Advertisment

ଇଞ୍ଜିନିୟର ପତ୍ନୀଙ୍କୁ ମାରି ସୁଟ୍‌କେସ୍‌ରେ ରଖି ପୋତିଦେଲେ ସ୍ୱାମୀ

ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପତ୍ନୀକୁ ପୋଡି ହତ୍ୟା କରିବା ପରେ ମରଶରୀରକୁ ସୁଟକେସରେ  ରଖି ଏକ ନିଛାଟିଆ ସ୍ଥାନରେ ପୋତି ଦେଇଛନ୍ତି ସ୍ୱାମୀ ।  ପୋଲିସ ସୁଟକେସକୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି…

ଅଦ୍ୟତନ ହୋଇଛି
ଇଞ୍ଜିନିୟର ପତ୍ନୀଙ୍କୁ ମାରି ସୁଟ୍‌କେସ୍‌ରେ ରଖି ପୋତିଦେଲେ ସ୍ୱାମୀ

murder

Advertisment

ତିରୁପତି: ଆନ୍ଧ୍ରପ୍ରଦେଶ ତିରୁପତିରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ପତ୍ନୀକୁ ପୋଡି ହତ୍ୟା କରିବା ପରେ ମରଶରୀରକୁ ସୁଟକେସରେ  ରଖି ଏକ ନିଛାଟିଆ ସ୍ଥାନରେ ପୋତି ଦେଇଛନ୍ତି ସ୍ୱାମୀ ।  ପୋଲିସ ସୁଟକେସକୁ ଉଦ୍ଧାର କରିବା ପରେ ଘଟଣା ପଦାକୁ ଆସିଛି । ଡାକ୍ତରଖାନାର ସିସିଟିଭି ଫୁଟେଜକୁ ଦେଖିବା ପରେ ସ୍ୱାମୀ ଏପରି ବର୍ବରକାଣ୍ଡ ଘଟାଇଥିବା ପୋଲିସ ସନ୍ଦେହ କରିଛି । ତେବେ ସଂପୃକ୍ତ ବ୍ୟକ୍ତି ଫେରାର ଥିବାରୁ ପୋଲିସ ତାଙ୍କୁ ଖୋଜୁଛି।

Advertisment

ଚିତୋର ଜିଲ୍ଲାର ୨୭ ବର୍ଷୀୟ  ଭୁବନଶ୍ୱରୀ ନାମ୍ନୀ ଏଇ ମହିଳା ଜଣକ ହାଇଦ୍ରାବାଦ୍‌ରେ ସଫ୍ଟ ଓୟାର ଇଂଜିନୟର ଭାବେ କାର୍ଯ୍ୟ କରନ୍ତି । ତାଙ୍କର ସ୍ୱାମୀ ଶ୍ରୀକାନ୍ତ  ଭୁବନେଶ୍ୱରୀଙ୍କୁ ପୋଡି ହତ୍ୟା କରିବା ପରେ ତାଙ୍କ ମରଶରୀରକୁ ଏକ ସୁଟକେସ୍‌ରେ ଭର୍ତ୍ତି କରି ଫିଙ୍ଗ ଯାଉଥିବା ସନ୍ଦେହ କରାଯାଉଛି ।ଏସଭିଆରଆର ସରକାରୀ ଡାକ୍ତରଖାନା ନିକଟରୁ ଏହି ସୁଟ୍‌କେସ ଉଦ୍ଧାର କରାଯାଉଛି। ତା ଛଡା ଶ୍ରୀକାନ୍ତ ଏହି ସୁଟ୍‌କେସ ସହ ହସ୍ପିଟାଲରୁ ବାହାରକୁ ଯିବାର ଚିତ୍ର ସିସିଟିଭି ଫୁଟେଜରେ କଏଦ ହୋଇଛି ଯାହାକୁ ଦେଖିବା ପରେ ଶ୍ରୀକାନ୍ତ ଏପରି କରିଥିବା କୁହାଯାଉଛି।

ଗତ ୨୩ ତାରିଖରେ ଘଟିଥିଲା ଏ ଜଘନ୍ୟ କାଣ୍ଡ । ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିବାବେଳେ ମରଶରୀର ସଫ୍ଟଓ୍ୱୟାର ଇଂଜିନିୟର ଭୁବନେଶ୍ୱରୀଙ୍କ ହୋଇଥାଇପାରେ ବୋଲି ସନ୍ଦେହ କରୁଛି ପୋଲିସ । କିଛି ଦିନ ତଳେ ଚାକିରି ହରାଇଲେ ଶ୍ରୀକାନ୍ତ। ପତ୍ନୀଙ୍କ ଦରମାରେ ଘର ଚଳୁଥିଲା। ଶ୍ରୀକାନ୍ତଙ୍କର ରୋଜଗାର ନ ଥିବାରୁ  ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହୁଥିଲା । ଏହି କାରଣରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସେପଟେ ଭୁବନେଶ୍ୱରୀଙ୍କ ସ୍ୱାମୀ ଶ୍ରୀକାନ୍ତ ଫେରାର ହୋଇଯାଇଛନ୍ତି। ଶ୍ରୀକାନ୍ତ-ଭୁବନେଶ୍ୱରୀଙ୍କର ୩ ମାସର ଏକ ସନ୍ତାନ ଅଛି।

Advertisment

ଶ୍ରୀକାନ୍ତ ଏକ ଗାଡ଼ିରେ  ହସ୍‌ପିଟାଲରୁ ଆସି ସୁଟକେସଟିକୁ ଏକ ନିର୍ଜନ ସ୍ଥାନରେ ପୋତିଦେଇଥିଲେ।  ସିସିଟିଭି ଫୁଟେଜ ଆଧାରରେ ପୋଲିସ ଉକ୍ତ ଗାଡ଼ିର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ଡ୍ରାଇଭର ମଧ୍ୟ ସୁଟକେସ ପୋତିବାରେ ସାହାଯ୍ୟ କରିଥିବା ସ୍ୱୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ