Advertisment

ପୁଣି ଘନେଇଲାଣି ରାଫେଲ ବିବାଦ, ଚୁକ୍ତିରେ ଅନିୟମିତତା ନେଇ ବିଚାରପତି ନିଯୁକ୍ତ କଲେ ଫ୍ରାନ୍ସ ସରକାର

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ଜୋର ଧରିଲା ରାଜନୀତି । ୫୯ ହଜାର କୋଟିର ଏହି ଚୁକ୍ତିର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ବିଚାରପତି ନିଯୁକ୍ତ କରିବା ପରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ରାଫେଲ ରାଜିନାମାରେ ବ୍ୟାପକ ଦୁର୍ନୀତି…

author-image
Satyendu Shekher Mishra
ଅଦ୍ୟତନ ହୋଇଛି
ପୁଣି ଘନେଇଲାଣି ରାଫେଲ ବିବାଦ, ଚୁକ୍ତିରେ ଅନିୟମିତତା ନେଇ ବିଚାରପତି ନିଯୁକ୍ତ କଲେ ଫ୍ରାନ୍ସ ସରକାର

rafale

ନୂଆଦିଲ୍ଲୀ: ରାଫେଲ ଡିଲକୁ ନେଇ ଜୋର ଧରିଲା ରାଜନୀତି । ୫୯ ହଜାର କୋଟିର ଏହି ଚୁକ୍ତିର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ବିଚାରପତି ନିଯୁକ୍ତ କରିବା ପରେ କେନ୍ଦ୍ର ସରକାରଙ୍କୁ ଘେରିଛି କଂଗ୍ରେସ । ରାଫେଲ ରାଜିନାମାରେ ବ୍ୟାପକ ଦୁର୍ନୀତି ଏବଂ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି ବିରୋଧୀ । ଏପରିକି ଏହି ଡିଲରେ ମଧ୍ୟସ୍ଥିଙ୍କୁ କୋଟି କୋଟି ଟଙ୍କାର ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି । ଯୁଗ୍ମ ସଂସଦୀୟ କମିଟି ଗଠନ କରି ପୁରା ମାମଲାର ତଦନ୍ତ କରିବାକୁ କଂଗ୍ରେସ ଦାବି କରିଛି । ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ୨୦୧୬ରେ ଡାସଲଟ୍ ସହ ଚୁକ୍ତି କରିଥିଲା ଭାରତ ।

Advertisment

ଅନ୍ୟପଟେ କହିବାକୁ ଗଲେ  ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ୍ ଚୁକ୍ତିକୁ ନେଇ ବାରମ୍ବାର ବିବାଦ ଦେଖାଦେଇଛି । ରାଫେଲ ତିଆରି କରିଥିବା କମ୍ପାନୀ ‘ଡାସଲ୍‌ଟ’ ଜଣେ ଭାରତୀୟ ମଧ୍ୟସ୍ଥିଙ୍କୁ ଏକ ମିଲିୟନ ୟୁରୋ ଉପହାର ଭାବେ ପ୍ରଦାନ କରିଥିବା ଫ୍ରାନ୍ସର ଏକ ପବିକ୍ଲେସନ ଦାବି କରିଛି । ତେବେ ଏହା ଜଣାପଡିବା ପରେ ଫ୍ରାନ୍ସଠାରୁ ଆରମ୍ଭ କରି ଭାରତ ପର୍ଯ୍ୟନ୍ତ ଜୋରଧରିଛି ରାଜନୀତି।

‘ମିଡିଆପୋର୍ଟ’ ନିଜର ଏକ ରିପୋର୍ଟରେ ଦାବି କରିଛି ଯେ, ୨୦୧୬ରେ ରାଫେଲ୍ ଚୁକ୍ତି ହୋଇଥିଲା । ଏହାପରେ ‘ଡାସଲ୍‌ଟ’ ଭାରତରେ ଜଣେ ମଧ୍ୟସ୍ଥିଙ୍କୁ ୧ ମିଲିୟନ ୟୁରୋ ପ୍ରଦାନ କରିଥିଲା । ୨୦୧୭ରେ ‘ଡାସଲ୍‌ଟ’ ଗ୍ରୁପ ଆକାଉଣ୍ଟରୁ ୫୦୮୨୯୫ ୟୁରୋ ଗିଫ୍ଟ ଟୁ କ୍ଲାଏଣ୍ଟସ ନାଁରେ ଟ୍ରାନ୍ସଫର ହୋଇଥିଲା ବୋଲି ସଂପୃକ୍ତ ସଂସ୍ଥା ଦାବି କରିଛି । ତେବେ ଏହି ଘଟଣାର ଖୁଲାସା ପରେ ‘ଡାସଲ୍‌ଟ’ ସଫେଇ ଦେଇଛି ଯେ, ଟଙ୍କା କାରବାର ରାଫେଲର ୫୦ଟି ଲଢୁଆ ବିମାନ ମଡେଲ ତିଆରି ପାଇଁ ହୋଇଥିଲା ।

ପ୍ରକୃତରେ କିନ୍ତୁ ଏପରି କୌଣସି ମଡେଲ ତିଆରି ହୋଇନାହିଁ । ଏହାପୂର୍ବରୁ ମଧ୍ୟ ୨୦୧୮ରେ ପାରାକୁଏଟ୍ ନ୍ୟାଶନାଲ ଫାଇନାନ୍ସର ନାମକ ଏକ ଏଜେନ୍ସି ଏହି ଚୁକ୍ତିରେ କିଛି ଦୁର୍ନୀତି ହୋଇଥିବା ବି କହିଥିଲା । ଅଡିଟ୍ ହେବା ପରେ ସମସ୍ତ ମାମଲା ସାମ୍ନାକୁ ଆସିଥିଲା ।

ରାଫେଲକୁ ନେଇ ହେଉଥିବା  ଅଭିଯୋଗର କୌଣସି ଉତ୍ତର ‘ଡାସଲ୍‌ଟ’ ପାଖରେ ବି ନାହିଁ । କମ୍ପାନୀ ଅଡିଟ୍ ଏଜେନ୍ସିକୁ ମଧ୍ୟ କୌଣସି ଉତ୍ତର ଦେଇପାରିନଥିବା ସୂଚନା ମିଳିଛି । କ’ଣ ପାଇଁ ଏହି ଉପହାର ରାଶି ପ୍ରଦାନ କରାଯାଇଥିଲା ତାହା ମଧ୍ୟ କମ୍ପାନୀ କହିନାହିଁ । ସୂଚନାଯୋଗ୍ୟ, ୨୦୧୬ରେ ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କ୍ରୟ ପାଇଁ ଚୁକ୍ତି କରିଥିଲେ । ଏହାମଧ୍ୟରୁ ୧୨ଟି ବିମାନ ଭାରତ ପାଇସାରିଛି । ଆଗାମୀ ବର୍ଷ ସୁଦ୍ଧା ସମସ୍ତ ବିମାନ ମିଳିଯିବ । ଯେବେ ଏହି ଚୁକ୍ତି ହୋଇଥିଲା ସେହି ସମୟରେ ସରକାର ବିବାଦରେ ଫସିଥିଲେ । ଲୋକସଭା ନିର୍ବାଚନ ପୂର୍ବରୁ ରାଫେଲ୍ ପ୍ରସଙ୍ଗକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ତେବେ ପୁଣି ଥରେ ରାଫେଲ ନିଆଁ କୁହୁଳିବାରେ ଲାଗିଛି, ଯାହାକୁ ନେଇ ଦେଶରେ ପୁଣି ଥରେ ରାଫେଲକୁ ନେଇ ଚର୍ଚ୍ଚା ଜୋର ଧରିଛି ।

Advertisment
Odisha Rafale
Advertisment
Advertisment