Advertisment

ଫାଇନାନ୍ସ ଅଫିସରେ ଗନ୍‌ପଏଣ୍ଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ହତ୍ୟା ଧମକ

ଚଣ୍ଡୀଗଡ: ପଞ୍ଜାବର ମଣ୍ଡି ଗୋବିନ୍ଦଗଡରେ ଏକ ଫାଇନାନ୍ସ କମ୍ପାନୀ ଅଫିସରେ ଜଣେ ଯୁବତୀଙ୍କୁ ୬ ଜଣ ବ୍ୟକ୍ତି ଗନପଏଣ୍ଟରେ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଗଣ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଖୋଜୁଛି। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ପୀଡିତାଜଣକ ଫରୀଦକୋଟର ବାସିନ୍ଦା। କିନ୍ତୁ ଏବ ସେ ଲୁଧିଆନାରେ ରହୁଛନ୍ତି। ଗଣ୍ଡି ଗୋବିନ୍ଦଗଡର ଅମଲୋହ ରୋଡ ସ୍ଥିତ […]

author-image
Minati Mishra
ଫାଇନାନ୍ସ ଅଫିସରେ ଗନ୍‌ପଏଣ୍ଟରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ହତ୍ୟା ଧମକ

gang rape

ଚଣ୍ଡୀଗଡ: ପଞ୍ଜାବର ମଣ୍ଡି ଗୋବିନ୍ଦଗଡରେ ଏକ ଫାଇନାନ୍ସ କମ୍ପାନୀ ଅଫିସରେ ଜଣେ ଯୁବତୀଙ୍କୁ ୬ ଜଣ ବ୍ୟକ୍ତି ଗନପଏଣ୍ଟରେ ଗଣଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତମାନେ ଗଣ ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଅଭିଯୁକ୍ତଙ୍କୁ ଖୋଜୁଛି।

Advertisment

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ପୀଡିତାଜଣକ ଫରୀଦକୋଟର ବାସିନ୍ଦା। କିନ୍ତୁ ଏବ ସେ ଲୁଧିଆନାରେ ରହୁଛନ୍ତି। ଗଣ୍ଡି ଗୋବିନ୍ଦଗଡର ଅମଲୋହ ରୋଡ ସ୍ଥିତ ଏକ ଫାଇନାନ୍ସ କମ୍ପାନୀର ଅଫିସକୁ ଆସିବା ପାଇଁ ଫାଇନାନ୍ସର ପରମଜିତ୍‌ ସିଂ ପୁମ୍ମା ତାଙ୍କୁ ଡକାଇଥିଲେ। ସେଠାରେ ତାଙ୍କର ୫ ଜଣ ସହକର୍ମୀ ଥିଲେ। ସମସ୍ତେ ମିଶି ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ।

ଏହି କଥା କାହାକୁ କହିଲେ ଜୀବନରୁ ଶେଷ କରିଦେବେ ବୋଲି ସେମାନେ ଯୁବତୀଙ୍କୁ ଧମକ ମଧ୍ୟ ଦେଇଥିଲେ। ତେବେ ଏହି ଧମକକୁ ନ ଡରି ଯୁବତୀ ଜଣକ ଫତେହଗଡ ସାହିବ ଏସଏସପି ଅମନୀତ କୌଣ୍ଡଲଙ୍କୁ ସମସ୍ତ ଘଟଣା ଜଣାଇଥିଲେ। ମିଡିଆ ରିପୋର୍ଟ ଅନୁସାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଛି। ଏସଏସପି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନକୁ ପଠାଇଛନ୍ତି।

Advertisment
Advertisment
Advertisment