Advertisment

ଟ୍ରାନ୍ସପ୍ଲାଣ୍ଟ ପାଇଁ ହାର୍ଟ ନେଇ ଆସୁଥିବା ହେଲିକପ୍ଟର ହସ୍‌ପିଟାଲ ଛାତରେ କ୍ରାସ୍‌; ତଥାପି ହେଲା ସଫଳ ପ୍ରତିରୋପଣ

କାର୍ଲିଫର୍ଣ୍ଣିଆ: ଜୀବନ ବଞ୍ଚାଇବା ପାଇଁ ହାର୍ଟ ନେଇ ଯାଉଥିଲା ହେଲିକପ୍ଟର। କିନ୍ତୁ ହସ୍‌ପିଟାଲ୍‌ରେ ଲ୍ୟାଣ୍ଡିଂ କରିବା ପୂର୍ବରୁ କ୍ରାସ୍ ହୋଇଗଲା। ଏହା ପରେ ଯାହା ଘଟିଲା ତାହା କେଉଁ ହଲିଉଡ୍‌ ଫିଲ୍ମ ପରି ଲାଗୁଥିଲେ ବି କଥା ଟା ସତ। ଘଟଣା ଘଟିଛି ଆମେରିକାର କାର୍ଲିଫର୍ଣ୍ଣିଆ ସହରରେ। ପୂର୍ବ ଲସଏଞ୍ଜେଲେସ୍‌ର ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟଜଣକ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। ଏଥିପାଇଁ କୌଣସି ମତେ ଯୋଗାଯୋଗ କରାଯାଇ ସାନ୍‌ ଡେଇଗୋରୁ କେକ୍‌ ହସ୍‌ପିଟାଲକୁ ହାର୍ଟ ନେଇ […]

ଅଦ୍ୟତନ ହୋଇଛି
ଟ୍ରାନ୍ସପ୍ଲାଣ୍ଟ ପାଇଁ ହାର୍ଟ ନେଇ ଆସୁଥିବା ହେଲିକପ୍ଟର ହସ୍‌ପିଟାଲ ଛାତରେ କ୍ରାସ୍‌; ତଥାପି ହେଲା ସଫଳ ପ୍ରତିରୋପଣ

helicopter

Advertisment

କାର୍ଲିଫର୍ଣ୍ଣିଆ: ଜୀବନ ବଞ୍ଚାଇବା ପାଇଁ ହାର୍ଟ ନେଇ ଯାଉଥିଲା ହେଲିକପ୍ଟର। କିନ୍ତୁ ହସ୍‌ପିଟାଲ୍‌ରେ ଲ୍ୟାଣ୍ଡିଂ କରିବା ପୂର୍ବରୁ କ୍ରାସ୍ ହୋଇଗଲା। ଏହା ପରେ ଯାହା ଘଟିଲା ତାହା କେଉଁ ହଲିଉଡ୍‌ ଫିଲ୍ମ ପରି ଲାଗୁଥିଲେ ବି କଥା ଟା ସତ। ଘଟଣା ଘଟିଛି ଆମେରିକାର କାର୍ଲିଫର୍ଣ୍ଣିଆ ସହରରେ।The hospital where the incident happened

Advertisment

ପୂର୍ବ ଲସଏଞ୍ଜେଲେସ୍‌ର ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟଜଣକ ହାର୍ଟ ଟ୍ରାନ୍ସପ୍ଲାଣ୍ଟ ହେବାର ଥିଲା। ଏଥିପାଇଁ କୌଣସି ମତେ ଯୋଗାଯୋଗ କରାଯାଇ ସାନ୍‌ ଡେଇଗୋରୁ କେକ୍‌ ହସ୍‌ପିଟାଲକୁ ହାର୍ଟ ନେଇ ଆସିଥିଲା ହେଲିକପ୍ଟର। କିନ୍ତୁ ଦୁର୍ଭାଗ୍ୟ ବଶତଃ କେକ୍ ହସ୍‌ପିଟାଲ ଛାତରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ହେଲିକପ୍ଟରଟି କ୍ରାସ ହୋଇଯାଇଥିଲା। ଏଥିରେ ଦୁଇ ଷ୍ଟାଫ୍‌ ଓ ଚାଳକ ମଧ୍ୟ ଆହାତ ହୋଇଥିଲେ।

ଏହାପରେ ଅଗ୍ନିସମ କର୍ମଚାରୀମାନେ ତୁରନ୍ତ ହାର୍ଟଟିକୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରୁ କାଢ଼ିବାକୁ ବ୍ୟବସ୍ଥା କରିଥିଲେ। ହାଇଡ୍ରୋଲିକ କଟର ସାହାଯ୍ୟରେ ହେଲିକପ୍ଟରକୁ କାଟି ହାର୍ଟ ଉଦ୍ଧାର କରାଯାଇଥିଲା। ଏହାପରେ ଜଣେ ମେଡିକାଲ କର୍ମଚାରୀଙ୍କୁ ହାର୍ଟ ଦେଇଥିଲେ ଅଗ୍ନିଶମ କର୍ମଚାରୀ। ତେବେ ଉଦ୍ଧାର ଡ୍ରାମା ଏତିକିରେ ସରିନଥିଲା।

Advertisment

publive-image

ମେଡିକାଲ କର୍ମଚାରୀ ଜଣକ ହାର୍ଟ ଧରି ତରତର ହୋଇ ଆସୁଥିବା ବେଳେ ହାର୍ଟ ତାଙ୍କ ହାତରୁ ତଳକୁ ଖସିପଡ଼ିଥିଲା। ଏହା ପରେ ପୁଣିଥରେ ଅଗ୍ନିସମ କର୍ମଚାରୀ ହାର୍ଟଟିକୁ ତଳୁ ଉଠାଇ ମେଡିକାଲ କର୍ମଚାରୀଙ୍କ ହାତରେ ଦେଇଥିଲେ।

publive-image

କୁହନ୍ତି ନି ? ଫିଲ୍ମରେ ଯେପରି ସସ୍‌ପେନ୍ସ ଓ ଫାଇଟ୍‌ ପରେ ଶେଷରେ ହ୍ୟାପି ଏଣ୍ଡିଂ ହୋଇଥାଏ, ଏଠି ବି ଠିକ୍ ସେମିତି ହେଲା। ଡାକ୍ତରମାନେ ହାର୍ଟ ପରୀକ୍ଷା କରିବା ପରେ ଏହା ବ୍ୟବହାର ଉପଯୋଗୀ ଥିବା ଜାଣିବାକୁ ପାଇଥିଲେ। ଶେଷରେ ବ୍ୟକ୍ତିଙ୍କ ଶରୀରରେ ହାର୍ଟ ଟ୍ରାନ୍ସପ୍ଲାଟ୍‌ ସଫଳ ହୋଇପାରିଥିଲା।

Advertisment

An AgustaWestland AW109 medical helicopter flying from San Diego is seen above getting ready to land onto the roof of Keck Hospital in East Los Angeles on Friday afternoon

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ