Advertisment

ଟିକା ନଥିଲେ, କଣ ଅବସ୍ଥା ହୋଇଥାନ୍ତା! : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ…

author-image
Chandan Shishu
ଅଦ୍ୟତନ ହୋଇଛି
ଟିକା ନଥିଲେ, କଣ ଅବସ୍ଥା ହୋଇଥାନ୍ତା! : ପ୍ରଧାନମନ୍ତ୍ରୀ

Modi

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ କରୋନାର ୨ୟ ଲହରରେ ଆମର ଲଢ଼େଇ ଜାରି ରହିଛି। ଅନେକ ନିଜର ପରିଜନ, ପରିଚିତଙ୍କୁ ହରାଇଛନ୍ତି। ବିଗତ ଶହେ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ମହାମାରୀ।  ଏଭଳି ମହାମାରୀ ଆଧୁନିକ ବିଶ୍ୱ କେବେ ଦେଖିଥିଲା ନା ଅନୁଭବ କରିଥିଲା। ଏଭଳି ମହାମାରୀ ବିରୋଧରେ ସାରା ଦେଶ ଏକାଠି ହୋଇ ଲଢ଼ିଛି। ବିଗତ ଦେଢ଼ ବର୍ଷରେ ଦେଶରେ ନୂଆ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଛି। ପୂର୍ବରୁ ମେଡିକାଲ ଅକ୍ସିଜେନର କେବେ ଏଭଳି ଆବଶ୍ୟକ ପଡ଼ିନଥିଲା।

Advertisment

ଅକ୍ସିଜେନ ପାଇଁ ଜଳ, ସ୍ଥଳ, ଆକାଶ ସବୁକୁ ବ୍ୟବହାର କରାଯାଇଛି। ଜରୁରୀ ଔଷଧର ଉତ୍ପାଦନକୁ ଅନେକ ଗୁଣ ବୃଦ୍ଧି କରାଯାଇଛି।
କରୋନା ଭଳି ଅଦୃଶ୍ୟ ଶତ୍ରୁ ବିରୋଧରେ ବଡ଼ ଅସ୍ତ୍ର କୋଭିଡ଼ ପ୍ରୋଟୋକଲ। ଏହି ଲଢ଼େଇରେ ଟିକା ଆମ ପାଇଁ ସୁରକ୍ଷାର କବଚ ପାଲଟିଛି। ଟିକା ଉତ୍ପାଦନ କରୁଥିବା ଦେଶ ଓ କଂପାନୀ ହାତ ଗଣତି ରହିଛି। ଯଦି ଆଜି ଆମେ ଟିକା ଉତ୍ପାଦନ କରିପାରୁନଥାନ୍ତେ, କଣ ଅବସ୍ଥା ହୋଇଥାନ୍ତା। ଯଦି ଆମେ ଟିକା ଉତ୍ପାଦନ କରିନଥାନ୍ତେ, ଏବେ ବି ଟିକାକରଣ ଆରମ୍ଭ ହୋଇନଥାନ୍ତା।

୨୦୧୪ ପୂର୍ବରୁ ଯେମିତି ଟିକାକରଣ ଚାଲିଥିଲା, ଏବେ ୪୦ ବର୍ଷ ଲାଗିଥାନ୍ତା। ଗତ ୫/୬ ବର୍ଷ ମଧ୍ୟରେ ଟିକାକରଣ ୬୦%ରୁ ବଢ଼ି ୯୦%ରେ ପହଞ୍ଚିଛି। ଆମେ ଶତପ୍ରତିଶତ ଟିକାକରଣକୁ ଆଗଉ ଥିବା ବେଳେ କରୋନା ଆସିଲା। ସାରା ଦୁନିଆ ଭାବୁଥିଲା ଏଭଳି ସ୍ଥିତିରେ ଭାରତ କେମିତି ବଞ୍ଚିବ। କିନ୍ତୁ ଭାରତ ଗୋଟିଏ ନୁହେଁ ୨ଟି ଟିକା ପ୍ରସ୍ତୁତ କରି ଦେଖାଇ ଦେଲା। ଆମ ବୈଜ୍ଞାନିକ କମ ସମୟରେ ଟିକା ପ୍ରସ୍ତୁତ କରିବା ବିଶ୍ୱାସ ଥିଲା। ଆମ ବୈଜ୍ଞାନିକ ରିସର୍ଚ୍ଚ ଚଳାଇଥିବା ବେଳେ ଆମେ ଲଜିଷ୍ଟିକ ପ୍ରସ୍ତୁତ କରିଥିଲୁ।
ଟିକା ପ୍ରସ୍ତୁତ କରୁଥିବା କଂପାନୀକୁ ସରକାର ସବୁ ସହାୟତା ଦେଇଥିଲେ। ସବୁ ପରିସ୍ଥିତିରେ ଟିକା କଂପାନୀ ସହ ସରକାର କାନ୍ଧକୁ କାନ୍ଧ ମିଶାଇଥିଲେ। ଆଗାମୀ ସମୟରେ ଟିକା ଉତ୍ପାଦନ ବହୁଗୁଣିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

୭ଟି କଂପାନୀ ଟିକା ଉତ୍ପାଦନ କରୁଛନ୍ତି, ଆଉ ୩ଟି ଟିକା ଟ୍ରାଏଲ ହେଉଛି। ପିଲାଙ୍କ ପାଇଁ ୨ଟି ଟିକାର ଟ୍ରାଏଲ ତ୍ୱରିତ ଗତିରେ ଚାଲିଛି। ଏବେ ନାଜାଲ ଟିକାର ମଧ୍ୟ ପରୀକ୍ଷଣ ଚାଲୁ ରହିଛି। ଯଦି ଏହା ସଫଳ ହେବ, ଆମ ଟିକା ଅଭିଯାନ ତ୍ୱରାନ୍ବିତ ହେବ ବୋଲି କହିଥିଲେ।

PM Narendra Modi
Advertisment
Advertisment