Advertisment

ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଅନେକ ସମୟରେ ପଶୁ ପକ୍ଷୀମାନଙ୍କ ଅଜବ ଅଜବ କାର୍‌ନାମାକୁ ସୋସିଆଲ୍‌ ମିଡିଆ ଶେୟାର କରନ୍ତି। ଯାହା ଖୁବ୍‌ ଭାଇରାଲ୍ ମଧ୍ୟ ହୋଇଥାଏ। ଜଙ୍ଗଲରେ ପଶୁପକ୍ଷୀମାନଙ୍କର ଅଜବ କାର୍‌ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ। ଏବେ ସୁଶାନ୍ତ ଟ୍ୱିଟର୍‌ରେ ଆଉ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ଶୁଆକୁ ଶୋଷ ଲାଗିବାରୁ ସେ ନଡ଼ିଆ […]

author-image
Abinash Pati
ଅଦ୍ୟତନ ହୋଇଛି
ଶୁଆର ପଇଡ଼ ପାଣି ପିଆ ଭିଡିଓ ଭାଇରାଲ୍‌

parrot

ନୂଆଦିଲ୍ଲୀ: ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଅନେକ ସମୟରେ ପଶୁ ପକ୍ଷୀମାନଙ୍କ ଅଜବ ଅଜବ କାର୍‌ନାମାକୁ ସୋସିଆଲ୍‌ ମିଡିଆ ଶେୟାର କରନ୍ତି। ଯାହା ଖୁବ୍‌ ଭାଇରାଲ୍ ମଧ୍ୟ ହୋଇଥାଏ। ଜଙ୍ଗଲରେ ପଶୁପକ୍ଷୀମାନଙ୍କର ଅଜବ କାର୍‌ନାମା ଦେଖିଲେ ଯେତିକି ଖୁସୀ ଲାଗେ ସେତିକି ଆଶ୍ଚର୍ଯ୍ୟ ବି ଲାଗେ।

Advertisment

ଏବେ ସୁଶାନ୍ତ ଟ୍ୱିଟର୍‌ରେ ଆଉ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି, ଯାହା ଏବେ ଖୁବ୍ ଭାଇରାଲ୍ ହେଉଛି। ଏହି ଭିଡିଓରେ ଏକ ଶୁଆକୁ ଶୋଷ ଲାଗିବାରୁ ସେ ନଡ଼ିଆ ଗଛରୁ ଡାବ ଛିଡ଼େଇ ତାକୁ ଥଣ୍ଟରେ କଣା କରି ପଇଡ଼ ପାଣି ପିଉଛି। ଠିକ୍ ଗୋଟେ ମଣିଷ ଭଳି ଶୁଆର ଏଭଳି କାର୍ଯ୍ୟ ଦେଖି ଯିଏ ନାହିଁ ସିଏ ଆଶ୍ଚର୍ଯ୍ୟ ହେଉଛି।

ଏହି ଭଡିଓଟିକୁ ଶେୟାର କରି ଶୁଶାନ୍ତ ପଇଡ଼ ପାଣିରେ ଉପକାରୀତା ବିଷୟରେ ମଧ୍ୟ ବର୍ଣ୍ଣନା କରିଛନ୍ତି। ସେ ଟ୍ୱିଟ୍‌ରରେ ଲେଖିଛନ୍ତି, “ପଇଡ଼ ପାଣି ପିଇବାକୁ କିଏ ଭଲ ନପାଏ ? ଏହା ହଜମ କରାଇଥାଏ। ଖାଇବା ପରେ ଗ୍ୟାସ୍‌କୁ ରୋକିଥାଏ। ନିୟମିତ ଡାବ ପାଣି ପିଇବା ଦ୍ୱାରା ଶରୀରରେ ଇଲୋକ୍ଟ୍ରୋଲାଇଟ୍‌ ବାଲାନ୍ସ ରହିବା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ।”

Advertisment

ଆପଣ ବି ଦେଖନ୍ତୁ ଭିଡିଓ-

ଏହି ଖବରଟି ଲେଖାଯିବା ବେଳକୁ ଭିଡିଓଟିକୁ ୧୭ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ସେହିଭଳି ଭିଡିଓଟିକୁ ହଜାରରୁ ଅଧିକ ଲାଇକ୍‌ ମଧ୍ୟ ମିଳିଛି। ଟ୍ୱିଟରାଟୀମାନେ(ଟ୍ୱିଟର ବ୍ୟବହାରକାରୀ) ମଧ୍ୟ ଭିଡିଓଟିକୁ ଦେଖିସାରିଲା ପରେ ନାନା ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।

Advertisment
Advertisment