Advertisment

କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଶାନ୍ତ ସୁପ୍ରିମକୋର୍ଟ ଓ ମୁଖ୍ୟ ବିଚାର ପତିଙ୍କ ବିରୋଧରେ ଟ୍ୱିଟ୍ କରିଥିଲେ। ଏହି ଘଟଣାରେ ସେ କୋର୍ଟ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ମାମଲାରେ କ’ଣ ଦଣ୍ଡବିଧାନ କରାଯିବ ସେ ନେଇ ଅଗଷ୍ଟ ୨୦ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ଟ୍ୱିଟ୍‌ ଅପ୍ରିୟ ଲାଗିପାରେ, କିନ୍ତୁ ଏହା କୋର୍ଟର ଅବମାନନା […]

author-image
Abinash Pati
ଅଦ୍ୟତନ ହୋଇଛି
କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ

prasant-bhushn

ନୂଆଦିଲ୍ଲୀ: କୋର୍ଟ ଅବମାନନା ମାମଲାରେ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରଶାନ୍ତ ସୁପ୍ରିମକୋର୍ଟ ଓ ମୁଖ୍ୟ ବିଚାର ପତିଙ୍କ ବିରୋଧରେ ଟ୍ୱିଟ୍ କରିଥିଲେ। ଏହି ଘଟଣାରେ ସେ କୋର୍ଟ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ମାମଲାରେ କ’ଣ ଦଣ୍ଡବିଧାନ କରାଯିବ ସେ ନେଇ ଅଗଷ୍ଟ ୨୦ ତାରିଖରେ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। କିନ୍ତୁ ଘଟଣା ସମ୍ପର୍କରେ ପ୍ରଶାନ୍ତ କହିଛନ୍ତି, ଟ୍ୱିଟ୍‌ ଅପ୍ରିୟ ଲାଗିପାରେ, କିନ୍ତୁ ଏହା କୋର୍ଟର ଅବମାନନା ନୁହେଁ।

Advertisment

ପ୍ରଶାନ୍ତ ଜୁନ ୨୭ ତାରିଖରେ ସୁପ୍ରିମକୋର୍ଟ ବିଷୟରେ ଏକ ଟ୍ୱିଟ୍ କରିଥିଲେ। ପରେ ୨୯ ତାରିଖରେ ମୁଖ୍ୟ ବିଚାର ପତି ସରଦ ଅରବିନ୍ଦ ବୋବଡେଙ୍କ ଉପରେ ଆଉ ଏକ ଟ୍ୱିଟ କରିଥିଲେ। ଏହି ଦୁଇଟି ଯାକ ଟ୍ୱିଟ୍‌ରେ ସୁପ୍ରିମୋ କୋର୍ଟ ନିଜ ଆଡ଼ୁ ବିଚାର କରି ଏହା କୋର୍ଟ ଅବମାନନା କହି ପ୍ରଶାନ୍ତଙ୍କୁ ନୋଟିସ୍ କରିଥିଲେ।

ନୋଟିସର ଉତ୍ତର ରଖି ପ୍ରଶାନ୍ତ କହିଥିଲେ, ସିଜେଆଇ(ମୁଖ୍ୟ ବିଚାରପତି)ଙ୍କ ଆଲୋଚନା ସୁପ୍ରିମକୋର୍ଟର ଗରିମା ନଷ୍ଟ କରୁନାହିଁ। ଚାରିଜଣ ପୂର୍ବ ବିଚାରପତିଙ୍କୁ ନେଇ ମୁଁ ଯେଉଁ ଟ୍ୱିଟ୍‌ କରିଛି ତାହା ମୋ ବିଚାରଧାରା। ଯାହା ଅପ୍ରିୟ ଲାଗିପାରେ କିନ୍ତୁ ଅବମାନନା ନୁହେଁ।

Advertisment

କୋର୍ଟ ଅବମାନନାରେ ଦଣ୍ଡ ବିଧାନ କ'ଣ  ?

କୋର୍ଟ ଅବମାନନା ଅଧିନିୟମ ଧାରା ୧୨ ଅନୁସାରେ, କୋର୍ଟ ଅବମାନନା କେଶ୍‌ରେ ଦୋଷୀକୁ ୬ ମାସ ଜେଲ୍‌ ଦଣ୍ଡ ସହିତ ଦୁଇ ହଜାର ନଗଦ ଜରିମାନା ଦେବାକୁ ପଡ଼ିଥାଏ। ତବେ ପ୍ରଶାନ୍ତଙ୍କ ମାମଲାରେ ଅଗଷ୍ଟ ୨୦ ତାରିଖରେ ଦଣ୍ଡବିଧାନ କରିବେ କୋର୍ଟ।

Advertisment
Advertisment