/odishatv-khabar/media/post_attachments/uploadimage/library/16_9/16_9_0/mrtyer_1625485548.jpg)
mrtyer
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲା ବାଲାକୋଟ୍ ସେକ୍ଟରରେ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଶୁକ୍ରବାର ରାତିରେ ପାକିସ୍ତାନ ଯବାନ ଗୁଳି ଚଳାଇବାରୁ ଭାରତୀୟ ସେନାର ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଜାମ୍ମୁ ଆର୍ମି ବେସ୍ ମୁଖପାତ୍ର ଲ୍ୟୁଟନାଣ୍ଟ କଲୋନେଲ୍ ଦେବେନ୍ଦର ଆନନ୍ଦ ସୂଚନା ଦେଇଛନ୍ତି। ସହିଦ ଯବାନ ହେଲେ ହିମାଚଳ ପ୍ରଦେଶ ହାମିରପୁରର ୨୪ ବର୍ଷୀୟ ସିପୋଏ ରୋହିନ କୁମାର।
ଦେବେନ୍ଦରଙ୍କ ସୂଚନା ଅନୁସାରେ, ପାକିସ୍ତାନର ଗୁଳି ଚାଳନାରେ ରୋହିନ୍ କୁମାରଙ୍କୁ ଗୁଳି ବାଜିଯାଇଥିଲା। ପ୍ରଥମେ ସେ ଗୁରୁତର ଆହତ ହୋଇପଡ଼ିଥିଲେ। ପରେ ତାଙ୍କର ଦେହାନ୍ତ ହୋଇଥିଲା।
ପାକିସ୍ତାନର ଗୁଳି ବିନିମୟରେ ୨ ମାସ ଭିତରେ ଏହା ସପ୍ତମ ମୃତ୍ୟୁ। ତେବେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ୨୭୦୦ ଥର ଅସ୍ତ୍ର ବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜୌରି ସେକ୍ଟର ଏଲ୍ଓସିରେ ପାକିସ୍ତାନ ବିନା କାରଣରେ ଅସ୍ତ୍ର ବିରତି ଉଲ୍ଲଂଘନ କରିଥିଲେ। ଆମ ଯବାନମାନେ ମଧ୍ୟ ତାର ଦୃଢ଼ ଯବାବ ଦେଇଥିଲେ। ଏଥିରେ କିନ୍ତୁ ରୋହିନ ସହିଦ ହୋଇଯାଇଥିଲେ। ରୋହିନ ଜଣେ ଦକ୍ଷ ଓ ସାହସୀ ଯବାନ। ତାଙ୍କର ଏହି ବଳିଦାନ ପାଇଁ ଦେଶ ସର୍ବଦା ତାଙ୍କ ପାଖରେ ଋଣୀ ହୋଇ ରହିବ ବୋଲି ଦେବେନ୍ଦର କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)