Advertisment

କ୍ୱାରେଣ୍ଟିନ୍‌ ସେଣ୍ଟରରେ ସାପ କାମୁଡାରେ ବାଳକର ମୃତ୍ୟୁ

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍‌ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ କିଛି ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ  ରଖାଯାଉଛି। ଏହି ସମୟରେ ବାହାରୁ ଫେରିଥିବା ଜଣେ ୧୬ ବର୍ଷର ବାଳକକୁ ନିଜ ଗାଁ ସ୍କୁଲର କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା।  କିନ୍ତୁ ସେଠାରେ ସାପ କାମୁଡାରେ ବାଳକଟିର  ମୃତ୍ୟୁ ଘଟିଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ। ଖବର ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ […]

author-image
Mahasweta Baral
କ୍ୱାରେଣ୍ଟିନ୍‌ ସେଣ୍ଟରରେ ସାପ କାମୁଡାରେ ବାଳକର ମୃତ୍ୟୁ

snake

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍‌ଡାଉନ୍ ଯୋଗୁ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସେମାନଙ୍କୁ କିଛି ଦିନ କ୍ୱାରେଣ୍ଟିନ୍‌ ସେଣ୍ଟରରେ  ରଖାଯାଉଛି। ଏହି ସମୟରେ ବାହାରୁ ଫେରିଥିବା ଜଣେ ୧୬ ବର୍ଷର ବାଳକକୁ ନିଜ ଗାଁ ସ୍କୁଲର କ୍ୱାରେଣ୍ଟିନ୍‌ରେ ରଖାଯାଇଥିଲା।  କିନ୍ତୁ ସେଠାରେ ସାପ କାମୁଡାରେ ବାଳକଟିର  ମୃତ୍ୟୁ ଘଟିଛି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ।

Advertisment

ଖବର ଅନୁଯାୟୀ, ଲକ୍‌ଡାଉନ୍‌ ଯୋଗୁ ହରିୟାଣାର କୌଥଲରୁ ଆସିଥିବା ପ୍ରବାସୀ ଶ୍ରମିକମାନେ କରୋନାର ଭୟ ଓ ପରିବାର ଲୋକଙ୍କ ପରାମର୍ଶ କ୍ରମେ ନିଜ ଗାଁ ସ୍କୁଲରେ କ୍ୱାରେଣ୍ଟିନ୍‌ ରହିଥିଲେ। ସେହି ସ୍କୁଲରେ ଥିବା ୧୬ବର୍ଷର ବାଳକଟିକୁ ସାପଟି କାମୁଡି ଦେଇଥିବା ଜଣାପଡିଛି। ପରେ ବାଳକଟିକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ଘଟିଥିବା ବଳାକଟିର ନାଁ ମହେନ୍ଦ୍ର କୁମାର । କାମୁଡିଥିବା ସାପଟିକୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ମାରି ଦେଇଥିଲେ।

ମୃତ ବାଳକଟିର ପରିବାର ସଦସ୍ୟ କହିଛନ୍ତି ଯେ, ସାପଟି ରାତି ପ୍ରାୟ ୧୨ ଟାରେ ବାଳକକୁ କାମୁଡି ଦେଇଥିଲା। ସାପ ପିଲାଟିର ଆଙ୍ଗୁଠିକୁ କାମୁଡି ଧରିଥିଲା। ପିଲାଟି ମଧ୍ୟ ସାପଟିକୁ ଧରିଥିଲା। ପରେ ଆମ୍ୱୁଲାନ୍ସକୁ ଫୋନ୍‌ କରାଯାଇଥିଲା । କିନ୍ତୁ ଆମ୍ୱୁଲାନ୍ସଟି ଆସିନଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ମୋଟରସାଇକେଲରେ ପିଲାଟିକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment
Advertisment
Advertisment