Advertisment

ଭାରତ-ଚାଇନା ସୀମା ବିବାଦ: ଉଭୟ ଦେଶକୁ ସାହାଯ୍ୟ କରିବାକୁ ପ୍ରସ୍ତାବ ଦେଲା ଆମେରିକା

ୱାଶିଂଟନ: ଚାଇନା-ଭାରତ ସୀମା ବିବାଦରେ ଆମେରିକାର ମଧ୍ୟସ୍ଥତା ନେଇ ଭାରତ ଓ ଚାଇନା ବାରମ୍ବାର ମନା କରୁଥିବା ବେଳେ ପୁଣିଥରେ ସାହାଯ୍ୟ କରିବା କଥା ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ସାମାଧାନ କରିବା ପାଇଁ ଆମେରିକା କଥା ହୋଇଛି। ଏଥିପାଇଁ ସେ ପ୍ରସ୍ତୁତ ଥିବା ଶନିବାର ନିର୍ବାଚନ ରାଲିରେ ଯୋଗ ଦେବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଟ୍ରମ୍ପ। ଟ୍ରମ୍ପ ତାଙ୍କ […]

author-image
Abinash Pati
undefined

trump

ୱାଶିଂଟନ: ଚାଇନା-ଭାରତ ସୀମା ବିବାଦରେ ଆମେରିକାର ମଧ୍ୟସ୍ଥତା ନେଇ ଭାରତ ଓ ଚାଇନା ବାରମ୍ବାର ମନା କରୁଥିବା ବେଳେ ପୁଣିଥରେ ସାହାଯ୍ୟ କରିବା କଥା ଦୋହରାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଶନିବାର ଟ୍ରମ୍ପ କହିଛନ୍ତି, ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ସାମାଧାନ କରିବା ପାଇଁ ଆମେରିକା କଥା ହୋଇଛି। ଏଥିପାଇଁ ସେ ପ୍ରସ୍ତୁତ ଥିବା ଶନିବାର ନିର୍ବାଚନ ରାଲିରେ ଯୋଗ ଦେବା ପୂର୍ବରୁ ଗଣମାଧ୍ୟମକୁ କହିଛନ୍ତି ଟ୍ରମ୍ପ।

Advertisment

ଟ୍ରମ୍ପ ତାଙ୍କ ପ୍ରଥମ ନିର୍ବାଚନ ରାଲିରେ ଯୋଗ ଦେଇ ଏ ସମ୍ପର୍କରେ ଗଣମାଧ୍ୟମକୁ ଉତ୍ତର ରଖି , ‘ଏହା ଏକ କଠିନ ପରିସ୍ଥିତି। ଆମେ ଭାରତ ଓ ଚାଇନା ସହିତ କଥା ହୋଇଛୁ। ସେମାନେ ଏକ ବଡ଼ ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି। ସେମାନେ ମାର୍‌ପିଟ୍‌କୁ ଓହ୍ଲାଇ ଆସିଛନ୍ତି। ଆମେ ଏହା ଉପରେ ନଜର ରଖିଛୁ। ସେମାନଙ୍କୁ ସାହାଯ୍ୟ କରିବାକୁ ଆମେ ଚେଷ୍ଟା ଜାରି ରଖିଛୁ।’

ଚାଇନା ସେନାର ଭାରତ ସୀମାରେ ଅନୁପ୍ରବେଶ ନେଇ ଟ୍ରମ୍ପ ପ୍ରଶାସନ ଭାରତ ସପକ୍ଷରେ ରହୁଥିବା ଦେଖା ଦେଇଛି। ଏମିତିକି କରୋନା ସମୟରେ ଚାଇନା ପଡ଼ୋଶୀ ରାଷ୍ଟ୍ର ସହିତ ସୀମ ବିବାଦ ଉପୁଜାଇ ଫାଇଦା ନେବାକୁ ଚାହୁଛି ବୋଲି ଆମେରିକା ଅଭିଯୋଗ ବି କରିଥିଲା।

Advertisment

ଗତ କିଛିଦିନ ହେଲା ଭାରତ- ଚାଇନା ମଧ୍ୟରେ ସୀମା ବିବାଦ ଲାଗି ରହିଛି। ପୂର୍ବ ଲଦାଖର ଗଲୱାନ ଭ୍ୟାଲିରେ ଗତ ୧୫ ଜୁନ ରାତିରେ ଭାରତ- ଚାଇନା ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଘଟଣାରେ ୨୦ ଯବାନ ସହିଦ ହୋଇଥିଲେ। ଚାଇନା ପକ୍ଷରୁ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଆମେରିକାର ଗୋଇନ୍ଦା ରିପୋର୍ଟ କହୁଛି, ଚାଇନାର ୩୫ ଜଣ ସୈନିକଙ୍କର ପ୍ରାଣ ଯାଇଛି। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି।

ପ୍ରକାଶ ଥାଉକି ଚୀନ ସହିତ ହୋଇଥିବା ସଂଘର୍ଷରେ ୭୬ ଜଣ ଯବାନ ଚୀନ ସେନା ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ ବୋଲି ସେନା ସୂଚନା ଦେଇଥିଲା। ସେମାନଙ୍କ ମଧ୍ୟରୁ ୧୮ ଜଣ ଗୁରୁତର ଆହତ ହୋଇଥିଲେ ଓ ୫୮ ଜଣ ସାମାନ୍ୟ ଆହତ ହୋଇଥିଲେ। ଏଥିରେ କୌଣସି ଭାରତୀୟ ଯବାନ ନିଖୋଜ୍‌ ହୋଇନଥିବା ସେନା କହିଥିଲା।

ଆହତଙ୍କ ମଧ୍ୟରୁ ୧୮ ଜଣ ଲେହରେ ଥିବା ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ଆଉ ୫୮ ଜଣ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଥିଲା।

Donald Trump India-China Face Off India China Border Fight
Advertisment
Advertisment