Advertisment

ବଜେଟ୍ ୨୦୨୧; ରାସ୍ତାରୁ ହଟିବ ପୁରୁଣା ଗାଡ଼ି

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବଜେଟ୍‌ର ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ପ୍ରଦୂଷଣ ମୁକ୍ତ ହେବା ସହିତ ଇନ୍ଧନ ସଞ୍ଚୟ ମଧ୍ୟ ହୋଇପାରିବ ବୋଲି ନିର୍ମଳା କହିଛନ୍ତି। ଏଥିପାଇଁ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ, କମର୍ସିଆଲ ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି। ନୂଆ ଭେଇକଲ ସ୍କାର୍ପିଂ ପଲିସି ଅନୁସାରେ ଘରୋଇ ଗାଡ଼ିଗୁଡ଼ିକ ପାଇଁ ୨୦ ବର୍ଷ ଚାଲିବା ପରେ ଗାଡ଼ିର […]

author-image
Abinash Pati
ବଜେଟ୍ ୨୦୨୧; ରାସ୍ତାରୁ ହଟିବ ପୁରୁଣା ଗାଡ଼ି

car

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବଜେଟ୍‌ର ରାସ୍ତାରୁ ପୁରୁଣା ଗାଡ଼ି ହଟାଇବାକୁ ସ୍କ୍ରାପ୍ ପଲିସି ତ୍ୱରାନ୍ୱିତ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାଦ୍ୱାରା ପ୍ରଦୂଷଣ ମୁକ୍ତ ହେବା ସହିତ ଇନ୍ଧନ ସଞ୍ଚୟ ମଧ୍ୟ ହୋଇପାରିବ ବୋଲି ନିର୍ମଳା କହିଛନ୍ତି। ଏଥିପାଇଁ ଘରୋଇ ଗାଡ଼ି ପାଇଁ ୨୦ ବର୍ଷ, କମର୍ସିଆଲ ପାଇଁ ୧୫ ବର୍ଷ ସମୟ ଧାର୍ଯ୍ୟ କରାଯାଇଛି।

Advertisment

ନୂଆ ଭେଇକଲ ସ୍କାର୍ପିଂ ପଲିସି ଅନୁସାରେ ଘରୋଇ ଗାଡ଼ିଗୁଡ଼ିକ ପାଇଁ ୨୦ ବର୍ଷ ଚାଲିବା ପରେ ଗାଡ଼ିର ଫିଟ୍‌ନେସ୍‌ ଟେଷ୍ଟ କରିବାକୁ ପଡ଼ିବ ସେହିପରି କମର୍ସିଆଲ୍‌ ଗାଡ଼ିଗୁଡ଼ିକ ୧୫ ବର୍ଷ ପରେ ଫିଟ୍‌ନେସ୍ ଟେଷ୍ଟ କରିବେ ବୋଲି ଘୋଷଣା କରିଛନ୍ତି ନିର୍ମଳା।

ଏନେଇ ନିର୍ମଳା ଘୋଷଣା କରିଛନ୍ତି " ପୁରୁଣା ଅଚଳ ଗାଡ଼ିଗୁଡ଼ିକ ହଟାଇବା ପାଇଁ ଅମେ ଭେଇକଲ ସ୍କାର୍ପିଂ ପଲିସି ଘୋଷଣା କରୁଛୁ। ଏହାଦ୍ୱାରା ଇନ୍ଧନ ସଞ୍ଚିତ ପରିବେଷ ଅନୁକୁଳ ଯାନବାହନ ଯାତାୟତରେ ସହଯୋଗ କରିବ। ପ୍ରଦୂଷଣ କମିବ, ଏବଂ ଇନ୍ଧନ କିଣିବା ଖର୍ଚ୍ଚ ମଧ୍ୟ କମିବ। ଏହି ପଲିସି ଅନ୍ତର୍ଭୁକ୍ତ ଗାଡ଼ିଗୁଡ଼ିକ ସ୍ୱଂୟଚାଳିତ ଫିଟ୍‌ନେସ ସେଣ୍ଟରରେ ଫିଟ୍‌ନେସ୍‌ ଟେଷ୍ଟ କରିବେ। ବ୍ୟକ୍ତଗତ ଯାନବାହନଗୁଡ଼ିକୁ ୨୦ ବର୍ଷ ପରେ ଫିଟ୍‌ନେସ୍ ଟେଷ୍ଟ କରିବାକୁ ପଡ଼ିବ। ସେହିପରି ବାଣିଜ୍ୟକ କ୍ଷେତ୍ରରେ ବ୍ୟବହାର ହେଉଥିବା ଗାଡ଼ିଗୁଡ଼ିକୁ ୧୫ ପରେ ଫିଟ୍‌ନେସ୍ ଟେଷ୍ଟ କରିବାକୁ ହେବ।" ତେବେ ଭେଇକଲ ସ୍କାର୍ପିଂ ପଲିସି ସମ୍ପର୍କିତ ଅଧିକ ତଥ୍ୟ ପରେ ମିଳିଯିବ ବୋଲି ନିର୍ମଳା କହିଛନ୍ତି.

Advertisment

ଏହା ପୂର୍ବରୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀ କହିଥିଲେ ଯେ ୧୫ ବର୍ଷ ପୁରୁଣା ଗାଡ଼ିକୁ ଖୁବ୍‌ଶୀଘ୍ର ହଟାଇ ନେବ।କୁ ଏକ ପଲିସ ଆସିପାରେ। ସମ୍ବବତଃ ଏହା ୨୦୨୨ ଏପ୍ରିଲ୍ ୧ ତାରିଖ ଆଡ଼କୁ ଲାଗୁ ହୋଇପାରେ। ଏହି ପଲିସି ସରକାର ଅନୁମୋଦନ କରିଛନ୍ତି।

ସଡ଼କ ପରିହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ୱାରା ଜାରି କରିଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ " ସରକାର ଓ ପିଏସ୍‌ୟୁ ଅଧୀନରେ ଚାଲୁଥିବା ୧୫ରୁ ଅଧିକ ପୁରୁଣା ଗାଡ଼ିକୁ ହଟାଇ ନେବା ବା ପଞ୍ଜିକରଣରୁ ବାହାର କରିଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।" ୧ ଏପ୍ରିଲ୍‌ ୨୦୨୨ରେ ଏହା କାର୍ଯ୍ୟକାରୀ ହେବ ବୋଲି କୁହାଯାଇଥିଲା।

ପୂର୍ବରୁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ିକୁ ହଟାଇବା ସରକାର ଯୋଜନା କରିଥିଲେ। ଏଥିପାଇଁ  ମୋଟର ଯାନ ଆଇନ୍‌ରେ ସଂସୋଧନ କରିବା ପାଇଂ ୨୦୧୯ ଜୁଲାଇ ୨୬ ତାରିଖରେ ସରକାର ଏକ ପ୍ରସ୍ତାବ ଆଣିଥିଲେ।

ପଢନ୍ତୁ: ୨୦୨୧-୨୨ ସାଧାରଣ ବଜେଟ୍‌ ଅପଡେଟ 

Union Budget 2021
Advertisment
Advertisment