/odishatv-khabar/media/post_attachments/uploadimage/library/16_9/16_9_0/Untitled-1-5_1625411733.jpg)
Untitled-1
ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ପୁନର୍ବିଚାର ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାରେ କୋର୍ଟ ପ୍ରଶାନ୍ତ ଭୂଷଣଙ୍କ ପାଇଁ ଦଣ୍ଡ ଘୋଷଣା କରିପାରନ୍ତି। ପ୍ରଶାନ୍ତ ଆବେଦନ ଖାରଜ କରି କୋର୍ଟ କହିଛନ୍ତି “ଏହା ଯଥୋଚିତ ଆବେଦନ ନୁହେଁ। ଦଣ୍ଡ ବିଧାନ ପରେ ହିଁ ବିଚାର ସମ୍ପୂର୍ଣ୍ଣ ହେବ।”
ପ୍ରଶାନ୍ତ ଜୁନ ୨୭ ତାରିଖରେ ସୁପ୍ରିମକୋର୍ଟ ବିଷୟରେ ଏକ ଟ୍ୱିଟ୍ କରିଥିଲେ। ଯାହା ନ୍ୟାୟପାଳିକ ଓ ମୁଖ୍ୟ ବିଚାରପତିଙ୍କ ଗରିମା କ୍ଷୁନ୍ନ କରୁଥିଲା। ପରେ ୨୯ ତାରିଖରେ ମୁଖ୍ୟ ବିଚାର ପତି ସରଦ ଅରବିନ୍ଦ ବୋବଡେଙ୍କ ଉପରେ ଆଉ ଏକ ଟ୍ୱିଟ କରିଥିଲେ। ଏହି ଦୁଇଟି ଯାକ ଟ୍ୱିଟ୍ରେ ସୁପ୍ରିମୋ କୋର୍ଟ ନିଜ ଆଡ଼ୁ ବିଚାର କରି ଏହା କୋର୍ଟ ଅବମାନନା କହି ପ୍ରଶାନ୍ତଙ୍କୁ ନୋଟିସ୍ କରିଥିଲେ।
ନୋଟିସରୁ ଉତ୍ତର ରଖି ପ୍ରଶାନ୍ତ କହିଥିଲେ, ସିଜେଆଇ(ମୁଖ୍ୟ ବିଚାରପତି)ଙ୍କ ଆଲୋଚନା ସୁପ୍ରିମକୋର୍ଟର ଗରିମା ନଷ୍ଟ କରୁନାହିଁ। ଚାରିଜଣ ପୂର୍ବ ବିଚାରପତିଙ୍କୁ ନେଇ ମୁଁ ଯେଉଁ ଟ୍ୱିଟ୍ କରିଛି ତାହା ମୋ ବିଚାରଧାରା। ଯାହା ଅପ୍ରିୟ ଲାଗିପାରେ କିନ୍ତୁ ଅବମାନନା ନୁହେଁ। ତେବେ ଅଗଷ୍ଟ ୧୪ ତାରିଖ ସୁପ୍ରିମକୋର୍ଟରେ ବିଚାର ବେଳେ ପ୍ରଶାନ୍ତ ଦୋଷୀ ସାବ୍ୟସ୍ତ ହୋଇଥିଲେ।
କୋର୍ଟ ଅବମାନନାରେ ଦଣ୍ଡ ବିଧାନ କ'ଣ ?
କୋର୍ଟ ଅବମାନନା ଅଧିନିୟମ ଧାରା ୧୨ ଅନୁସାରେ, କୋର୍ଟ ଅବମାନନା କେଶ୍ରେ ଦୋଷୀକୁ ୬ ମାସ ଜେଲ୍ ଡଣ୍ଡ ସହିତ ଦୁଇ ହଜାର ନଗଦ ଜରିମାନା ଦେବାକୁ ପଡ଼ିଥାଏ। ତବେ ପ୍ରଶାନ୍ତଙ୍କ ମାମଲାରେ ଅଗଷ୍ଟ ୨୦ ତାରିଖରେ ଦଣ୍ଡବିଧାନ କରିବେ କୋର୍ଟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)