/odishatv-khabar/media/post_attachments/uploadimage/library/16_9/16_9_0/sonia_1626073050.jpg)
sonia
ନୂଆଦିଲ୍ଲୀ: ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା ମୁକାବିଲା ପାଇଁ ଘୋଷଣା ହୋଇଥିବା ୨୧ ଦିନିଆ ଲକଡାଉନର ଆଜି ଶେଷ ଦିନ। ତେଣୁ ଏହା ବଢ଼ିବ ନା ନାହିଁ ସେ ନେଇ ସ୍ପଷ୍ଟ କରିପାରନ୍ତି ପ୍ରଧାନମନ୍ତ୍ରୀ। ହେଲେ ମୋଦିଙ୍କ ସମ୍ବୋଧନର ଠିକ୍ ୩ ଘଣ୍ଟା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦେଶବାସୀଙ୍କୁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି। ଏହି ଭିଡିଓ କଂଗ୍ରେସର ଟ୍ୱିଟର ହାଣ୍ଡେଲ୍ରେ ସେୟାର କରାଯାଇଛି।
ଭିଡିଓରେ ସୋନିଆ କହିଛନ୍ତି,“କରୋନା ସଙ୍କଟରେ ଡାକ୍ତର, ସଫେଇ କର୍ମଚାରୀ, ପୋଲିସ ସହିତ ସରକାରୀ କର୍ମଚାରୀ ଦିନରାତି ଯେପରି କାମ କରୁଛନ୍ତି ତାହା ହିଁ ସବୁଠାରୁ ବଡ ଦେଶଭକ୍ତି। ଆଉ କିଛି ନୁହେଁ। ସେ ଆଶ୍ୱାସନା ବି ଦେଇଛନ୍ତି, ଏକତା, ଅନୁଶାସନ ଏବଂ ଆତ୍ମଶକ୍ତି ଦ୍ୱାରା ଦେଶ କରୋନାକୁ ନିଶ୍ଚିତ ହରାଇବ। ’
ସୋନିଆ କହିଛନ୍ତି, ‘ଏପରି ସଙ୍କଟ ସମୟରେ ସମସ୍ତେ ଯେପରି ଲଢୁଛନ୍ତି ତାହାଠାରୁ ଅଧିକ ଦେଶଭକ୍ତି ଆଉ କ’ଣ ହୋଇପାରେ ? ଏହି ସଙ୍କଟ ସମୟରେ ଆପଣଙ୍କ ପରିବାର ସଦସ୍ୟଙ୍କ ତ୍ୟାଗକୁ ଆମେ ଭୁଲି ପାରିବୁ ନାହିଁ। ଆପଣମାନେ ବିପଦ ସମୟରେ ଯେପରି ସହଯୋଗ ଏବଂ ସମର୍ପଣ ଭାବ ନେଇ ଲଢୁଛନ୍ତି ସେଥିପାଇଁ ଧନ୍ୟବାଦ ଦେବାକୁ ମୋ ପାଖରେ ଭାଷା ନାହିଁ।’
ସେ ଏକଥା ବି କହିଛନ୍ତି, ଆମ ପାଖରେ ବ୍ୟକ୍ତିଗତ ସୁରକ୍ଷାର ଅଭାବ ଥିଲେ ମଧ୍ୟ ଆମର ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ ଏବଂ ସମାଜସେବୀ ସଂଗଠନ ନିଜର କାମ କରି ଚାଲିଛନ୍ତି। ପୋଲିସ ଏବଂ ଜବାନ ପହରା ଦେଇ ନିୟମର ପାଳନ କରୁଛନ୍ତି। ସଫେଇ କର୍ମଚାରୀ ଏପରି କଷ୍ଟକର ସମୟରେ ନିୟମିତ ସଫା କରି ସଂକ୍ରମଣ ବ୍ୟାପିବାକୁ ରୋକି ପାରିଛନ୍ତି। ସରକାରୀ ଅଫିସର ଲୋକଙ୍କ ପାଖରେ ସୁବିଧା ପହଞ୍ଚାଇବା ପାଇଁ ୨୪ ଘଣ୍ଟା କାମ କରୁଛନ୍ତି। ଆପଣମାନଙ୍କ ସହଯୋଗ ବିନା ଆମେ ଏହି ଯୁଦ୍ଧ ଦୁର୍ବଳ ହୋଇଯିବ।’
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)