/odishatv-khabar/media/post_attachments/uploadimage/library/16_9/16_9_0/border-1_1626155852.jpg)
border-1
ନୂଆଦିଲ୍ଲୀ: ଗଲଓ୍ୱନ ଉପତ୍ୟକାରେ ଭାରତ ଚୀନ ସେନାର ସଂଘର୍ଷ ପରେ ଏହି ଅଂଚଳରେ ପ୍ରଥମଥର ଲାଗି ସାର୍ବଭୌମତ୍ୱ ଜାହିର କରିଛି ଚୀନ। ପୂର୍ବରୁ ଏହି ଅଞ୍ଚଳକୁ ନିଜର ବୋଲି କେବେ ବି କହିନଥିଲା ଚୀନ।
ସେପଟେ ଲଦାଖ ଗାଲଓ୍ୱାନ ଭ୍ୟାଲିରେ ଭାରତ-ଚୀନ ସେନା ରକ୍ତାକ୍ତ ସଂଘର୍ଷ ପରେ ପରିସ୍ଥିତି ସେଠାରେ ଉତ୍ତେଜନାପୂର୍ଣ୍ଣ ରହିଛି। ସେଠାକାର ସ୍ଥିତିରେ ଏଯାଏ କିଛି ପରିବର୍ତ୍ତନ ହୋଇନାହିଁ। ଉଭୟ ପକ୍ଷ ମଧ୍ୟରେ ଶାନ୍ତିର କୌଣସି ବୁଝାମଣା ହୋଇନଥିବା ଜଣାପଡ଼ିଛି ।
ସୋମବାର ରାତିର ସଂଘର୍ଷ ପରେ LACର ବିଭିନ୍ନ ସ୍ଥାନରେ ପୁରା ସତର୍କ ହୋଇ ରହିଛି ଭାରତ । ଯେକୌଣସି ପ୍ରକାର ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି। ଦେଶର ସାର୍ବଭୌମତ୍ୱ ଅକ୍ଷୂର୍ଣ୍ଣ ରଖିବାକୁ ପ୍ରସ୍ତୁତ ଥିବା କହିଛି ସେନା।
ଗାଲଓ୍ୱାନ ଭ୍ୟାଲିରେ ହାତାହାତି ହୋଇଥିଲେ ଭାରତୀୟ ଓ ଚୀନ ସେନା । ଗୁଳି ଫୁଟିନଥିଲେ ମଧ୍ୟ ଉଭୟ ପକ୍ଷରୁ ବହୁ ମୃତାହତ ହୋଇଛନ୍ତି । ଭାରତର ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୫ରୁ ଅଧିକ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଭାରତର ୪ ଜବାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୀମାରେ ବହୁ ସମୟ ଧରି ଚୀନ୍ ହେଲିକପ୍ଟର ଚକ୍କର କାଟୁଥିଲା। ଗତକାଲି ତାଙ୍କର ମୃତାହତ ସୈନ୍ୟଙ୍କୁ ଏୟାରଲିପ୍ଟ କରାଯାଉଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)