twiter
ନୂଆଦିଲ୍ଲୀ: ଟ୍ୱିଟରରେ ଲଦାଖକୁ ଚୀନର ଅଂଶବିଶେଷ କୁହାଯିବା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ସଂଯୁକ୍ତ ସଂସଦୀୟ କମିଟି।
ଏନେଇ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଛନ୍ତି ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି। ଏହି ଘଟମାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମିନାକ୍ଷୀ କହିଛନ୍ତି, ଏହା ଭାରତର ସାର୍ବଭୌମତ୍ୱ ପ୍ରତି ବିରୁଦ୍ଧାଚରଣ । ଏହା ଏକ ଫୌଜଦାରୀ ଅପରାଧ। ଏଥିପାଇଁ ଦୋଷୀକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ମିନାକ୍ଷୀ କହିଛନ୍ତି। ଟ୍ୱିଟର ଲୋକେସନ ସେଟିଂରେ ଲଦାଖ ଚୀନ ଅଂଶବିଶେଷ ଦର୍ଶାଯାଇଥିଲା।
ଲେହ ମ୍ୟାପ୍ ବିବାଦୀୟ ମାମଲା ବ୍ୟତୀତ ଟ୍ୱିଟରକୁ ଏହାର ଆଇନିଗତ କାର୍ଯ୍ୟଶୈଳୀ ବିଷୟରେ ପଚରାଯାଇଥିଲା। କପରି କଣ୍ଟେଣ୍ଟ ଫେରାଇ ନିଆଯାଏ କିପରି ମ୍ୟୁଟ୍ କରାଯାଏ ଏ ସମ୍ପର୍କରେ ବି ଟ୍ୱଟରକୁ ପ୍ରଶ୍ନ ହୋଇଛି।
କ’ଣ ଏହି ମ୍ୟାପ୍ ବିବାଦ ?
ଚଳିତ ମାସ ଆରମ୍ବରୁ ପ୍ରତିରକ୍ଷା କ୍ଷେତ୍ରରେ ସାମ୍ବାଦିକତା କରୁଥିବା ନୀତୀନ ଗୋଖ୍ଲେ ଟ୍ୱିଟର୍ର ଏହି ଭୁଲ୍କୁ ଦେଖିଥିଲେ। ଲେହ ଚାଇନାର ଅଂଶବିଶେଷ ବୋଲି ଦେଖାଇଥିଲା ଟ୍ୱିଟର। ଏହାପରେ ଗୋଖ୍ଲେ ଏହି ଘଟଣାକୁ ଟ୍ୱିଟ୍ କରିବା ପରେ ବିବାଦ ଘନେଇଥିଲେ। ଅନେକ ସାମ୍ବାଦିକ ଏଥିପାଇଁ ସ୍ୱର ଉତ୍ତୋଳନ କରିବା ସହିତ ଟ୍ୱିଟର ଠାରୁ ଉତ୍ତର ମାଗିଥିଲେ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷକୁ ଟ୍ୱିଟର୍କୁ ୱାର୍ଣ୍ଣଂ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/twiter_1625176098.jpg)