Advertisment

ପୁଣି ବଢିଲା ଟ୍ୱିଟର ପାଇଁ ଅଡ଼ୁଆ: ଚାଇଲ୍‌ଡ ପର୍ଣ୍ଣୋଗ୍ରାଫି ବିରୋଧରେ ମାମଲା

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସୋସିଆଲ ସାଇଟ୍ ଟ୍ୱିଟର ବିରୋଧରେ ପୁଣି ମାମଲା । ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି । ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ…

ଅଦ୍ୟତନ ହୋଇଛି
ପୁଣି ବଢିଲା ଟ୍ୱିଟର ପାଇଁ ଅଡ଼ୁଆ: ଚାଇଲ୍‌ଡ ପର୍ଣ୍ଣୋଗ୍ରାଫି ବିରୋଧରେ ମାମଲା

twitter

Advertisment

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସୋସିଆଲ ସାଇଟ୍ ଟ୍ୱିଟର ବିରୋଧରେ ପୁଣି ମାମଲା । ଶିଶୁ ଯୌନ ଅଶ୍ଳୀଳତା ଅଭିଯୋଗରେ ଦିଲ୍ଲୀରେ ଏହି ମାମଲା ରୁଜୁ ହୋଇଛି । ଟ୍ୱିଟର ବିରୋଧରେ ଏହା ୪ର୍ଥ ମାମଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ ବା NCPCRଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ଶିଶୁଙ୍କୁ ନେଇ କିଛି ଅଶ୍ଳୀଳତା ଟ୍ୱିଟରରେ ବାରମ୍ବାର ପୋଷ୍ଟ କାରଯାଉଥିବା NCPCR ଅଭିଯୋଗ କରିଛି ।

Advertisment

ବିଭିନ୍ନ ଆକାଉଣ୍ଟ ଓ ଲିଙ୍କରେ ଶିଶୁ ଯୌନ ଉତ୍ପୀଡ଼ନ ଘଟଣା ପୋଷ୍ଟ କରାଯାଉଥିବାରୁ ଏ ନେଇ NCPCR ଦିଲ୍ଲୀ ପୋଲିସକୁ ବାରମ୍ବାର ଅବଗତ କରିଥିଲା। ପୋକ୍ସୋ ଆକ୍ଟ ଓ ଆଇଟି ଆକ୍ଟ ଅଧୀନରେ କମ୍ପାନୀ ବିରୋଧରେ ମାମଲା ଦାଏର କରିଛି ଦିଲ୍ଲୀ ପୋଲିସ।  ଟ୍ୱିଟରଠାରୁ କେନ୍ଦ୍ର ସରକାର ଆଇନଗତ ସୁରକ୍ଷା ହଟାଇ ନେବା ପରେ କମ୍ପାନୀ ବିରୋଧରେ ଏହା ଚତୁର୍ଥ ମାମଲା।

ସେପଟେ ଦେଶର ଆଇନ ପାଳନ କରିବାକୁ ଫେସ୍‌ବୁକ୍‌ ଓ ଗୁଗୁଲ୍‌ର ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଛି ସୂଚନା ପ୍ରଯୁକ୍ତି ସଂପର୍କିତ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି । ସୋସିଆଲ୍ ମିଡିଆ ଅପବ୍ୟବହାର ଓ ନାଗରିକଙ୍କ ଅଧିକାରର ସୁରକ୍ଷା ପ୍ରସଙ୍ଗରେ ପକ୍ଷ ରଖିବାକୁ ସେମାନଙ୍କୁ ହାଜର ହେବାକୁ ସମନ ହୋଇଥିଲା । ଗତକାଲି ସେମାନେ ହାଜର ହେବା ପରେ ନୂଆ ଆଇଟି ନିୟମ ସମେତ ଦେଶର ସମସ୍ତ ଆଇନ ଅନୁସାରେ କାମ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛି ଶଶୀ ଥରୁର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ।

Advertisment

କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ଲାଗି ରହିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି । କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ଟ୍ୱିଟର ଜାଣିଶୁଣି ଅମାନ୍ୟ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଅଭିଯୋଗ କରିଥିବା ବେଳେ ଏବେ କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛି ଟ୍ୱିଟର । ରବିବଶଙ୍କର ଟ୍ୱିଟର ଆକାଉଣ୍ଟକୁ ଗୋଟିଏ ଘଣ୍ଟା ପାଇଁ ଅଚଳ କରିଦେଇଥିବାବେଳେ  ମାନଚିତ୍ରରେ ଜାମ୍ମୁ ଓ କାଶ୍ମୀରକୁ ଭାରତରୁ ଅଲଗା  ଏବଂ ସ୍ୱତନ୍ତ୍ର ଦେଶ ଭାବେ ଦର୍ଶାଯାଇଛି । ଟ୍ୱିଟର ଟ୍ୱିଫ୍‌ ଲାଇଫରେ ଏହି ଭୁଲ ମାନଚିତ୍ର ସ୍ଥାନ ପାଇଛି । ଏହି ଭୁଲ ମ୍ୟାପ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ସାରା ଦେଶରେ କଡ଼ା ପ୍ରତିକ୍ରିୟା ଦେଖାଦେଇଛି ।

ସେତିକି ନୁହେଁ, ଗତବର୍ଷ ଲଦାଖ ସ୍ଥିତ ଲେହ ଅଂଚଳକୁ ଚୀନ ସୀମା ଭିତରେ ଥିବା ଦର୍ଶାଇଥିଲା ଏହି ମାଇକ୍ରୋବ୍ଲଗିଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ।

Advertisment
Twitter Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ