/odishatv-khabar/media/post_attachments/uploadimage/library/16_9/16_9_0/sushant-4_1625286768.jpg)
sushant
ମୁମ୍ବାଇ: ବିଷକ୍ରିୟାରୁ ହୋଇନି ସୁଶାନ୍ତଙ୍କ ମୃତ୍ୟୁ। ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଓ ଫଟୋଗ୍ରାଫ୍ ପ୍ରମାଣକୁ ବିଶ୍ଳେଷଣ କରି ବିଷକ୍ରିୟାର କୌଣସି ସୁରାକ୍ ମିଳିନଥିବା, ସିବିଆଇକୁ ରିପୋର୍ଟ ଦେଇଛି ତଦନ୍ତରେ ସହଯୋଗ କରୁଥିବା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍।
ଏପଟେ ଏନ୍ସିବି ଜେରା ବେଳେ 'ମାଲ୍ ହେ କ୍ୟା' ଚାଟ୍ର ରାଜ୍ ଖୋଲିଛନ୍ତି ଦୀପିକା। କହିଛନ୍ତି ମାଲ୍ ଏକ କୋଡ୍ ଓ୍ୱାର୍ଡ ବା ସାଂକେତିକ ଶବ୍ଦ। କୋଡ୍ ଓ୍ୱାର୍ଡ ମାଲ୍ରେ ଅର୍ଥ ସିଗାରେଟ୍। ସେ ଚାଟ୍ରେ କୌଣସି ବେଆଇନ ନିଶାଦ୍ରବ୍ୟ ନୁହେଁ, ବରଂ ସିଗାରେଟ୍ କଥା ପଚାରିଥିବା ନେଇ ଏନ୍ସିବି ଏସ୍ଆଇଟି ଆଗରେ କହିଥିବା ଜାତୀୟ ଗଣମାଧ୍ୟମରେ ପ୍ରସାରିତ ରିପୋର୍ଟରୁ ଜଣାପଡ଼ିଛି।
କେବଳ ମାଲ୍ ନୁହେଁ, ଡୁବ୍ ମଧ୍ୟ ସିଗାରେଟ୍ର କୋଡ୍ ଓ୍ୱାର୍ଡ, ଓ୍ୱିଡ୍- ଥିକ୍ ବା ମୋଟା ସିଗାରେଟ୍ର କୋଡ୍ ଓ୍ୱାର୍ଡ ଏବଂ ହାଶ୍ - ସ୍ଲିମ୍ ବା ସରୁ ସିଗାରେଟ୍ର କୋଡ୍ଓ୍ୱାର୍ଡ ବୋଲି ଏନ୍ସିବି ଆଗରେ କହିଛନ୍ତି ଦୀପିକା।
ଅନ୍ୟପଟେ ସୁଶାନ୍ତ ସିଂହ ମୃତ୍ୟ ମାମଲା ସହିତ ଡ୍ରଗ୍ସ କାରବାର ମାମଲାର କୌଣସି ସମ୍ପର୍କ ନାହିଁ। କେବଳ ଡ୍ରଗ୍ସକାରବାର ଅଭିଯୋଗରେ ରିୟା ଓ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି। ବମ୍ବେ ହାଇକୋର୍ଟଙ୍କୁ ଆଜି ଏପରି କହିଛି ଏନ୍ସିବି। ଏନ୍ସିବି ଗିରିଫଦାରୀକୁ ନେଇ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କ ପକ୍ଷରୁ ବମ୍ବେ ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହା ବିରୋଧରେ ହାଇକୋର୍ଟରେ ଆଜି ଏପରି ଉତ୍ତର ରଖିଛି ଏନ୍ସିବି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)