Advertisment

ଆସନ୍ତାକାଲିଠାରୁ କରୋନା ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଦେଖାଦେଇଛି ଦ୍ରୁତ ଅଗ୍ରଗତି। ଗୋଟିଏ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆସନ୍ତାକାଲିଠାରୁ ଆରମ୍ଭ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ। ଅନ୍ୟ ୨ ଟିକାର ଟ୍ରାଏଲ୍ ଷ୍ଟେଜ୍ ଟୁରେ ଅଛି। ଏହି ୩ ଟିକା ସଂପର୍କରେ ସ୍ୱାଧୀନତା ଦିବସରେ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡାକ୍ତର ଭି.କେ. ପଲ୍ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ କରୋନା ଭ୍ୟାକସିନକୁ ନେଇ ପ୍ରତିଶ୍ରୁତି ଦେଇଥିଲେ। କରୋନା […]

author-image
Ranjeet Kumar Jena
ଆସନ୍ତାକାଲିଠାରୁ କରୋନା ଭ୍ୟାକସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍

covid19

ନୂଆଦିଲ୍ଲୀ: କରୋନା ଟିକା ପ୍ରସ୍ତୁତିରେ ଦେଖାଦେଇଛି ଦ୍ରୁତ ଅଗ୍ରଗତି। ଗୋଟିଏ ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆସନ୍ତାକାଲିଠାରୁ ଆରମ୍ଭ ବୋଲି କହିଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭି.କେ. ପଲ। ଅନ୍ୟ ୨ ଟିକାର ଟ୍ରାଏଲ୍ ଷ୍ଟେଜ୍ ଟୁରେ ଅଛି। ଏହି ୩ ଟିକା ସଂପର୍କରେ ସ୍ୱାଧୀନତା ଦିବସରେ ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଡାକ୍ତର ଭି.କେ. ପଲ୍ କହିଛନ୍ତି, 'ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ କରୋନା ଭ୍ୟାକସିନକୁ ନେଇ ପ୍ରତିଶ୍ରୁତି ଦେଇଥିଲେ। କରୋନା ଭ୍ୟାକସିନର ଷ୍ଟେଜ୍-୩ର ସମୟ ବହୁତ ଲମ୍ବା। ଭ୍ୟାକସିନ୍ କେବେ ଆସିବ, ତାହା କହିହେବ ନାହିଁ। ଷ୍ଟେଜ୍-୧ ଓ ଷ୍ଟେଜ-୨ ଯେତେ ସପ୍ତାହ ଲାଗିଲା, ଷ୍ଟେଜ୍-୩ ଆଉ କିଛି ଅଧିକ ସପ୍ତାହ ଲାଗିପାରେ।'

ସେହିପରି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଦେଶରେ ଟେଷ୍ଟ ହାର ବଢ଼ିଛି। ଦେଶରେ ଏପର୍ଯ୍ୟନ୍ତ ୩ କୋଟିରୁ ଅଧିକ ଟେଷ୍ଟ ହୋଇସାରିଛି। ଏବେ ଦେଶରେ ଦିନକୁ ୮ ଲକ୍ଷ ଟେଷ୍ଟ ହେଉଛି। ଟେଷ୍ଟ ବଢୁଥିଲେ ମଧ୍ୟ ପଜିଟିଭ ହାର କମି କମି ଯାଉଛି। ସଂକ୍ରମିତଙ୍କୁ ଖୁବ ଶୀଘ୍ର ଚିହ୍ନଟ କରି ଟେଷ୍ଟ କରାଯାଉଥିବାରୁ ଏପରି ସଫଳତା ମିଥୁଳିବା କହିଛନ୍ତି ରାଜେଶ ଭୂଷଣ।

Advertisment

ଗତ ସପ୍ତାହରେ ପଜିଟିଭ ହାର ୧୦.୦୩ ପ୍ରତିଶତ ଥିବା ବେଳେ ତାହା ଏବେ ୭.୭୨କୁ ଖସିଛି। ସେହିପରି ମୃତ୍ୟୁ ହାର ଜୁଲାରର ୨.୮୯ ପ୍ରତିଶତରୁ ଖସି ଏବେ ୧.୯୪ରେ ପହଞ୍ଚିଛି। ମୃତ୍ୟୁହାରକୁ ୧ ପ୍ରତିଶତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ୫ ଦିନ ମୃତ୍ୟୁକୁ ଦେଖିଲେ ସଂକ୍ରମଣ କରୁଥିବା ଜଣାପଡୁଛି। ତଥାପି ୫ଦିନକୁ ନେଇ ମହାମାରୀର ପ୍ରକୋପକୁ ଆକଳନ କରିହେବ ନାହିଁ। ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment
Advertisment