/odishatv-khabar/media/post_attachments/uploadimage/library/16_9/16_9_0/modi-1_1626069533.jpg)
modi
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଣ୍ଡିଆ ଗେଟ୍ ନିକଟରେ ଚାଲିଥିବା ହୁନର ହାଟ ବୁଲିବାକୁ ଯାଇଥିଲେ। ପ୍ରାୟ ୫୦ ମିନିଟ୍ ଏହି ହୁନର ହାଟରେ ସେ କଟାଇଥିଲେ। ବ୍ୟବସାୟୀଙ୍କ ସହ କଥା ବାର୍ତ୍ତା ହୋଇ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ। ସେଠାରେ ପିପିଲି ଚାନ୍ଦୁଆ, ତାରକଷି କାମର ଷ୍ଟଲ୍ ବୁଲି ଦେଖିଥିଲେ। ତାରକସି କାମକୁ ପ୍ରଶଂସା ବି କରିଥିଲେ। ସେଠାରେ ସେ ସ୍ୱାଦିଷ୍ଟ ଲିଟ୍ଟି ଚୋଖା (ବିହାରର ଏକ ଲୋକପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ) ଖାଇ ଥିଲେ। ଏହାର ଫଟୋ ମୋଦି ତାଙ୍କର ଟ୍ୱିଟର ହାଣ୍ଡେଲ୍ରେ ଶେୟାର କରିଛନ୍ତି। ଏହାର ଫଟୋସବୁକୁ ନେଇ ସୋଶାଲ ମିଡିଆରେ ବେଶ ଚର୍ଚ୍ଚା ହୋଇଛି।
The colours and diversity of India on display...
Spent a wonderful afternoon at #HunarHaat on India Gate. It showcases the best of products including handicrafts, carpets, textiles and of course, delicious food!
Do visit it. pic.twitter.com/7NxOm5ZW4Z
— Narendra Modi (@narendramodi) February 19, 2020
କେହି କେହି ବିହାର ନିର୍ବାଚନ ସହ ପ୍ରଧାନମନ୍ତ୍ରୀଙ୍କ ଲିଟ୍ଟି ଚୋଖାକୁ ଯୋଡିଛନ୍ତି । ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ମଧ୍ୟ ଏହି ଫଟୋକୁ ଦେଖି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ବିହାରର ଲୋକପ୍ରିୟ ଖାଦ୍ୟ ଲିଟ୍ଟି ଚୋଖା ଖାଇଥିବାରୁ ଧନ୍ୟବାଦ ଦେଇଛନ୍ତି। ଏଥିସହିତ ମୋଦିଙ୍କୁ ତାଙ୍କର ପୁରୁଣା ପ୍ରତିଶ୍ରୁତି ମନେ ପକେଇ ଦେଇଥିଲେ ଯାହା ସେ ବିହାରକୁ ଦେବା ପାଇଁ କହିଥିଲେ। ତେଜସ୍ୱୀ ନିଜ ଟ୍ୱିଟ୍ରେ ନୀତିଶ କୁମାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। /odishatv-khabar/media/post_attachments/wp-content/uploads/2020/02/Capture-12.jpg)
ସେ ଟ୍ୱିଟ୍ରେ ଲେଖିଛନ୍ତି, ପ୍ରସିଦ୍ଧ ଏବଂ ସ୍ୱାଦିଷ୍ଟ ବିହାରୀ ଖାନା ପସନ୍ଦ କରିଥିବାରୁ ପିଏମଙ୍କୁ ଧନ୍ୟବାଦ। କାରଣ ବିହାରର ମୁଖ୍ୟମନ୍ତ୍ରୀ ତ ତାଙ୍କୁ ପଚାରି ପାରିବେନି। ତେଣୁ ଆପଣଙ୍କର (ମୋଦିଙ୍କର) ଧ୍ୟାନ ବିବାହର ଦାବି ପ୍ରତି ଆକର୍ଷିତ କରୁଛି। ଯେଉଁ ପ୍ରତିଶ୍ରୁତି ପୂରଣରେ ବହୁ ବିଳମ୍ବ ହୋଇଗଲାଣି। ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା, ବିଶେଷ ପ୍ୟାକେଜ୍, ବନ୍ୟା ନିୟନ୍ତ୍ରଣ ପାଇଁ ଅର୍ଥ ଏବଂ ଆୟୁଷ୍ମାନ ଭାରତ ଫଣ୍ତ କଥା ମନେ ପକାଇ ଦେଇଥିଲେ ତେଜସ୍ୱୀ।
Thank you respected PM for liking famous Bihari delicacy!
Since Bihar CM can’t ask, I would like to draw your kind attention towards Bihar’s legitimate share pending since quite long:
❗Special Status
❗Funds of special package
❗Flood relief fund
❗Funds of “Ayushman Bharat” https://t.co/Bs3wIstE2L— Tejashwi Yadav (@yadavtejashwi) February 19, 2020
ସୂଚନାଥାଉ କି, ବୁଧବାର ପିଏମ ମୋଦି ବୁଧବାର କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳର ଏକ ବୈଠକ ପରେ ହୁନର ହାଟରେ ପହଞ୍ଚିଥିଲେ। ହୁନର ହାଟର ଆୟୋଜନ ଅଳ୍ପସଂଖ୍ୟକ କାର୍ଯ୍ୟ ମନ୍ତ୍ରାଳୟ ପକ୍ଷରୁ ହୋଇଥିଲା। ମୋଦିଙ୍କ ସହ କେନ୍ଦ୍ର ମନ୍ତ୍ରୀ ମୁଖତାର୍ ଅବ୍ବାସ ନକବୀ ମଧ୍ୟ ଥିଲେ। ଏହାର ଏକ ଫଟୋ ମୋଦି ଟ୍ୱିଟର ହାଣ୍ଡେଲରେ ଶେୟାର କରି ଲେଖିଥିଲେ-‘ମୁଁ ଦ୍ୱିପହରର ମିଲ୍ରେ ସ୍ୱାଦିଷ୍ଟ ଲିଟ୍ଟି-ଚୋଖା ଖାଇଲି ଏବଂ ଗରମ ଚା’ ପିଇଲି।’ ଖାଇ ସାରି ମୋଦି ଟଙ୍କା ମଧ୍ୟ ଦେଇଥିଲେ।
ଏହି ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)