/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error865_1622609102.jpg)
vlcsnap-error865
ଚିତ୍ତୁର: ଏକାଥରରେ ୧୫ ମରଶରୀର ସତ୍କାର କଲେ ସ୍ଥାନୀୟ ବିଧାୟକ । ସ୍ୱେଚ୍ଛାସେବୀ ସଂଗଠର ସଦସ୍ୟଙ୍କୁ ନେଇ ବିଭିନ୍ନ ଧର୍ମର ରୀତିନୀତି ଅନୁଯାୟୀ ମୃତଦେହ ଗୁଡିକର ସତ୍କାର କରାଯାଇଥିଲା ।
/odishatv-khabar/media/post_attachments/wp-content/uploads/2021/06/vlcsnap-error899.png)
ଆନ୍ଧ୍ରପ୍ରଦେଶ ଚିତ୍ତୁର ଜିଲ୍ଲା ରେନିଗୁଣ୍ଟା ଅଂଚଳର ଥିଲା ଏହି ଘଟଣା । ରେନିଗୁଣ୍ଟା କୋଭିଡ୍ ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ୧୫ ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିଲା । ରୋଗୀଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ମଧ୍ୟ କେହି ଜଣେ ହେଲେ ବି ଶବ ସତ୍କାର ପାଇଁ ଆସିନଥିଲେ । ଶେଷରେ ଏନେଇ ତିରୁପତି ବିଧାୟକ ଭି. କରୁଣାକର ରେଡ୍ଡୀ ଖବର ପାଇବା ପରେ ମୃତକଙ୍କ ଶବ ସତ୍କାର କରିଛନ୍ତି । ସ୍ଥାନୀୟ ଏକ ସ୍ୱେଚ୍ଛାସେବୀ ସଂଗଠନ ସଦସ୍ୟଙ୍କ ସହଯୋଗରେ ଶବ ସତ୍କାର କରାଯାଇଥିଲା ।
/odishatv-khabar/media/post_attachments/wp-content/uploads/2021/06/vlcsnap-error254.png)
ଶବ ଗୁଡିକ ମଧ୍ୟରେ ହିନ୍ଦୁ, ମୁସଲିମ ଏବଂ ଖ୍ରୀଷ୍ଟ ଧର୍ମର ଲୋକ ରହିଥିବାରୁ, ସେମାନଙ୍କର ଧର୍ମୀୟ ରୀତିନୀତିକୁ ନେଇ ସଂସ୍କାର କରାଯାଇଥିଲା । ଅନ୍ୟପଟେ କୋଭିଡରେ ମୃତ୍ୟୁ ହେଉଥିବା ବ୍ୟକ୍ତିଙ୍କ ଶବ ସତ୍କାର ପାଇଁ ପରିବାର ଲୋକେ ଆଗେଇ ଆସିବାକୁ ନିବେଦନ କରିଛନ୍ତି ବିଧାୟକ ଭି. କରୁଣାକର ରେଡ୍ଡୀ । ଏହା ପୂର୍ବରୁ ମଧ୍ୟ ୨୧ଟି ଅଜଣା ମୃୃତଦେହ ସଂସ୍କାର କରି ଚର୍ଚ୍ଚାକୁ ଆସିଥିଲେ ବିଧାୟକ କରୁଣାକର ରେଡ୍ଡୀ । ସେ ଦୁଇ ଥର କରୋନା ପଜିଟିଭ ହେବା ପରେ ସୁସ୍ଥ ହୋଇ ଫେରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)