/odishatv-khabar/media/post_attachments/uploadimage/library/16_9/16_9_0/3-1_1625051283.jpg)
3
ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ। ୧୯୭୧ ପାକିସ୍ତାନ ବିରୋଧୀ ଯୁଦ୍ଧରେ ନୌସେନାର ସଫଳତାକୁ ସ୍ମାରକୀ ଭାବେ ନୌସେନା ଦିବସ ପାଳନ କରାଯାଉଛି।
୧୯୭୧ ଯୁଦ୍ଧ- ଅପରେସନ ଟ୍ରାଇଡେଣ୍ଟରେ ସାମିଲ ହୋଇ ନୌସେନା ଆଜିର ଦିନରେ ପାକିସ୍ତାନର ୪ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରିବା ସହ ଶତାଧିକ ପାକିସ୍ତାନୀ ସୈନ୍ୟଙ୍କୁ ମାରିଥିଲା। ଏହା ଭିତରେ ଶକ୍ତିଶାଳୀ ପିଏନ୍ଏସ୍ ଖାଇବର ମଧ୍ୟ ଥିଲା।
ନୌସେନା ଦିବସ ଓ ନୌସେନା ସପ୍ତାହରେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମମାନ ପରିବେଷଣ ହୋଇଥାଏ। ବିଶେଷ କରି ନୌସେନା ବେସ୍ରେ ଏହି ଦିନଟିକୁ ଧୁମଧାମରେ ପାଳନ କରାଯାଇଥାଏ। ଏହାଛଡ଼ା ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥାଏ।
ଚଳିତ ବର୍ଷ କରୋନା କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସଂକୁଚିତ ଓ ଭର୍ଚୁଆଲ୍ କରାଯାଇଛି। ଏହି ବର୍ଷ ନୌସେନା ଦିବସର ଥିମ୍ ରହିଛି ‘ଇଣ୍ଡିଆନ ନେଭି କମ୍ବାଟ ରେଡି, କ୍ରେଡିବଲ୍ ଆଣ୍ଡ୍ କୋହେସିଭ୍’। ଦେଶର ଉତ୍ତର ସୀମାନ୍ତରେ ଚୀନ୍ର ଆକ୍ରମଣ ଉଦ୍ୟମ ଭାରତୀୟ ସେନା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାବେଳେ ନୌସେନା ମଧ୍ୟ ଏଭଳି ଚ୍ୟାଲେଞ୍ଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି ନୌସେନା ମୁଖ୍ୟ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)