/odishatv-khabar/media/post_attachments/uploadimage/library/16_9/16_9_0/lunar-1_1627293198.jpg)
Lonar Lake
ମୁମ୍ବାଇ: ମହାରାଷ୍ଟ୍ର ଲୋନାର ହ୍ରଦର ପାଣି କାହିଁକି ଗୋଲାପୀ ରଙ୍ଗ ହେଲା ଏନେଇ ଗବେଷଣା କରିବ ନାଗପୁର ସ୍ଥିତ ଜାତୀୟ ପରିବେଶ ଗବେଷଣା ପ୍ରତିଷ୍ଠାନ। ଆସନ୍ତା ସପ୍ତାହରେ ବୁଲଧାନା ଜିଲ୍ଲା ଲୋନାର ହ୍ରଦ ପରିଭ୍ରମଣ କରି ନମୂନା ସଂଗ୍ରହ ହେବ। ଏବଂ କାହିଁକି ଏହାର ରଙ୍ଗ ଗୋଲାପୀ ହେଲା ଏନେଇ ଗବେଷଣା କରିବେ ସଂସ୍ଥାର ବୈଜ୍ଞାନିକ।
୫୦ ହଜାର ବର୍ଷ ତଳେ ପୃଥିବୀ ସହ ଏକ ଉଲ୍କା ପିଣ୍ଡ ବାଡ଼େଇ ହେବାରୁ ଏହି ଅଣ୍ଡାକୃତ୍ତିର ହ୍ରଦ ସୃଷ୍ଟି ହୋଇଥିବା କୁହାଯାଏ। ଲୋନାର ହ୍ରଦ ସବୁବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥାଏ। ଏହାସହ ବିଶ୍ୱର ଅନେକ ବୈଜ୍ଞାନିକ ଏଠାକୁ ଆସି ଗବେଷଣା କରିଥାନ୍ତି। ଲୁନାର ହ୍ରଦର ବ୍ୟାସ ପ୍ରାୟ ୧୨ ଶହ ମିଟର ହେବ।
/odishatv-khabar/media/post_attachments/2020/06/lonar.jpg)
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଏହି ଦ୍ରଦର ଜଳରେ ପ୍ରଥମ ଥର ପାଇଁ ଏପରି ପରିବର୍ତ୍ତନ ଆସିନାହିଁ, ଏହା ପୂର୍ବରୁ ମଧ୍ୟ ଅନେକଥର ରଙ୍ଗ ପରିବର୍ତ୍ତନ ହୋଇଛି। ତେବେ ଏଥର ଏହାର ଦୃଶ୍ୟ ଅଧିକ ଚମତ୍କାର ଥିଲା।
ପୂର୍ବ ବର୍ଷଗୁଡ଼ିକ ସହ ତୁଳନା କଲେ ବର୍ତ୍ତମାନ ଲୋନାର୍ ହ୍ରଦରେ ଜଳରାଶି ବହୁତ କମ୍ ରହିଛି। ବର୍ଷା ନ ହେବା ଯୋଗୁ ହ୍ରଦରେ ମଧୂର ଜଳରାଶିର ସ୍ତର ବୃଦ୍ଧି ପାଉନାହିଁ। ଜଳରାଶି କମ୍ ରହିଥିବାରୁ ଏଥିରେ ଲବଣତା ବୃଦ୍ଧି ପାଇଛି। ଏଥିପାଇଁ ଜଳରାଶିର ରଙ୍ଗରେ ପରିବର୍ତ୍ତନ ଘଟିଥାଇପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।
/odishatv-khabar/media/post_attachments/img/2019/May/a7bc5093b36dfe20b102da85fef9431c-cropped-1-1559111587.jpg)
ସେପଟେ ମୌସୁମୀ ଆଗମନ ପୂର୍ବରୁ ମହାରାଷ୍ଟ୍ରର ନାସିକରେ ପ୍ରବଳ ବର୍ଷା ହୋଇଛି। ଲଗାତର ତିନିଦିନ ଧରି ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଭାଗରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗତକାଲି ୫୦.୮ ଏମ୍ଏମ୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
/odishatv-khabar/media/post_attachments/2019-07/0f7h7er8_mumbai-rain-july-2-2019-reuters_625x300_02_July_19.jpg)
ବର୍ଷା ପାଣିରେ ନାଳ ନର୍ଦ୍ଦମା ପୂରିଯିବାରୁ ନାସିକ ସହରରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଘରେ ପାଣି ପଶି ଯିବା ସହ କେତେକ ସ୍ଥାନରେ ଯାନବାହନ ଭାସି ଯାଇଥିବା ସୂଚନା ମିଳିଛି। ଆଜି ମଧ୍ୟ ନାସିକ, ଧୁଲେ, ନାନ୍ଦୁରବର, ଜଲଗାଁଓ ଓ ଅହମ୍ମଦନଗରରେ ବର୍ଷା ହେବ ବୋଲି ଆଇଏମ୍ଡି ପୂର୍ବାନୁମାନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)