/odishatv-khabar/media/post_attachments/uploadimage/library/16_9/16_9_0/obama_1626154057.jpg)
obama
ୱାଶିଂଟନ୍: ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଭୟଙ୍କର ଭାବେ ବଢୁଥିବାବେଳେ ଏହାକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ। ଏପରି ପରିସ୍ଥିତିରେ ଟ୍ରମ୍ପ ପ୍ରଶାସନ କଡ଼ା ସମାଲୋଚନାର ଶିକାର ହେଉଛି। ଏ ନେଇ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମାଙ୍କୁ ଟାର୍ଗେଟ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଜଣେ ଅଯୋଗ୍ୟ ରାଷ୍ଟ୍ରପତି ବୋଲି କହିଛନ୍ତି ଟ୍ରମ୍ପ।
ଶନିବାର ଛାତ୍ରମାନଙ୍କ ସହ ଏକ ଭିଡିଓ ଲିଙ୍କରେ ଆଲୋଚନା ସମୟରେ ଓବାମା ଟ୍ରମ୍ପ ସରକାରଙ୍କ ଉଦ୍ଦେଶ୍ୟରେ କହିଥିଲେ,‘ଏମିତି ଅନେକ ଅଛନ୍ତି ଯେଉଁମାନେ ତାଙ୍କୁ ଦିଆଯାଇଥିବା ଦାୟିତ୍ୱ ଠିକ୍ରେ ସମ୍ଭାଳି ପାରନ୍ତି ନାହିଁ।’ ଏହା ପୂର୍ବରୁ ମଧ୍ୟ ଓବାମା କରୋନା ମୁକାବିଲା କରିବାରେ ଆମେରକା ପ୍ରଶାସନର ଭୂମିକାକୁ ’ଅରାଜକ ବିପତ୍ତି’ ବୋଲି କହିଥିଲେ ।
ଏହା ପରେ ଟ୍ରମ୍ପ ଓବାମାଙ୍କୁ ଟାର୍ଗଟ କରିଛନ୍ତି। ଟ୍ରମ୍ପ କହିଛନ୍ତି ‘ସେ ଜଣେ ଅଯୋଗ୍ୟ ରାଷ୍ଟ୍ରପତି। ବହୁତ ଅଯୋଗ୍ୟ। ’ ଏଥିସହିତ କରୋନା ମୁକାବିଲା ନେଇ ଆମେରିକା ପ୍ରଶାସନର ଭୂମିକାକୁ ପ୍ରଶଂସା କରି କହିଛନ୍ତି, ‘ଏ କ୍ଷେତ୍ରରେ ଆମେ ଯଥେଷ୍ଟ ଆଗରେ ଅଛୁ।’
ଟ୍ରମ୍ପ କହିଛନ୍ତି, ଆମେ ଅନେକ ବୈଠକ କରିଛୁ। ଅନେକ ମାମଲାରେ ଆମେ ଯଥେଷ୍ଟ ଅଗ୍ରଗତି କରିଛୁ। ଏସବୁ ମାମଲା ମଧ୍ୟରେ କରୋନା ମୁକାବିଲା ବି ରହିଛି। ‘
ଅବଶ୍ୟ ଆମେରିକାରେ କରୋନା ଜନିତ ମୃତ୍ୟୁ ହାରକୁ ଦେଖିଲେ ଟ୍ରମ୍ପଙ୍କ ଏପରି ବୟାନ ହାସ୍ୟାସ୍ପଦ ମନେ ହୁଏ। କାରଣ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୯ ହଜାରରେ ପହଞ୍ଚିଥିବାବେଳେ ୧୪ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)