Advertisment

ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼

ପଟନା: ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ପିଆଜ ଓ ପଥର ମାଡ଼ କଲେ ଲୋକେ। ରାଜ୍ୟର ମଦୁବାଣୀ ଜିଲ୍ଲାରେ ହରଲଖିରେ ନୀତୀଶ ଲୋକଙ୍କୁ ସମ୍ବୋଧନ କରୁଥିଲେ। ନିଯୁକ୍ତି ପ୍ରସଙ୍ଗ ଉଠାଇ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼ ହୋଇଥିଲା। ନୀତୀଶଙ୍କ ଉପରେ ପିଆଜ ଓ ଇଟା ଫିଙ୍ଗୁଥିବା ଜଣେ ବ୍ୟକ୍ତି ବିହାରରେ ମଦ କାରବାର ନେଇ ଅସନ୍ତୋଷ ପ୍ରକାଶ କରି […]

ଅଦ୍ୟତନ ହୋଇଛି
ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼

nirishg

Advertisment

ପଟନା: ନିର୍ବାଚନ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ପିଆଜ ଓ ପଥର ମାଡ଼ କଲେ ଲୋକେ। ରାଜ୍ୟର ମଦୁବାଣୀ ଜିଲ୍ଲାରେ ହରଲଖିରେ ନୀତୀଶ ଲୋକଙ୍କୁ ସମ୍ବୋଧନ କରୁଥିଲେ। ନିଯୁକ୍ତି ପ୍ରସଙ୍ଗ ଉଠାଇ ଲୋକଙ୍କୁ ସମ୍ବୋଧନ କରୁଥିବା ବେଳେ ନୀତୀଶଙ୍କ ଉପରକୁ ପିଆଜ ଓ ପଥର ମାଡ଼ ହୋଇଥିଲା।

Advertisment

ନୀତୀଶଙ୍କ ଉପରେ ପିଆଜ ଓ ଇଟା ଫିଙ୍ଗୁଥିବା ଜଣେ ବ୍ୟକ୍ତି ବିହାରରେ ମଦ କାରବାର ନେଇ ଅସନ୍ତୋଷ ପ୍ରକାଶ କରି ଏପରି କରିଥିବା ସୂଚନା ମିଳିଛି। ମଦର ଚୋରାକାରବାର ହେଉଛି ଓ ଏହା ଖୋଲାଖୋଲି ବିକ୍ରି ହେଉଛି। କିନ୍ତୁ ଆପଣ ଏହାକୁ ରୋକିବାରେ ସଫଳ ହୋଇପାରି ନାହାନ୍ତି ବୋଲି ବ୍ୟକ୍ତି ଜଣକ କହିବା ସହିତ ନୀତୀଶଙ୍କ ଉପରକୁ ପିଆଜ ଫିଙ୍ଗିଥିଲେ।

Advertisment

ଷ୍ଟେଜ୍‌ ଉପରକୁ ପିଆଜ ଓ ପଥର ମାଡ଼ ହେବା ପରେ ନୀତୀଶଙ୍କ ଅଙ୍ଗରକ୍ଷୀମାନେ ଷ୍ଟେଜ୍‌ ସାମ୍ନାକୁ ଆସି ନୀତୀଶଙ୍କୁ କଭର କରିଥିଲେ। ଲୋକଙ୍କ କ୍ଷୋଭ ଦେଖି ନୀତୀଶ ବ୍ୟକ୍ତି ଜଣଙ୍କୁ କହିଥିଲେ ଯେତେ ପାର ସେତେ ପିଆଜ ଫିଙ୍ଗ। ନିର୍ବାଚନ ରାଲିରେ ନୀତୀଶ ହଟହଟା ହେବା ଘଟଣା ଏହା ପ୍ରଥମ ନୁହେଁ।,ଏହା ପୂର୍ବରୁ ତାଙ୍କ ରାଲିରେ ଲୋକେ ଆର୍‌ଜେଡିର ନାରା ଦେଇଥିଲେ। ଏଥିରେ ଲୋକଙ୍କ ଉପରେ କ୍ଷ୍ୟୁବ୍ଧ ହୋଇଥିଲେ ନୀତୀଶ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ