Advertisment

ଦ୍ୱାଦଶ ପରୀକ୍ଷା ଫଳ: ୧୦ ଦିନ ଭିତରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୧୦ ଦିନ ଭିତରେ ଦ୍ୱାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକର ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଧାର କରି ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।…

author-image
Minati Mishra
ଅଦ୍ୟତନ ହୋଇଛି
ଦ୍ୱାଦଶ ପରୀକ୍ଷା ଫଳ: ୧୦ ଦିନ ଭିତରେ ଇଣ୍ଟରନାଲ ଆସେସ୍‌ମେଣ୍ଟ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

students

ନୂଆଦିଲ୍ଲୀ: ୧୦ ଦିନ ଭିତରେ ଦ୍ୱାଦଶ ଶ୍ରେଣୀର ଇଣ୍ଟରନାଲ ଆସେସମେଣ୍ଟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ରାଜ୍ୟଗୁଡ଼ିକର ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାକୁ ଆଧାର କରି ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ବାହାର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।

Advertisment

ଦ୍ୱାଦଶ ଶ୍ରେଣୀର ପରୀକ୍ଷା ପରିଚାଳନା କରୁଥିବା ରାଜ୍ୟର ବୋର୍ଡଗୁଡ଼ିକୁ ଏହି ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ପାଇଁ ସିବିଏସ୍ଇ ଓ ଅନେକ ରାଜ୍ୟ ଏଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତ।

ଓଡ଼ିଶାର CHSE ମଧ୍ୟ ଦ୍ୱାଦଶ ପରୀକ୍ଷା ବାତିଲ କରିଛି । ମାର୍କିଂ ପାଇଁ CBSE ୩୦-୩୦-୪୦ ଫର୍ମୁଲା ଉପଯୋଗ କରିବ । ଦଶମରେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ୩ଟି ବିଷୟର ୩୦ ପ୍ରତିଶତ , ଏକାଦଶର ୩୦ ପ୍ରତିଶତ ଓ ଦ୍ୱାଦଶର ପ୍ରି-ବୋର୍ଡ ବା ମିଡ୍ ଟର୍ମ ବା ୟୁନିଟ ଟେଷ୍ଟର ୪୦ ପ୍ରତିଶତ ମାର୍କକୁ ବିଚାରକୁ ନିଆଯିବ ।  ତେବେ ଯେଉଁ ପିଲାମାନେ ସନ୍ତୁଷ୍ଟ ନ ଥିବେ ସେମାନେ ପରୀକ୍ଷା ଦେଇ ପାରିବେ।

Advertisment

ସୂଚନାଥାଉକି, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ବୋର୍ଡ ସମେତ ସିବିଏସଇ ଏବଂ ଆଇସିଏସଇ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲେ। ତେବେ CBSE କିପରି ପରୀକ୍ଷା ମୂଲ୍ୟାୟନ ପଦ୍ଧତି ଏବଂ କେବେ ଫଳାଫଳ ପ୍ରକାଶ ପାଇବ ତାହା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।

ସିବିଏସ୍‌ଇର ଏହି ନିଷ୍ପତ୍ତି ଉପରେ ଜଷ୍ଟିସ ଏଏମ ଖାନବିଲକର ଏବଂ ଜଷ୍ଟିସ ଦିନେଶ ମାହେଶ୍ୱରୀ ଖଣ୍ଡପୀଠ  ସହମତି ପ୍ରକାଶ କରିଛନ୍ତି।  ଏଥିସହିତ CBSE ଏବଂ ICSE କୁ ନିଜ ୱେବ ସାଇଡ୍‌ରେ ମୂଲ୍ୟାଙ୍କନ ଯୋଜନା ଅପ୍‌ଲୋଡ କରିବାକୁ ନିର୍ଦ୍ଦେଶ ଦେବା ସହ  ଅଭିଯୋଗ ଶୁଣିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ କୋର୍ଟ।

+2 Result 2021
Advertisment
Advertisment