/odishatv-khabar/media/post_attachments/uploadimage/library/16_9/16_9_0/rhea-3_1625460828.jpg)
rhea
ମୁମ୍ବାଇ: ସୁଶାନ୍ତଙ୍କ ପୂର୍ବତନ ଗାର୍ଲ ଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। ଏହାପରେ ସୁଶାନ୍ତଙ୍କ ପୂର୍ବତନ ବିଜନେସ ମ୍ୟାନେଜର ଶ୍ରୁତି ମୋଦି ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଛନ୍ତି। ଦୁହିଁଙ୍କୁ ସାମନାସାମନି ପଚରା ଉଚରା କରାଯାଇପାରେ। ପ୍ରଥମେ ରିୟା ଆଜି ମଧ୍ୟାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁମ୍ବାଇ ଅଫିସରେ ହାଜର ହୋଇଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରୁ ରହସ୍ୟମୟ ଭାବେ ୧୫ କୋଟି ଟଙ୍କା ଗାଏବ ହେବା, ତାଙ୍କ ବିଜନେସ୍ କାରବାର ଆଦି ନେଇ ରିୟାଙ୍କୁ ଜେରା କରାଯାଇପାରେ।
ସେହିପରି ହାଜର ହେବା ଲାଗି ନିର୍ଦ୍ଦେଶ ପାଇବା ପରେ ଶ୍ରୁତି ମଧ୍ୟ ପହିଞ୍ଚିଛନ୍ତି। ସୁଶାନ୍ତଙ୍କ ସାଙ୍ଗ ସିଦ୍ଧାର୍ଥ ପିଥାନୀଙ୍କୁ ଆସନ୍ତା କାଲି ହାଜର ହେବାକୁ କୁହାଯାଇଛି। ସୁଶାନ୍ତଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ରିୟାଙ୍କ ଆକାଉଣ୍ଟଙ୍କୁ ବହୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଆଗରୁ ଜଣାପଡ଼ିଛି। ଏହି ଟଙ୍କା ରିୟାଙ୍କ ଆକାଉଣ୍ଟକୁ କାହିଁକି ଟ୍ରାନ୍ସଫର ହୋଇଛି, ସେ ଦିଗରେ ଖୋଳତାଡ଼ କରୁଛି ଇଡି।
ସେପଟେ ଏହି ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ସିବିଆଇ। ରିୟାଙ୍କ ବ୍ୟତୀତ ତାଙ୍କ ବାପା, ମାଆ, ଭାଇ ଓ ଅନ୍ୟ ୩ ଜଣଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ପାଇଁ SIT ଗଠନ କରିଛି ସିବିଆଇ। ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତକୁ ମୁମ୍ବାଇକୁ ସ୍ଥାନାନ୍ତର ଉପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ବିହାର ସରକାରଙ୍କ ପକ୍ଷରୁ ଦାଖଲ ହୋଇଛି ସତ୍ୟପାଠ। ରିୟାଙ୍କ ଆବେଦନ ଗ୍ରହଣୀୟ ନୁହେଁ ବୋଲି ବିହାର ସରକାରଙ୍କ ପକ୍ଷରୁ ସତ୍ୟପାଠରେ ଦର୍ଶାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)