Advertisment

ପୁଣି ଭୟଙ୍କର ବିସ୍ଫୋରଣ କରିବାକୁ ହୋଇଥିଲା ଷଡ଼ଯନ୍ତ୍ର; ୭ କେଜିର ବିସ୍ଫୋରକ ଜବତ ସହିତ ୨ ଅଟକ

ଶ୍ରୀନଗର: ଆଜି ପେବ୍ରୁଆରୀ ୧୪ ତାରିଖ। ୨୦୧୯ ଆଜିର ଦିନରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ହିନ ଚକ୍ରାନ୍ତର ଶିକାର ହୋଇ ସହିଦ ହୋଇଥିଲେ ୪୦ ଭାରତୀୟ ଯବାନ। ଏହି ଘଟଣାକୁ ଆଜି ଦୁଇ ବର୍ଷ ପୂରିଥିବା ବେଳେ ପୁଣିଥରେ ସେହି ଲୋମହର୍ଷକ ଦୃଶ୍ୟକୁ ଦୋହରାଇବା ପାଇଁ ଏଥର ବି ଷଡ଼ଯନ୍ତ୍ର କରିଥିଲେ ଆତଙ୍କବାଦୀ। ହେଲେ ଜାମ୍ମୁ ପୋଲିସ୍‌ ସେମାନଙ୍କର ସବୁ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି। ରବିବାର ଜାମ୍ମୁର ବସ୍‌ଷ୍ଟାଣ୍ଡ ଏରିଆରୁ ପୋଲିସ୍ ୭ କେଜି ଆଇଡି […]

author-image
Abinash Pati
ଜାମ୍ମୁରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ୍‌

jammu

ଶ୍ରୀନଗର: ଆଜି ପେବ୍ରୁଆରୀ ୧୪ ତାରିଖ। ୨୦୧୯ ଆଜିର ଦିନରେ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ହିନ ଚକ୍ରାନ୍ତର ଶିକାର ହୋଇ ସହିଦ ହୋଇଥିଲେ ୪୦ ଭାରତୀୟ ଯବାନ। ଏହି ଘଟଣାକୁ ଆଜି ଦୁଇ ବର୍ଷ ପୂରିଥିବା ବେଳେ ପୁଣିଥରେ ସେହି ଲୋମହର୍ଷକ ଦୃଶ୍ୟକୁ ଦୋହରାଇବା ପାଇଁ ଏଥର ବି ଷଡ଼ଯନ୍ତ୍ର କରିଥିଲେ ଆତଙ୍କବାଦୀ। ହେଲେ ଜାମ୍ମୁ ପୋଲିସ୍‌ ସେମାନଙ୍କର ସବୁ ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଛି। ରବିବାର ଜାମ୍ମୁର ବସ୍‌ଷ୍ଟାଣ୍ଡ ଏରିଆରୁ ପୋଲିସ୍ ୭ କେଜି ଆଇଡି ଉଦ୍ଧାର କରିଛି। ଘଟଣାରେ ଦୁଇଜଣଙ୍କୁ ଅଟକ ମଧ୍ୟ ରଖାଯାଇଛି।

Advertisment

ଅଟକ ଦୁଇଜଣ ହେଲେ ଚଣ୍ଡିଗଡ଼ର ନର୍ସିଂ ଛାତ୍ର ସୁହେଲ୍ ଓ କାଜି।‌ ଏହି ଦୁଜଣଙ୍କୁ ଅଟକ ରଖାଯାଇଛି ବୋଲି ଜାମ୍ମୁ ଇନ୍‌ସପେକ୍ଟର ଜେନେରାଲ୍‌ ଅଫ୍‌ ପୋଲିସ୍ (ଆଇଜିପି) ମୁକେଶ ସିଂହ ସୂଚନା ଦେଇଛନ୍ତି। ଏହି ଆତଙ୍କବାଦୀମାନଙ୍କ ହିଟ୍ ଲିଷ୍ଟରେ ରଘୁନାଥ ମନ୍ଦିର, ଲଖଦତ୍ତ ବଜାର ଏବଂ ଜାମ୍ମୁ ରେଳଷ୍ଟେସନ୍ ଥିଲା ବୋଲି ଆଇଜିପି ସୂଚନା ଦେଇଛନ୍ତି।

[caption id="" align="aligncenter" width="1200"]publive-image ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ଓ ବନ୍ଧୁକ- (Source: India Today)[/caption]

Advertisment

ଏନେଇ ଜାମ୍ମୁ ଓ କାଶ୍ମୀର ଡିଜିପି ଦିଲ୍‌ବାଗ ସିଂହ କହିଛନ୍ତି ଯେ ପାକିସ୍ତାନ ଅଲ୍‌ବଦର ନାମକ ଏକ ନୂଆ ଆତଙ୍କବାଦୀ ଟିମ୍ ଗଠନ କରିଛି। ଏହି ଗ୍ରୁପ୍‌ରେ ପଞ୍ଜାବରେ ପାଠ ପଢ଼ୁଥିବା କିଛି କାଶ୍ମୀର ଛାତ୍ରଙ୍କୁ ବ୍ୟବହାର କରାଯାଇ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି।

ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ଆଇଜିପି ମୁକେଶ ସିଂହ କହିଛନ୍ତି " ପୁଲୱାମା ଆକ୍ରମଣ ଦୁଇ ବର୍ଷପୂର୍ତ୍ତି ଅବସରେ ଆତଙ୍କବାଦୀମାନେ ଆକ୍ରମଣ କରିବେ ବୋଲି ଆମ ପାଖରେ ପୂର୍ବରୁ ସୂଚନା ଥିଲା। ଏଥିପାଇଁ ଆମେ ଦୁଇ ତିନ୍‌ ପୂର୍ବରୁ ଏଥିପାଇଁ ସତର୍କ ହୋଇଯାଇଥିଲୁ। ଗତ ରାତିରେ ଦୁଇଜଣଙ୍କୁ ଆମେ ସୁହେଲ୍ ନାମକ ଜଣେ ବ୍ୟକ୍ତିକୁ ଅଟକ ରଖିଥିଲୁ। ତା ପାଖରୁ ୬-୬.୫ କେଜି ଆଇଡି ଉଦ୍ଧାର କରିଥିଲୁ। ଏହାପରେ ଅଧିକ ପଚରାଉଚରା ପରେ ପାକିସ୍ତାନର ଅଲ୍ ବଦର ତନ୍‌ଜୀମ ଠାରୁ ଏହିସବୁ ସ୍ଥାନରେ ଆଇଡି ଖଞ୍ଜିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ସୁହେଲ୍ ସୂଚନା ଦେଇଥିଲା।" ଏହାପରେ ଚଣ୍ଡିଗଡ଼ରୁ କାଜି ନାମକ ଜଣେ ସନ୍ଦିଗ୍ଧକୁ ମଧ୍ୟ ଅଟକ ରଖାଯାଇଖଥିବା ମୁକେଶ ସିଂହ ସୂଚନା ଦେଇଛନ୍ତି।

[caption id="" align="aligncenter" width="960"]publive-image ଗିରଫ ହୋଇଥିବା ଚଣ୍ଡିଗଡ଼ର ନର୍ସିଂ ଛାତ୍ର ସୁହେଲ୍ (Source: India Today)[/caption]

ସାମ୍ବା ଜିଲ୍ଲାରୁ ୧୫ଟି ଛୋଟ୍ ଆଇଡି ଏବଂ ୬ଟି ପିସ୍ତଲ ଜବତ କରିଛି ପୋଲିସ୍।  ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ଡ୍ରୋନ୍‌ ଦ୍ୱାରା ଏଠାରେ ପହଞ୍ଚାଯାଇଥିବା ବୋଲି ପୋଲିସ କହିଛି।

ସୂଚନା ଥାଉକି,୨୦୧୯ ମସିହା ଫେବୃୟାରୀ ୧୪ତାରିଖରେ ପୁଲୱାମାର ଭୟଙ୍କର ଆତ୍ମଘାତି ବିସ୍ଫୋରଣ ଘଟାଇଥିଲେ ଆତଙ୍କବାଦୀ। ଏଥିରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ସିଆରପିଏଫ ଯବାନ ଯାଉଥିବା ବେଳେ ଲେଥାପୁରାଠାରେ ଆତଙ୍କବାଦୀ ଏକ ଆଇଡି ବୋଝେଇ ଗାଡ଼ି ଆଣି ସେନାର ଗାଡ଼ିକୁ ଧକ୍କା ଦେଇଥିଲା। ଫଳରେ ଭୟଙ୍କର ବିସ୍ଫୋରଣ ଘଟି ୪୦ ଜଣଙ୍କର ଜୀବନ ଯାଇଥିଲା।

ଏହି ଆକ୍ରମଣରେ ପ୍ରାୟ ୧ କ୍ୱିଣ୍ଟାଲ ବିସ୍ଫୋରକ ବ୍ୟବହାର କରାଯାଇଥିଲା। ଏଭଳି ହୀନ ଆକ୍ରମଣ ପଛରେ ଜୈସ-ଏ-ମହମ୍ମଦ ଆତଙ୍କୀଙ୍କ ହାତ ଥିବା ଜଣାପଡିଥିଲା।ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଦୋହଲି ଯାଇଥିଲା

Advertisment
Advertisment