥାରେ ଖେତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ। ସେହିପରି ଅନ୍ୟ ଜଣେ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରକାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କାନପୁର ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଜଘନ୍ୟ ହତ୍ୟାକାଣ୍ଡରେ ଗୁରୁବାର ୪ ଜଣଙ୍କୁ ଅଟକ ରଖାଯାଇଥିଲା। ସେଥିମଧ୍ୟରୁ ଆଜି ଦୁଇ ଜଣଙ୍କୁ […]

author-image
Abinash Pati
ଉନ୍ନାଓ ହତ୍ୟାକାଣ୍ଡ; ପ୍ରେମକୁ ଅସ୍ୱୀକାର କରିବାରୁ ପ୍ରେମିକାକୁ ବିଷ ଦେଇଥିଲା ଯୁବକ, ଅଭିଯୁକ୍ତ ଗିରଫ

unnao

ଉତ୍ତରପ୍ରଦେଶ: ଉତ୍ତର ପ୍ରଦେଶ ଉନ୍ନାଓର ଦୁଇ ଝିଅଙ୍କର ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଏଇ ସପ୍ତାହରେ ଦୁଇ ଝିଅ ଆଶ୍ଚର୍ଯ୍ୟଜନକ ଭାବେ ମୃତ୍ୟୁ ଅବସ୍ଥାରେ ଖେତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ ପରିବାର ଲୋକେ। ସେହିପରି ଅନ୍ୟ ଜଣେ ଝିଅଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରକାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ କାନପୁର ହସ୍‌ପିଟାଲ୍‌ରେ ତାଙ୍କର ଚିକିତ୍ସା ଚାଲିଛି।

Advertisment

ଏହି ଜଘନ୍ୟ ହତ୍ୟାକାଣ୍ଡରେ ଗୁରୁବାର ୪ ଜଣଙ୍କୁ ଅଟକ ରଖାଯାଇଥିଲା। ସେଥିମଧ୍ୟରୁ ଆଜି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍। ମୁଖ୍ୟ ଅଭିଯୁକ୍ତର ନା ବିନୟ ଓରଫ୍ ଲମ୍ବୁ। ସେହିପରି ଅନ୍ୟ ଜଣେ ତାର ନାବାଳକ ବନ୍ଧୁ। ଦୁଇ ଗିରଫ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ବିନୟ ହିଁ ତିନି ଝିଅଙ୍କୁ ବିଷ ଦେଇଥିବା ପୋଲିସ୍ କହିଛି।

ପୋଲିସର ସୂଚନା ଅନୁସାରେ ବିନୟ ମୃତ ଝିଅମାନଙ୍କ ମଧ୍ୟରୁ ଜଣକୁ ଭଲ ପାଉଥିଲା। ଏ ନେଇ ସେ ତାର ପ୍ରେମିକା ପାଖରେ ପ୍ରସ୍ତାବ ବି ରଖିଥିଲା। କିନ୍ତୁ ଯୁବତୀ ଜଣକ ପ୍ରସ୍ତାବରେ ରାଜି ନହେବାରୁ ବିନୟ ରାଗରେ ତାକୁ ବିଷ ପିଆଇ ଦେଇଥିଲା।

Advertisment

[caption id="" align="aligncenter" width="819"]publive-image ଉନ୍ନାଓ ହତ୍ୟା ଘଟଣାରେ ଘଟଣା ସ୍ଥଳରେ ପୋଲିସର ତନାଘନା (pic credit- indiatoday )[/caption]

ଲକ୍ଷ୍ନୌ ରେଞ୍ଜ୍ ଆଇଜି ଲକ୍ଷ୍ମୀ ସିଂହଙ୍କ କହିବା ଅନୁସାରେ ବିନୟ ଭଲପାଉଥିବା ଯୁବତୀଙ୍କୁ ଫୋନ୍‌ ନମ୍ବର ବି ମାଗିଥିଲା। କିନ୍ତୁ ଯୁବତୀ ଜଣକ ନମ୍ବର ଦେବାକୁ ମନା କରିଦେଇଥିଲେ। ଏଥିରେ ବିନୟ କ୍ଷ୍ୟୁବ୍ଧ ହୋଇଯାଇଥିଲା। ଏହାପରେ ପାଣିରେ କୀଟନାଶକ ମିଶାଇ ଯୁବତୀଙ୍କୁ ପିଆଇ ଦେଇଥିଲା। କିନ୍ତୁ ବିନୟ କେବଳ ତା ପ୍ରେମିକାକୁ ମାରିବାକୁ ଚାହୁଁଥିଲା। ଅନ୍ୟ ଦୁଇ ଜଣଙ୍କ ସହିତ ତାର କୌଣସି ଶତ୍ରୁତା ନଥିଲା।

ତେବେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବତୀ ଜଣକ ତାର ପ୍ରେମିକା ବୋଲି ବିନୟ ପୋଲିକୁ କହିଛି।

[caption id="" align="aligncenter" width="990"]Officials investigating the site near Baburaha village in UP's Unnao on Friday, where three girls were found in a critical condition ଉନ୍ନାଓ ମାମଲାରେ ଯାଞ୍ଚ ଚାଲିଛି[/caption]

ଘଟଣା ସମ୍ପର୍କରେ ସୂଚନା ଦେଇ ପୋଲିସ୍‌ କହିଛି ଯେ ଘଟଣା ଦିନ ବିନୟ ପ୍ରେମିକା ସହିତ ଅନ୍ୟ ଦୁଇ ଝିଅଙ୍କ ହାତରେ ଚଟ୍‌ପଟା ଖାଦ୍ୟ ପ୍ୟାକେଟ୍‌ ମଗାଇଥିଲା। ବିଷ ମିଶା ପାଣି ପ୍ରେମିକାକୁ ଦେବା ପରେ ତା'ରି ବୋତଲରୁ ଅନ୍ୟ ଦୁଇ ଝିଅ ପାଣି ପିଇ ଦେଇଥିଲେ। ଏହାର କିଛି ସମୟ ପରେ ବିଷର ଜ୍ୱାଳାରେ ସମସ୍ତଙ୍କ ମୁହଁରୁ ବାଚୁ(ଫେଣ) ବାହାରିଥିଲା। ଏହା ଦେଖିବା ପରେ ଦୁଇ ଅଭିଯୁକ୍ତ ଭୟରେ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲେ।

ପୋଲିସର ସୂଚନା ଅନୁସାରେ ଘଟଣା ସ୍ଥଳରୁ କୀଟନାଶକ ବୋତଲ ସହିତ, ଖାଲି ପାଣି ବୋତଲ, ଜଳିଯାଇଥିବା ସିଗାରେଟ୍ ଓ ଚିପ୍‌ସର ଖାଲି ପ୍ୟାକେଟ୍‌ ବି ମିଳିଛି।

[caption id="" align="aligncenter" width="1200"]उन्नाव केस में पुलिस की जांच जारी (फोटो- पीटीआई) ଉନ୍ନାଓ ମାମଲା ଯାଞ୍ଚ କରୁଛି ପୋଲିସ୍[/caption]

ଏପଟେ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ସୂଚନା ଅନୁସାରେ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ଆହତ ଯୁବତୀଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ। ସେହିପରି ଆହତ ଯୁବତୀଙ୍କ ଚିକିତ୍ସା ଖର୍ଚ୍ଚ ବି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ କରାଯିବା ବୋଲି ମାଜିଷ୍ଟ୍ରେଟ୍ ସୂଚନା ଦେଇଛନ୍ତି।

ଉନ୍ନାଓ ଓସାହା ଥାନା ଅନ୍ତର୍ଗତ ପାଠକପୁର ଗ୍ରାମ ପଞ୍ଚାୟତର ମଜରେ ବୁବୁରହାରେ ବୁଧବାର ଦିନ ୩ ବେଳେ ପିଉସୀ ଓ ଝିଆରୀ ନିଜର ଗୃହପାଳିତ ପଶୁଙ୍କ ପାଇଁ ଚାରା ଆଣିବାକୁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ପର୍ଯ୍ୟନ୍ତ ନ ଫେରିବାରୁ ପରିବାର ଲୋକ ସନ୍ଦେହ କରି ଖୋଜାଖୋଜି ଆରମ୍ଭ କରିଥିଲେ। ପରିବାର ଲୋକଙ୍କ କହିବା କଥା ହେଲା ଖେତରେ ୩ ଝିଅ କପଡ଼ାରେ ବନ୍ଧା ହୋଇ ମରଣ ଅବସ୍ଥାରେ ପଡ଼ିଥିଲେ। ତିନିଜଣଙ୍କ ମୁହଁରୁ ଫେଣ ବାହାରୁଥିଲା। ପରେ ସମସ୍ତଙ୍କୁ ଡାକ୍ତରଖାନା ନେବା ପରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ଓ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିଲା।

[caption id="" align="aligncenter" width="813"]publive-image ଉନ୍ନାଓ ମୃତକାଙ୍କ ଶୋକ ସନ୍ତପ୍ତ ପରିବାର[/caption]

ତେବେ ଚିକିତ୍ସିତ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ସୁଧୁରୁଛି। ଯୁବତୀ ଜଣକ ହାତ ପାଦ ବି ହଲାଉଛନ୍ତି ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

Advertisment
Advertisment