/odishatv-khabar/media/post_attachments/uploadimage/library/16_9/16_9_0/susant-1_1626155632.jpg)
susant-1
ମୁମ୍ବାଇ: ମୁମ୍ବାଇରେ ହୋଇପାରେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷକୃତ୍ୟ। କପୁର ହସ୍ପିଟାଲ୍ରେ ମୃତଦେହ ବ୍ୟବଚ୍ଛେଦ ପରେ ଆଜି ପରିବାର ଲୋକଙ୍କୁ ତାଙ୍କର ମୃତଦେହ ହସ୍ତାନ୍ତର କରାଯିବ ।
ସୁଶାନ୍ତଙ୍କ ବାପା ଓ ସମ୍ପର୍କୀୟମାନେ ମୁମ୍ବାଇରେ ପହଞ୍ଚି ଯାଇଛନ୍ତି। ପୋଲିସ୍ର ପ୍ରାଥମିକ ତଦନ୍ତରେ ସୁଶାନ୍ତଙ୍କ ଆତ୍ମହତ୍ୟା ଥିଓରୀ ସାମ୍ନାକୁ ଆସିଛି । ହେଲେ ଏନେଇ ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ସମ୍ପର୍କୀୟ।
ସେପଟେ ପୁରା ମାମଲାର ତଦନ୍ତ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ଆରମ୍ଭ କରିଛି। ସୁଶାନ୍ତଙ୍କ ରୁମ୍ରୁ ଆଣ୍ଟି ଡିପ୍ରେସନ୍ ମେଡିସିନ୍ ଜବତ କରାଯାଇଛି। ଯାହାକୁ ତଦନ୍ତ ପରିସରକୁ ନିଆଯାଇଛି। ଏହାସହ ସେ ଗତକାଲି ଶେଷ ଥର ପାଇଁ ଜଣେ କଳାକାରଙ୍କୁ କଲ୍ କରିଥିବା ସୂଚନା ମିଳୁଛି।
ସେ ଦିଗକୁ ନେଇ ବି ତଦନ୍ତ ହେଉଛି। ସୁଶାନ୍ତଙ୍କ ସାନ ଭଉଣୀ କହିଛନ୍ତି ତାଙ୍କର କୌଣସି ପ୍ରକାରର ଟଙ୍କା ପଇସାର ଅସୁବିଧା ନ ଥିଲା ସୁଶାନ୍ତଙ୍କ ଉପରେ କୌଣସି ଋଣ ବି ନଥିଲା । ତେବେ ଆତ୍ମହତ୍ୟା ପଛରେ କଣ ରହିଛି କାରଣ ସେ ନେଇ ଖୋଳତାଡ଼ ଚାଲିଛି ।
ଏଥିଲାଗି ସୁଶାନ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ ବି ହୋଇପାରେ। ଗତକାଲି ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ସୁଶାନ୍ତ ସିଂ ରାଜପୁତଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ତଦନ୍ତରୁ ଆତ୍ମହତ୍ୟା ବୋଲି ସନ୍ଦେହ କରିଥିଲା ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)