Advertisment

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା

ଚେନ୍ନାଇ: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ନିଭାର ଘନୀଭୂତହୋଇ ଗତ ୨୬ ତାରିଖରେ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏବେ ପୁଣି ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଆସନ୍ତା ଡିସେମ୍ୱର ମାସ ୨ ତାରିଖରେ ଏହି ଲଘୁଚାପ ତାମିଲ୍‌ନାଡ଼ୁ ଏବଂ କେରଳରେ ପ୍ରଭାବ ପକାଇବା ନେଇ ବିଭାଗ କହିଛି। ସ୍ୟାଟେଲାଇଟ୍‌ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ଏହି ଲଘୁଚାପର କେନ୍ଦ୍ରସ୍ଥଳ ବର୍ତ୍ତମାନ ଦକ୍ଷିଣ-ପୂର୍ବରେ ଶ୍ରୀଲଙ୍କାଠାରୁ ୭୫୦ କିଲୋମିଟର ଏବଂ […]

author-image
Dibakar Sahoo
ଅଦ୍ୟତନ ହୋଇଛି
ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା

111

ଚେନ୍ନାଇ: ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା ନିଭାର ଘନୀଭୂତହୋଇ ଗତ ୨୬ ତାରିଖରେ ପୁଡୁଚେରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିଥିଲା। ଏବେ ପୁଣି ବଙ୍ଗୋପସାଗରର ଦକ୍ଷିଣ-ପୂର୍ବରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଆସନ୍ତା ଡିସେମ୍ୱର ମାସ ୨ ତାରିଖରେ ଏହି ଲଘୁଚାପ ତାମିଲ୍‌ନାଡ଼ୁ ଏବଂ କେରଳରେ ପ୍ରଭାବ ପକାଇବା ନେଇ ବିଭାଗ କହିଛି।

Advertisment

ସ୍ୟାଟେଲାଇଟ୍‌ ପର୍ଯ୍ୟବେକ୍ଷଣରୁ ଜଣାପଡ଼ିଛି ଯେ, ଏହି ଲଘୁଚାପର କେନ୍ଦ୍ରସ୍ଥଳ ବର୍ତ୍ତମାନ ଦକ୍ଷିଣ-ପୂର୍ବରେ ଶ୍ରୀଲଙ୍କାଠାରୁ ୭୫୦ କିଲୋମିଟର ଏବଂ କନ୍ୟାକୁମାରୀଠାରୁ ୧୧୫୦ କିଲୋମିଟର ଦୂରରେ ରହିଛି।

ଏହି ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଧିରେ ଧିରେ ଅବପାତର ରୂପ ନେବ ଏବଂ ପରେ ଏହା ବାତ୍ୟାରେ ପରିଣତ ହେବ।

Advertisment

ବାତ୍ୟାରେ ପରିଣତ ହେବାପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଡିସେମ୍ୱର ୨ରେ ଶ୍ରୀଲଙ୍କାର ଉପକୂଳ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ଏହାର ଅଫିସିଆଲ୍‌ ବୁଲେଟିନ୍‌ରେ କହିଛି।

ଏହାର ପ୍ରଭାବରେ କିଛି ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ତାମିଲ୍‌ନାଡ଼ୁ ଏବଂ ଦକ୍ଷିଣ କେରଳର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆଇଏମ୍‌ଡି କହିଛି।

Advertisment
Advertisment