/odishatv-khabar/media/post_attachments/uploadimage/library/16_9/16_9_0/rajiv_1626693625.jpg)
rajiv
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି କ୍ୟାବିନେଟ ସେକ୍ରେଟାରୀ। ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ସହ ସେ ଆଲୋଚନା କରିଛନ୍ତି। ଭିଡିଓ କନ୍ଫରେନ୍ସିଂରେ ହୋଇଥିବା ବୈଠକରେ ବିଭିନ୍ନ ରାଜ୍ୟରେ କରୋନା ମୁକାବିଲାର ସ୍ଥିତି ଉପରେ ଆଲୋଚନା ହୋଇଥିଲା ।
Advertisment
ବର୍ତ୍ତମାନ ସୁଦ୍ଧା ୩୫୦ ଶ୍ରମିକ ସ୍ପେଶାଲ ଟ୍ରେନରେ ୩ ଲକ୍ଷ ୫୦ ହଜାର ପ୍ରବାସୀ ଶ୍ରମିକ ନିଜ ରାଜ୍ୟରେ ପହଞ୍ଚା ଯାଇଛି। ରାଜ୍ୟ ସରକାରମାନେ ରେଲେଓ୍ୱକୁ ସହଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହାସହ ବନ୍ଦେ ଭାରତ ମିଶନରେ ବିଦେଶରୁ ଭାରତ ଫେରିଥିବା ପ୍ରବାସୀଙ୍କୁ ସହଯୋଗ କରିବାକୁ ମଧ୍ୟ ସେ କହିଛନ୍ତି । ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କ ଯିବା ଆସିବାରେ କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ସେ କହିଛନ୍ତି । ଏହା ସହ ରାଜ୍ୟ ମାନଙ୍କରେ ଅର୍ଥନୈତିକ କାର୍ଯ୍ୟକଳାପ ଧୀରେ ଧୀରେ ବୃଦ୍ଧି ନେଇ ମଧ୍ୟ ଆଲୋଚନା ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)