/odishatv-khabar/media/post_attachments/uploadimage/library/16_9/16_9_0/nirmala_1627366460.jpg)
nirmala
ନୂଆଦିଲ୍ଲୀ: ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରଥମ ଥର ପାଇଁ ପେପର୍ ଲେସ୍ ହୋଇଛି ବଜେଟ୍। ଟ୍ୟାବ୍ରେ ବଜେଟ୍ ଉପସ୍ଥାପନ କରିଛନ୍ତି ନିର୍ମଳା। ଆରମ୍ଭରୁ କରୋନା ସ୍ଥିତି ଓ ଓ ସଂକ୍ରମଣ ରୋକିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଆଲୋଚନା କରିଛନ୍ତି ନିର୍ମଳା। ତା ସହିତ କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ସହିତ ଭ୍ୟାକ୍ସିନ ସମ୍ପର୍କରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ। ଚଳିତ ବଜେଟ୍ରେ ୬ଟି ସ୍ତମ୍ବ ଉପରେ ପ୍ରସ୍ତାବ ଦିଆଯାଇଛି।
ସେଥିମଧ୍ୟରୁ ପ୍ରଥମ ସ୍ତମ୍ବ ରହିଛି ସ୍ୱାସ୍ଥ୍ୟ ସେବା ଓ କଲ୍ୟାଣ। ଚଳିତ ବର୍ଷ ମୋଦି ସରକାର ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦେଇଥିବା କହିଛନ୍ତି ଅର୍ଥମନ୍ତ୍ରୀ। ଏହାପରେ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ସ୍ୱାସ୍ଥ୍ୟ ସେବା ପାଇଁ ବଜେଟରେ ବ୍ୟାପକ ବ୍ୟବସ୍ଥା ହୋଇଛି। ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ ପାଇଁ ପ୍ରାଥମିକତା ଦିଆଯିବ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଯୋଜନା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
ଏହି ଯୋଜନା ପାଇଁ ୬୪,୦୦୦ କୋଟି ଟଙ୍କାର ବ୍ୟୟବରଦା ହୋଇଛି। ୬ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ଭିତ୍ତିଭୂମି ବିକାଶ ପାଇଁ ୬୪, ୧୮୦ କୋଟିର ବ୍ୟୟବରାଦ କରାଯାଇଥିବା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଯାହା ଧୀରେ ଧୀରେ ବିଭିନ୍ନ କ୍ଷେତ୍ର ପାଇଁ ପୁଞ୍ଜି ଅନୁମୋଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଏଥି ସହିତ WHO ର ଦକ୍ଷିଣ ଏସୀୟ ଶାଖା ସ୍ଥାପନ ପାଇଁ ବ୍ୟବସ୍ଥା ହେବ। ପ୍ରତି ଜିଲ୍ଲାରେ ସ୍ଥାପନ ହେବ ସମନ୍ୱିତ ପରୀକ୍ଷାଗାର ହେବା ସହିତ ଦେଶରେ ୧୫ଟି ହେଲ୍ଥ ଏମର୍ଜେନ୍ସି ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି ନିର୍ମଳା ସୂଚନା ଦେଇଛନ୍ତି। ତା ସହିତ ସ୍ୱଚ୍ଛ ପାନୀୟ ଜଳ ପାଇଁ ବଜେଟ୍ରେ ୨.୮୭ ଲକ୍ଷ କୋଟି ବ୍ୟୟବରାଦ କରିଛନ୍ତି ନିର୍ମଳା ସୀତାରମଣ। କରୋନା ଭ୍ୟାକସିନ ଉତ୍ପାଦନ ପାଇଁ ମଧ୍ୟ ୩୫ ହଜାର କୋଟି ବ୍ୟୟବରାଦ ହୋଇଛି।
ଜାତୀୟ ସ୍ୱାସ୍ଥ୍ୟ ମିଶନ ସହିତ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା ଯୋଡ଼ାଯିବ। ଏହି ଯୋଜନା ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କାମ କରିବା ସହିତ ଏ କ୍ଷେତ୍ରରେ ନୂଆ ଅନୁଷ୍ଠାନ ସୃଷ୍ଟି କରିବାରେ ସାହାଯ୍ୟ କରିବ। ଏନେଇ ଅର୍ଥମନ୍ତ୍ରୀ କହିଛନ୍ତି " ଆଜି ଦେଶ ଏଭଳି ଏକ ପରିସ୍ଥିତିରେ ବଜେଟ୍ ଉପସ୍ଥାପନ କରୁଛି ଯାହା ପୂର୍ବରୁ କେବେ ହୋଇନଥିଲା। ଆଜି ଭାରତ ପାଖରେ ଦୁଇଟି କରୋନା ଟିକା ରହିଛି। ଯାହା ଆମ ସୁରକ୍ଷା କବଚ ପାଲଟିଛି। କେବଳ ଆମ ଦେଶର ନାଗରିକଙ୍କ ପାଇଁ ନୁହେଂ ବରଂ ୧୦୦ ଅନ୍ୟ ଦେଶକୁ ବି ସୁରକ୍ଷା ଦେଉଛି। ତା ସହିତ ଖୁବ୍ଶୀଘ୍ର ଅନ୍ୟ ଦୁଇଟି ଭ୍ୟାକ୍ସିନ ମଧ୍ୟ ଆସିବାର ଅଛି।"
ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା ୧୭ ହଜରା ଗ୍ରାମାଞ୍ଚଳ ଏବଂ ୧୧ ହଜାର ସହରାଞ୍ଚଳକୁ ସ୍ୱାସ୍ଥ୍ୟ ମିଶକୁ ସହଯୋଗ କରିବ। ଏଥିସହିତ ୨୦୨୧-୨୨ ବର୍ଷ ପାଇଁ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ନିର୍ମଳା। ତା ସହିତ ଆବଶ୍ୟକ ପଡ଼ିଲେ ଭବିଷ୍ୟତରେ ଏଥିପାଇଁ ଅଧିକ ଅର୍ଥ ବରାଦ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ଭ୍ୟାକ୍ସିନ ପାଇଁ ବରାଦ ହୋଇଥିବା ଅର୍ଥ ଭ୍ୟାକ୍ସିନ ପ୍ରସ୍ତୁତି, ବିତରଣ ଓ ଟିକାକରଣ ପାଇଁ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)