Advertisment

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଆଉ ଏକ ଭିଡିଓ

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଭଉଣୀ ପ୍ରିୟଙ୍କା ଏବଂ ଭିଣୋଇ ସିଦ୍ଧାର୍ଥ ତନୱାର୍‌ ସୁଶାନ୍ତଙ୍କର ଜଣେ ଷ୍ଟାଫ୍‌ଙ୍କୁ ଟଙ୍କା ଟ୍ରାନ୍ସଫର ନେଇ ଧମକାଉଥିବାର ଦେଖାଯାଉଛି। ଏହି ଷ୍ଟାଫ୍‌ ଜଣକ ହେଲେ ରଜତ ମେୱାତି। ସେ ସୁଶାନ୍ତଙ୍କର ବ୍ୟାଙ୍କ୍ ଆକାଉଣ୍ଟ ହ୍ୟାଣ୍ଡେଲ୍ କରୁଥିଲେ। ମନିଲଣ୍ଡରିଂ(ଆର୍ଥିକ ହେର୍‌ଫେର୍‌) ମାମଲାରେ ଇଡି ରିୟା ଚକ୍ରବର୍ତ୍ତି, ତାଙ୍କ ପରିବାର ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ପ୍ରମାଣ ଖୋଜୁଥିବା ବେଳେ ଏଭଳି […]

author-image
Abinash Pati
ଅଦ୍ୟତନ ହୋଇଛି
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଆଉ ଏକ ଭିଡିଓ

sushant-sing

ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଭଉଣୀ ପ୍ରିୟଙ୍କା ଏବଂ ଭିଣୋଇ ସିଦ୍ଧାର୍ଥ ତନୱାର୍‌ ସୁଶାନ୍ତଙ୍କର ଜଣେ ଷ୍ଟାଫ୍‌ଙ୍କୁ ଟଙ୍କା ଟ୍ରାନ୍ସଫର ନେଇ ଧମକାଉଥିବାର ଦେଖାଯାଉଛି। ଏହି ଷ୍ଟାଫ୍‌ ଜଣକ ହେଲେ ରଜତ ମେୱାତି। ସେ ସୁଶାନ୍ତଙ୍କର ବ୍ୟାଙ୍କ୍ ଆକାଉଣ୍ଟ ହ୍ୟାଣ୍ଡେଲ୍ କରୁଥିଲେ।

Advertisment

ମନିଲଣ୍ଡରିଂ(ଆର୍ଥିକ ହେର୍‌ଫେର୍‌) ମାମଲାରେ ଇଡି ରିୟା ଚକ୍ରବର୍ତ୍ତି, ତାଙ୍କ ପରିବାର ଓ ଅନ୍ୟ କିଛି ଲୋକଙ୍କ ବିରୋଧରେ ପ୍ରମାଣ ଖୋଜୁଥିବା ବେଳେ ଏଭଳି ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ସୁଶାନ୍ତଙ୍କ ଭଉଣୀ, ଭିଣୋଇ ରଜତଙ୍କୁ ଧମକାଉଥିବାର ଦେଖାଯାଉଛି। କାହା ପାଖକୁ ଟଙ୍କା ଟ୍ରାନ୍ସଫର କରିଛ, ତା ନାଁ ମୋତେ ଦରକାର ବୋଲି ସୁଶାନ୍ତଙ୍କର ଭିଣୋଇ ଭିଡିଓରେ କହୁଥିବାର ଦେଖାଯାଉଛି।

Advertisment

ରଜତ ମେୱାତୀ ସୁଶାନ୍ତଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ପାଖକୁ ଲୁଚାଇ ଟଙ୍କା ପଠାଇଥିବା ଅଭିଯୋଗ ଆସିବା ପରେ ପ୍ରିୟଙ୍କା ଓ ସିଦ୍ଧାର୍ଥ ତାଙ୍କୁ ଏପରି ଧମକାଉଥିବାର ଦେଖାଯାଉଛି।

ସୂଚନାନୁସାରେ, ସାମୁଏଲ୍ ମିରାଣ୍ଡା ସୁଶାନ୍ତଙ୍କର ବ୍ୟାଙ୍କ ଆକାଉଣ୍ଟ ହ୍ୟାଣ୍ଡେଲ୍‌ କରିବାର କାର୍ଯ୍ୟ କରୁଥିଲେ। ପାଟନା ପୁଲିସ ଓ ସିବିଆଇ ଏଫ୍‌ଆଇଆର୍‌ ସମେତ ଇଡିରେ ସାମୁଏଲ୍‌ଙ୍କ ନାଁ ରହିଛି। ମିରାଣ୍ଡାଙ୍କୁ ରିୟା ଚକ୍ରବର୍ତ୍ତି ସୁଶାନ୍ତଙ୍କ ବ୍ୟଙ୍କ ଆକାଉଣ୍ଟ ହ୍ୟାଣ୍ଡେଲ୍ କରିବା କାମରେ ଲଗାଇଥିଲେ ବୋଲି ଅଭିଯୋଗ ହୋଇଛି।

Advertisment
Advertisment