/odishatv-khabar/media/post_attachments/uploadimage/library/16_9/16_9_0/naxal_1623830067.jpg)
naxal
ବିଶାଖାପାଟଣମ: ବିଶାଖାପାଟଣା ଜିଲ୍ଲା କୋୟୁରୁ ଗାଁ ନିକଟରେ ବୁଧବାର ସକାଳୁ ସକାଳୁ ପୋଲିସ-ନକ୍ସଲ ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ଘଟିଛି। ଏହି ଏନକାଉଣ୍ଟରରେ ୬ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ନିହତ ସମସ୍ତ ମାଓବାଦୀ ସିପିଆଇ (ଏମ୍)ର ବୋଲି ସୂଚନା ମିଳିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୩ ଜଣ ମହିଳା କ୍ୟାଡର ଥିବା ଜଣାଯାଇଛି । ପରେ ପୋଲିସ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ସର୍ଚ୍ଚ ଅପରେଶନ ସମୟରେ ଘଟଣାସ୍ଥଳରୁ ଗୋଟିଏ ଏକେ-୪୭, SLR, ୩ଟି ଥ୍ରୀ ନଟ୍ ଥ୍ରୀ ରାଇଫଲ ଜବତ କରିଛି ପୋଲିସ । ସଂପୃକ୍ତ ଅଞ୍ଚଳରେ କମ୍ବିଂ ଚାଲିଥିବା ସୂଚନା ଦେଇଛନ୍ତି ବିଶାଖାପାଟଣା ଗ୍ରାମାଞ୍ଚଳ ଏସ୍ପି। ଜବତ ଅସ୍ତ୍ରଶସ୍ତ୍ରକୁ ଦେଖି ଘଟଣାସ୍ଥଳରେ କ୍ୟାଡର ମାଓବାଦୀ ଥିବା ଅନୁମାନ କରାଯାଉଛି।
ପ୍ରକୃତରେ ଏନକାଉଣ୍ଟରରେ କେତେ ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ। କୋୟୁରୁ ମଣ୍ଡଳ ମମ୍ପାଠାରୁ ମାତ୍ର ୧୦ କିମି ଦୂର ୟୁ ଚିଦିପାଲେମ ଗାଁରେ ନକ୍ସଲମାନେ ଲୁଚିଥିବା ନେଇ କୌଣସି ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା। ପରେ ସୁରକ୍ଷାକର୍ମୀ ପକ୍ଷରୁ କମ୍ବିଂ ଅପରେଶନ ଆରମ୍ଭ ହୋଇଥିଲା। ମାଓବାଦୀମାନେ ପାଖ ଗାଁକୁ କିଛି ଆବଶ୍ୟକ ଜିନିଷ ଆଣିବା ପାଇଁ ଆସିଥିବାବେଳେ ଗୁଳି ବିନିମୟ ହୋଇଥିଲା।
ଭାଇଜାକ୍ ରୁରାଲ ଏସ୍ପି ଡ. ବଦେପାଲି କ୍ରିଷ୍ଣା ରାଓଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏ ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିପାରି ନାହିଁ। କେବଳ ଫଟୋ ଦେଖି କେତେଜଣଙ୍କର ମୃତ୍ୟୁ ଘଟିଛି ଏବଂ ସେମାନଙ୍କର ପରିଚୟ କହି ହେବନି।
ସୂଚନାଥାଉ କି, ଓଡ଼ିଶାରେ ମଧ୍ୟ ଆଜି ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲିରେ ସୁରକ୍ଷାକର୍ମୀ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ମାଥିଲି ଥାନା କୁଲାବେଡ଼ା ନିକଟ ଜଙ୍ଗଲରେ ଏହି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି । ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)