twiter
ନୂଆଦିଲ୍ଲୀ: ଭାରତବାସୀଙ୍କୁ କ୍ଷମା ମାଗିଲା ଟ୍ୱିଟର। ଲେହ ଓ ଲଦାଖକୁ ଚାଇନାର ସ୍ଥାନ ଦର୍ଶାଇ ଭୁଲ୍ କରିଥିବା ଟ୍ୱିଟର ଭାରତର ସଂସଦୀୟ କମିଟିକୁ କ୍ଷମାପ୍ରାର୍ଥନା କରିବା ସହିତ ଖୁବ୍ଶୀଘ୍ର ତ୍ରୁଟି ସଂସୋଧନ କରିବ ବୋଲି କହିଛି।
ମିଳିଥିବା ସୂଚନା ଅନୁସାରେ, ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏନେଇ ମିଳିତ ସଂସଦୀୟ କମିଟିକୁ ଜଣାଇଛି। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଉପରେ ମିଳିତ ସଂସଦୀୟ କମିଟିକୁ କହିବା ବେଳେ ନଭେମ୍ବର ୩୦ ତାରିଖ ସୁଦ୍ଧା ଏହି ତ୍ରୁଟି ସଂଶୋଧନ କରାଯିବା ବୋଲି ଟ୍ୱିଟର କହିଛି।
ଏ ନେଇ ଖବର ସରବରାହ ସଂସ୍ଥା ପିଟିଆକୁ ସୂଚନା ଦେଇଛନ୍ତି ସଂସଦୀୟ ପାନେଲ୍ ଅଧ୍ୟକ୍ଷା ମିନାକ୍ଷୀ ଲେଖି। ଲେହ ଓ ଲଦାଖକୁ ଚାଇନାର ଅଙ୍ଗ ବୋଲି ଦର୍ଶାଇଥିବା ଟ୍ୱଟର ତା ଭୁଲ୍ ପାଇଁ ଲିଖିତ ଭାବେ କ୍ଷମା ପ୍ରାର୍ଥନା କରିଛି ବୋଲି ମିନାକ୍ଷୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି “ ଭାରତୀୟ ମ୍ୟାପ୍ର ଭୁଲ୍ ଜିଓ ଟ୍ୟାଗିଂ ପାଇଁ ଟ୍ୱିଟର ଚିଫ୍ ପ୍ରାଇଭେସି ଅଫିସର ଡାମିନ କାରୀନ ହସ୍ତାକ୍ଷାର ଥିବା ଏକ ଆଫିଡେଫିଟ୍ ପଠାଇଛି।”
ଏଭଳି ତ୍ରୁଟି କରି ଭାରତୀୟ ଭାବନାକୁ ଆଘାତ ଦେଇଥିବାରୁ ଟ୍ୱିଟର କ୍ଷମା ମାଗିଛି। ଏବଂ ନଭେମ୍ବର ୩୦, ୨୦୨୦ ସୁଦ୍ଧା ତ୍ରୁଟି ସଂଶୋଧନ କରିବାକୁ ଟ୍ୱିଟର ଶପଥ ନେଇଛି ବୋଲି ମିନାକ୍ଷୀ ଲେଖ କହିଛନ୍ତି।
ଟ୍ୱିଟର ଲେହ ଓ ଲଦାଖକୁ ଚୀନ୍ର ଅଂଶ ଦର୍ଶାଇଥିବାରୁ ଟ୍ୱିଟର ଉପରେ କ୍ଷ୍ୟୁବ୍ଧ ହୋଇଥିଲେ ଭାରତ ସରକାର। ଏହାକୁ ନେଇ ବିବାଦ ବଢ଼ିବାରୁ ଟ୍ୱିଟର ଠାରୁ ଲିଖିତ ଉତ୍ତର ମାଗିଥିଲେ ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି। ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମିନାକ୍ଷୀ କହିଥିଲେ, ଏହା ଭାରତର ସାର୍ବଭୌମତ୍ୱ ପ୍ରତି ବିରୁଦ୍ଧାଚରଣ। ଏହା ଏକ ଫୌଜଦାରୀ ଅପରାଧ। ଏଥିପାଇଁ ଦୋଷୀକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ବୋଲି ସେ କହିଥିଲେ। ଏହାପରେ ଅକ୍ଟୋବର ୨୯ରେ ଟ୍ୱିଟର ପକ୍ଷରୁ ମୌଖିକ ଭାବେ କ୍ଷମା ପ୍ରାର୍ଥନା କରାଯାଇଥିଲା।
ଅକ୍ଟୋବର ଆରମ୍ବରୁ ପ୍ରତିରକ୍ଷା କ୍ଷେତ୍ରରେ ସାମ୍ବାଦିକତା କରୁଥିବା ନୀତୀନ ଗୋଖ୍ଲେ ଟ୍ୱିଟର୍ର ଏହି ଭୁଲ୍କୁ ଦେଖିଥିଲେ। ଲେହ ଚାଇନାର ଅଂଶବିଶେଷ ବୋଲି ଦେଖାଇଥିଲା ଟ୍ୱିଟର। ଏହାପରେ ଗୋଖ୍ଲେ ଏହି ଘଟଣାକୁ ଟ୍ୱିଟ୍ କରିବା ପରେ ବିବାଦ ଘନେଇଥିଲେ। ଅନେକ ସାମ୍ବାଦିକ ଏଥିପାଇଁ ସ୍ୱର ଉତ୍ତୋଳନ କରିବା ସହିତ ଟ୍ୱିଟର ଠାରୁ ଉତ୍ତର ମାଗିଥିଲେ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷକୁ ଟ୍ୱିଟର୍କୁ ୱାର୍ଣ୍ଣଂ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/twiter_1625104922.jpg)