Advertisment

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ତଦନ୍ତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାର ପତି ରଞ୍ଜନ ଗୋଗୋଇ ଏକ ମାମଲାରେ ଭୁଲ୍‌ ରାୟ ଦେଇଥିବା ନେଇ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ୨୦୧୮ରେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଏହି ଆବେଦନ ହୋଇଥିଲା। ଆଜି ଏହି ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ସିଜେଆଇ ରଞ୍ଜନ ଗୋଗୋଇ ଅବସର ନେଇସାରିଛନ୍ତି। ତେଣୁ ଏହି ଆବଦେନ ଏବେ ମୂଲ୍ୟହୀନ। କିନ୍ତୁ ଆବେଦନକର୍ତ୍ତାଙ୍କ ଯୁକ୍ତି ଥିଲା ଯେ ସେ ୨୦୧୮ରୁ ଏହି ଅଭିଯୋଗ […]

author-image
Abinash Pati
ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ତଦନ୍ତ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ranjna-gogoi

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାର ପତି ରଞ୍ଜନ ଗୋଗୋଇ ଏକ ମାମଲାରେ ଭୁଲ୍‌ ରାୟ ଦେଇଥିବା ନେଇ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ୨୦୧୮ରେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଏହି ଆବେଦନ ହୋଇଥିଲା।

Advertisment

ଆଜି ଏହି ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ସିଜେଆଇ ରଞ୍ଜନ ଗୋଗୋଇ ଅବସର ନେଇସାରିଛନ୍ତି। ତେଣୁ ଏହି ଆବଦେନ ଏବେ ମୂଲ୍ୟହୀନ। କିନ୍ତୁ ଆବେଦନକର୍ତ୍ତାଙ୍କ ଯୁକ୍ତି ଥିଲା ଯେ ସେ ୨୦୧୮ରୁ ଏହି ଅଭିଯୋଗ କରିଥିଲେ ମଧ୍ୟ କୋର୍ଟ ତାକୁ ରେଜିଷ୍ଟର କରିନଥିଲେ। ଏପରିକି ଅନେକ ଚିଠି ପରେ ବି ଏହି ଆବେଦନ ରେଜିଷ୍ଟ୍ରି ହୋଇନଥିଲା।

ଆବେଦନରେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଏକ ଜଜ୍‌ କମିଟି ଦ୍ୱାରା ଅନ୍ତରୀଣ ତଦନ୍ତ ଦାବି କରାଯାଇଥିଲା। ତାଙ୍କ ବିରୋଧରେ ପକ୍ଷପାତ କରିବାର ଅଭିଯୋଗ ହୋଇଥିଲା।

Advertisment

୩ ଅକ୍ଟୋବର ୨୦୧୮ରେ ରଞ୍ଜନ ଗୋଗୋଇ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳ ମାତ୍ର ୧୩ ମାସ ପାଇଁ ଥିଲା। ସେ ନଭେମ୍ବର ୨୦୧୯ରେ ଅବସର ନେଇଥିଲେ। ଏହାର ଭିତରେ ଅନେକ ବିବାଦର ଫସିଯାଇଥିଲେ ଗୋଗୋଇ। ତାଙ୍କ ବିରୋଧରେ ବ୍ୟକ୍ତିଗତ ଆରୋପ ମଧ୍ୟ ଲାଗିଥିଲା। ସେ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି।

Advertisment
Advertisment