Advertisment

ଶାନ୍ତି ଚାହୁଁଥିବା ଇମ୍ରାନ୍‌ ମସୁଦ ଆଝାରଙ୍କୁ ଭାରତକୁ ଦେଇ ଦିଅନ୍ତୁ: ସୁଷମା

ନୂଆଦିଲ୍ଲୀ: ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି କଥାବାର୍ତ୍ତା ଚାହୁଁଛନ୍ତି। ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର ପାକିସ୍ତାନରେ ଅଛି। ଇମ୍ରାନ୍ ଖାନ୍ ଶାନ୍ତିର କଥା କହୁଛନ୍ତି, ସେ ବହୁତ ଉଦାର ବୋଲି ଲୋକେ କହୁଛନ୍ତି। ତେବେ ସେ ମସୁଦଙ୍କୁ ଭାରତକୁ ଦେଇ ଦିଅନ୍ତୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସୁଷମା ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି। ସେ ଆହୁରି […]

author-image
Jyotsnamayee Pradhan
ଶାନ୍ତି ଚାହୁଁଥିବା ଇମ୍ରାନ୍‌ ମସୁଦ ଆଝାରଙ୍କୁ ଭାରତକୁ ଦେଇ ଦିଅନ୍ତୁ: ସୁଷମା

BJP

ନୂଆଦିଲ୍ଲୀ: ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି କଥାବାର୍ତ୍ତା ଚାହୁଁଛନ୍ତି। ଜୈଶ୍‌-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର ପାକିସ୍ତାନରେ ଅଛି। ଇମ୍ରାନ୍ ଖାନ୍ ଶାନ୍ତିର କଥା କହୁଛନ୍ତି, ସେ ବହୁତ ଉଦାର ବୋଲି ଲୋକେ କହୁଛନ୍ତି। ତେବେ ସେ ମସୁଦଙ୍କୁ ଭାରତକୁ ଦେଇ ଦିଅନ୍ତୁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଭାଗ ନେବା ଅବସରରେ ସୁଷମା ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି।

Advertisment

ସେ ଆହୁରି କହିଛନ୍ତି, “ଆତଙ୍କବାଦ ଓ କଥାବାର୍ତ୍ତା ଏକାଠି ହୋଇପାରିବ ନାହିଁ।  ପାକିସ୍ତାନ ଆତଙ୍କବାଦକୁ ପ୍ରଶ୍ରୟ ଦେବା ବନ୍ଦ କରି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉ।  ତା’ ପରେ ଯାଇ କଥାବାର୍ତ୍ତା। ହେଲେ ଗୋଟିଏ ପଟେ ଆତଙ୍କବାଦ ଏବଂ ଅନ୍ୟପଟେ କଥାବାର୍ତ୍ତା କେବେ ବି ସମ୍ଭବ ନୁହେଁ।”

Advertisment
Advertisment