Advertisment

ମୁଣ୍ଡକାଟ ଧମକ ପରେ ଇସ୍ତଫା ଦେଲେ ଏକାଧିକ ୱାର୍ଡମେମ୍ବର ଓ ସରପଞ୍ଚ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସ୍ଥାନୀୟ ନିର୍ବାଚନ ଶାନ୍ତଶୃଙ୍ଖଳାର ସହିତ ଶେଷ ହେବାର କିଛି ସପ୍ତାହ ପରେ ତିନି ଡଜନରୁ ଅଧିକ ୱାର୍ଡ ମେମ୍ବର ଓ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ମୁଣ୍ଡକାଟ ଧମକ୍ ଦେଇଥିବା ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ସୂଚନା ଦେଇଛନ୍ତି। ଫୋନ୍ କରି ସେମାନଙ୍କୁ ହତ୍ୟା ଧମକ ଦିଆଯାଇଚି। ଏମାନେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନହେଲେ ସେମାନେ ମୁଖ୍ୟ ରାଜନୀତୀରେ ଭାଗ ନିଅନ୍ତୁ। ଯଦି ତାହା ନ […]

author-image
Abinash Pati
ମୁଣ୍ଡକାଟ ଧମକ ପରେ ଇସ୍ତଫା ଦେଲେ ଏକାଧିକ ୱାର୍ଡମେମ୍ବର ଓ ସରପଞ୍ଚ

jammu-kashmir-election

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସ୍ଥାନୀୟ ନିର୍ବାଚନ ଶାନ୍ତଶୃଙ୍ଖଳାର ସହିତ ଶେଷ ହେବାର କିଛି ସପ୍ତାହ ପରେ ତିନି ଡଜନରୁ ଅଧିକ ୱାର୍ଡ ମେମ୍ବର ଓ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ମୁଣ୍ଡକାଟ ଧମକ୍ ଦେଇଥିବା ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ସୂଚନା ଦେଇଛନ୍ତି। ଫୋନ୍ କରି ସେମାନଙ୍କୁ ହତ୍ୟା ଧମକ ଦିଆଯାଇଚି। ଏମାନେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନହେଲେ ସେମାନେ ମୁଖ୍ୟ ରାଜନୀତୀରେ ଭାଗ ନିଅନ୍ତୁ। ଯଦି ତାହା ନ କରନ୍ତି ତେବେ ସେମାନଙ୍କର ମୁଣ୍ଡ କାଟ ହେବ ବୋଲି ଆତଙ୍କବାଦୀମାନେ ଧମକ୍ ଦେଇଛନ୍ତି।

Advertisment

ଏହି ଘଟଣା ପରେ ଜାମ୍ମୁ ଓ କାଶ୍ମୀର ବୁଡଗାମ ଅଞ୍ଚଳରୁ ୮ରୁ ୧୦ ଜଣ ୱାର୍ଡ ମେମ୍ବର ଓ ସରପଞ୍ଚ ଇସ୍ତଫା ଦେଇଥିବା ଜଣେ ସରକାରୀ ଅଫିସର ସୂଚନା ଦେଇଛନ୍ତି। ତେବେ ସେମାନଙ୍କର ଇସ୍ତଫାପତ୍ର ଏପର୍ଯ୍ୟନ୍ତ ଗ୍ରହଣ କରାଯାଇ ନଥିବା ସୂଚନା ମିଳିଛି।  ଘଟଣା ପରେ ଧମକ ଦେଇଥିବା ଅଜଣା ବ୍ୟକ୍ତି ବିରୋଧରେ ଏକ ମାମଲା ରୁଜୁ ହୋଇଛି ବୋଲି ଜାମ୍ମୁ ଓ କାଶ୍ମୀର ପୋଲିସ ସୂଚନା ଦେଇଛି।  ତେବେ ଜାମ୍ମୁ ଓ କାଶ୍ମୀରରେ ଥିବା ପାକିସ୍ତାନ ପରୋଚିତ ଆତଙ୍କବାଦୀ କିମ୍ବା ଅନ୍ୟ କେଉଁ ଆତଙ୍କବାଦୀ ସଂଗଠନ ଏହା ପଛରେ ରହିଛି ତାହା ଜାଣିବା ପାଇଁ ତଦନ୍ତ ଚାଲିଛି ବୋଲି ବୁଡଗାମ ସିନିୟର ସୁପରିଟେଣ୍ଡେଣ୍ଟ ଅଫ୍‌ ପୋଲିସ୍ ସୂଚନା ଦେଇଛନ୍ତି।

ଏତିମଧ୍ୟରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ସବୁ ସମୟରେ ବୁଲେଟ୍ ପ୍ରୁଫ୍‌ ଗାଡ଼ି ସହିତ ସୁରକ୍ଷାକର୍ମୀ ଦେବାକୁ ନିର୍ବାଚିତ ପ୍ରତିନିଧି ସଂଘ ଦାବି କରିଛି।

Advertisment

ଧମକ୍‌ ଓ ଇସ୍ତଫା ସମ୍ପର୍କରେ ସୂଚନା ଦେଇ ବୁଡଗାମ ନରବାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାଜିଦ ମଞ୍ଜୋର କହିଛନ୍ତି ଯେ ପାଖାପାଖି ୮ରୁ ୧୦ ଜଣ ସରପଞ୍ଚ ଓ ୱାର୍ଡମେମ୍ବର ଇସ୍ତଫା ଦେଇସାରିଲେଣି। ତେବେ କାହାରି ବି ଇସ୍ତଫାପତ୍ର ଗ୍ରହଣ କରାଯାଇ ନାହିଁ। ଏନେଇ ସେ କହିଛନ୍ତି “ ଇସ୍ତଫାପତ୍ର ଗ୍ରହଣ କରିବା ସହଜ କଥା ନୁହେଁ, କାରଣ ଶାନ୍ତଶୃଙ୍ଖଳାରେ ନିର୍ବାଚନ କରାଇବା ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଓ କେନ୍ଦ୍ର ସରକାର କେତେ ପରିଶ୍ରମ କରିଛନ୍ତି ତାହା ସମସ୍ତେ ଜାଣନ୍ତି। ଧମକ ମିଳିଥିବା ବ୍ୟକ୍ତିଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯିବ ସେ ବିଷୟରେ ଚିନ୍ତା କରାଯାଉଛି।”

୨୦୧୮ ସହରାଞ୍ଚଳ ସ୍ଥାନୀୟ ନିର୍ବାଚନରେ ବିଜୟୀ ହୋଇଥିବା ପାଖାପାଖି ଶତାଧିକ ସରପଞ୍ଚ ଓ ୱାର୍ଡମେମ୍ବରଙ୍କୁ ଆତଙ୍କବାଦୀ ଧମକ ପାଇଁ ବିଭିନ୍ନ ସରକାରୀ ସୁବିଧା ଦିଆଯାଇଛି। ଯେଉଁମାନେ ପରାଜିତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ସୁବିଧା ଦିଆଯାଇଛି।

ବୁଡଗାମର ଜଣେ ସରପଞ୍ଚ ଆଶା ପରଭୀନ କହିଛନ୍ତି ଯେ ତାଙ୍କୁ ଦୁଇଟି ଧମକ୍‌ପୂର୍ଣ୍ଣ କଲ୍ ଆସିଛି। ଆତଙ୍କବାଦୀ ନିଜକୁ କାଶ୍ମୀର ବୋଲି କହି ଆଶାଙ୍କୁ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛି। ସେ ସରପଞ୍ଚ ପଦରୁ ଇସ୍ତଫା ଦିଅନ୍ତୁ ନହେଲେ ତାଙ୍କୁ ଟିକ୍‌ ଟିକ୍ କରି କାଟିଦିଆଯିବ ବୋଲି ଫୋନ୍‌ରେ ଧମକ୍ ଦିଆଯାଇଥିବା ଆଶା ସୂଚନା ଦେଇଚନ୍ତି। ଏମିତିକି ଆଶା  ବିଜେପି ଦଳର ନୁହେଁ ବୋଲି ଆତଙ୍କବାଦୀମାନଙ୍କୁ କହିଥିଲେ ବି ସେ କିଛି ଶୁଣି ନଥିଲେ। ଶେଷରେ ଭୟଭୀତ ହୋଇ ସରପଞ୍ଚ ପଦରୁ ଇସ୍ତଫା ଦେଇଛନ୍ତି ଆଶା।

Jammu And Kashmir
Advertisment
Advertisment