/odishatv-khabar/media/post_attachments/uploadimage/library/16_9/16_9_0/sc_1620216866.jpg)
sc
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟଙ୍କ ଅବମାନନା ନୋଟିସ ତଥା ଦିଲ୍ଲୀ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଯୋଗାଣ ଅଭାବରୁ ଅଧିକାରୀଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ମାମଲାର ତୁରନ୍ତ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ସହରରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଅମ୍ଳଜାନ ଯୋଗାଣ ଉପରେ ଦିଆଯାଇଥିବା ନିର୍ଦ୍ଦେଶକୁ ପାଳନ ନକରିବାରୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଅବମାନନା ନୋଟିସ ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣ କେନ୍ଦ୍ର ସରକାରଙ୍କ ଏହି ଆବେଦନକୁ ଜଷ୍ଟିସ ଡି.ଚନ୍ଦ୍ରଚୁଡ଼ଙ୍କ ନେତୃତ୍ୱରେ ଗଠିତ ବେଞ୍ଚକୁ ଶୁଣାଣୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ। ଯେତେବେଳେ ଅଧିକାରୀମାନେ ଅମ୍ଳଜାନ ଅଭାବ ଦୂର କରିବାକୁପ୍ରାଣ ପ୍ରଣେ ଚେଷ୍ଟା କରୁଛନ୍ତି, ସେତେବେଳେ ଦିଲ୍ଲୀ ହାଇକୋର୍ଟଏଭଳି ନୋଟିସ ଜରି କରୁଛନ୍ତି ।ଅଧିକାରୀମାନଙ୍କୁ ଜେଲରେ ରଖିଦେଲେଅମ୍ଳଜାନଅଭାବ ଦୂର ହେବ ନାହିଁ ।
କୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ଯେ, ଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ନିର୍ଦ୍ଦେଶ କାହିଁକି ପାଳନ କରାଯାଇ ନାହିଁ? ଏହାର ଉତ୍ତରରେ ଶ୍ରୀ ମେହେଟ୍ଟା କହିଛନ୍ତି, ଅମ୍ଳଜାନର ଅବଶ୍ୟକତା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆମେ ସମସ୍ତ ସମ୍ଭାବ୍ୟ ସ୍ରୋତରୁଅମ୍ଳଜାନ ସଂଗ୍ରହ କରୁଛୁ। ଅମ୍ଳଜାନର ସମାନ ବଣ୍ଟନ ସୁନିଶ୍ଚିତ କରାଯାଉଛି। ଶୁଣାଣି ସମୟରେ ଜଷ୍ଟିସ ଚନ୍ଦ୍ରଚୂଡ଼ ସ୍ୱୀକାର କରିଛନ୍ତି ଯେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ନିଶ୍ଚିତ ଚେଷ୍ଟା କରିବା ଉଚିତ୍ । କିନ୍ତୁ ଅଧିକାରୀମାନଙ୍କୁ ଜେଲରେ ପୁରାଇଦେଲେ ପରିସ୍ଥିତି ସୁଧୁରିବନି କି ଅମ୍ଳଜାନ ଅଭାବ ପୂରଣ ହେବ ନାହିଁ, ଏହା ମଧ୍ୟ ନିଶ୍ଚିତ ।
ନିର୍ଦ୍ଦେଶ ଅବମାନନା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ? କେନ୍ଦ୍ରକୁ ହାଇକୋର୍ଟଙ୍କ ପ୍ରଶ୍ନ
ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ କହିଥିଲେ ଯେ କୋଭିଡ -୧୯ ରୋଗୀଙ୍କ ଚିକିତ୍ସା ପାଇଁ ଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ପାଇଁ ଯେଉଁ ଆଦେଶ ଦିଆଯାଇଥିଲା । ତାହାର ପାଳନ କରାଯାଇନାହିଁ । ତେବେ ଏଥିପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ?
ଅନ୍ୟପଟେ ଖଣ୍ଡପୀଠ କହିଛନ୍ତି ଯେ, ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏବେ ଦିଲ୍ଲୀ ହାଇକୋର୍ଟ ମଧ୍ୟ କହିଛନ୍ତି, ଦିଲ୍ଲୀକୁ କେନ୍ଦ୍ର ସରକାର ଜେମିତି ବି ହେଉ ପ୍ରତିଦିନ ୭୦୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇବାକୁ ପଡିବ। ହାଇକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ଯେ, ‘ଆପଣ ଏହି ସହରର ଏକ ଅଂଶ ଏବଂ ଆପଣ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ତଥାପି କେଉଁଭଳି ପରିସ୍ଥିତି ଚାଲିଛି ତାହା ବୁଝି ପାରୁନାହାନ୍ତି କି ?
ଜଷ୍ଟିସ୍ ବିପିନ୍ ସାଙ୍ଘି ଏବଂ ରେଖା ପଲ୍ଲୀଙ୍କ ଏକ ଖଣ୍ଡପିଠ ମଧ୍ୟ କେନ୍ଦ୍ରର ଆବେଦନକୁ ପୂବର୍ରୁ ଖାରଜ କରିଥିଲେ । ସେଥିରେ କୁହାଯାଇଥିଲା ଯେ, ଦିଲ୍ଲୀରେ ଯେଉ ପରିସ୍ଥିତି ରହିଛି ସେଥିପାଇଁ ୭୦୦ ମେଟ୍ରିକ ଟନ୍ର ଅଳ୍ପଜାନ ପ୍ରତିଦିନ ଆବଶ୍ୟକ ନୁହେଁ । ତେବେ ଅଦାଲତଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦୁଇ ବରିଷ୍ଠ ଅଧିକାରୀଙ୍କୁ ନୋଟିସ କରାଯାଇଥିଲା । ଏଥିରେ ସେମାନଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା । ଖଣ୍ଡପିଠ ଆହୁରି ଦର୍ଶାଇଛନ୍ତି ଯେ, ସୁପ୍ରିମକୋର୍ଟ ଏପ୍ରିଲ୍ ୩୦ରେ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ ପ୍ରାଞ୍ଜଳ ଭାବେ ଲେଖାଯାଇଛି ଯେ, ଦିଲ୍ଲୀକୁ ପ୍ରତିଦିନ ୭୦୦ ମେଟ୍ରିକ ଟନ୍ ଅମ୍ଳଜାନ ଯୋଗାଇବେ କେନ୍ଦ୍ର ସରକାର ନା କି ୪୯୦ ମେଟ୍ରିକ୍ ଟନ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)