/odishatv-khabar/media/post_attachments/uploadimage/library/16_9/16_9_0/krunal-andya_1625119068.jpg)
krunal-[andya
ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲ୍ ମ୍ୟାଚ୍ ଜିତି ଫେରିଥିବା ହାର୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଅନେକ ଦାମୀ ହାତଘଣ୍ଟା ଜବତ କରିଛି ଡାଇରେକ୍ଟର ଅଫ୍ ରେଭିନ୍ୟୁ ଇଣ୍ଟେଲିଜେନ୍ସ ବା ଡିଆର୍ଆଇ। କ୍ରୁନାଲ ଦୁବାଇରୁ ଫେରୁଥିବା ବେଳେ ଗୁରୁବାର ସନ୍ଧ୍ୟା ୫ଟାରେ ମୁମ୍ବାଇ ଏୟାରପୋର୍ଟରେ ଡିଆର୍ଆଇ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ବିନା ଅନୁମତିରେ ଏତେ ପରିମାଣରେ ସୁନା ଆଣିଥିବାରୁ ତାଙ୍କ ଉପରେ ଫାଇନ୍ ଲଗାଯାଇଥିବା ବେଳେ ଘଡ଼ି ଗୁଡ଼ିକ ଜବତ କରାଯାଇଥିଲା। ମାମଲା କଷ୍ଟମ ବିଭାଗକୁ ଯାଉଥିବାରୁ ଏହାକୁ ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ଡିଆର୍ଆଇ ଅଧିକାରୀମାନେ ସୂଚନା ଦେଇଛନ୍ତି।
କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଓମେଗା ଓ ଏମ୍ବୁଲର ପେଗେଟ୍ର ବହୁ ମୂଲ୍ୟର ୪ଟି ଘଣ୍ଟା ଜବତ କରାଯାଇଛି। ପାଣ୍ଡ୍ୟା ଏହାର ସୀମା ଶୁଳ୍କ ଭରି ନଥିବାରୁ ଏସବୁ ମୂଲ୍ୟାୟନ କରିବାକୁ କଷ୍ଟମ ବିଭାଗକୁ ଦିଆଯାଇଛି। କଷ୍ଟମ ବିଭାଗର ମୂଲ୍ୟାୟନ ପରେ ଏହାର ଘଡ଼ିଗୁଡ଼ିକର ମୂଲ୍ୟର ୩୮ ପ୍ରତିଶତ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦେବାକୁ ପଡ଼ିବ। ତା ସହିତ କେତେ ଜୋରିମାନା ଲାଗିବ ସେ ନେଇ ନିଷ୍ପତ୍ତି ନିଆଯିବ। ଏସବୁ ପୈଠ କରିବା ପରେ ପାଣ୍ଡ୍ୟାଙ୍କୁ ତାଙ୍କ ଘଡ଼ି ଫେରାଇ ଦିଆଯିବ।
ଦୁବାଇରେ ଆଇପିଏଲ୍ ଚାଲିଥିବା ବେଳେ କ୍ରୁନାଲ ଏକ ସୁନା ଚେନ୍ କିଣିଥିଲେ। ଯାହା ଭାରତୀୟ ଅନୁମତି ନିୟମ ଠାରୁ ଅଧିକ ଥିଲା। ତେଣୁ ଡିଆର୍ଆଇ ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିଲେ। ଏଥିପାଇଁ ପାଣ୍ଡ୍ୟା କ୍ଷମା ପ୍ରାର୍ଥନା କରିବା ପରେ ରାତି ଅଧରେ ତାଙ୍କୁ ଯିବାକୁ ଅନୁମତି ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)