Advertisment

ସୁଶାନ୍ତଙ୍କ ବିୟୋଗ ସହି ନ ପାରି ପ୍ରାଣ ହାରିଲେ ଭାଉଜ

ନୂଆଦିଲ୍ଲୀ:ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଅକସ୍ମାତ ବିୟୋଗରେ ଯେମିତି ଭାଙ୍ଗିପଡ଼ିଛି ସାରା ଦେଶ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି।  ତେବେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆଖିବୁଜିଛନ୍ତି ତାଙ୍କ ପରିବାରର ଆଉ ଜଣେ ସଦସ୍ୟ। ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ ସୁଧା। ଗୋଟିଏ ପଟେ ଚାଲିଥିଲଶ ସୁଶାନ୍ତଙ୍କର ଅନ୍ତିମ ସଂସ୍କାର, ଅନ୍ୟପଟେ ବିହାରରେ ରହୁଥିବା ତାଙ୍କର ଭାଉଜ ପ୍ରାଣ ହରାଇଥିଲେ। […]

author-image
Minati Mishra
ସୁଶାନ୍ତଙ୍କ ବିୟୋଗ ସହି ନ ପାରି ପ୍ରାଣ ହାରିଲେ ଭାଉଜ

sushant singh rajput suicide

ନୂଆଦିଲ୍ଲୀ:ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଅକସ୍ମାତ ବିୟୋଗରେ ଯେମିତି ଭାଙ୍ଗିପଡ଼ିଛି ସାରା ଦେଶ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି।  ତେବେ ଏପରି ସମୟରେ ତାଙ୍କ ପରିବାରକୁ ଆଉ ଏକ ଦୁଃଖ। ସୁଶାନ୍ତଙ୍କ ଏପରି ଅକାଳ ବିୟୋଗକୁ ସହି ନ ପାରି ଆଖିବୁଜିଛନ୍ତି ତାଙ୍କ ପରିବାରର ଆଉ ଜଣେ ସଦସ୍ୟ। ସେ ହେଉଛନ୍ତି ସୁଶାନ୍ତଙ୍କ ଭାଉଜ ସୁଧା।

Advertisment

ଗୋଟିଏ ପଟେ ଚାଲିଥିଲଶ ସୁଶାନ୍ତଙ୍କର ଅନ୍ତିମ ସଂସ୍କାର, ଅନ୍ୟପଟେ ବିହାରରେ ରହୁଥିବା ତାଙ୍କର ଭାଉଜ ପ୍ରାଣ ହରାଇଥିଲେ। ଖବର ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ସେ ଖାଇବା ପିଇବା ଛାଡି ଦେଇଥିଲେ।

ସୁଶାନ୍ତଙ୍କ ଦାଦା ପୁଅ ଭାଇଙ୍କ ପତ୍ନୀ ସୁଧା ଦେନି। ସେ ବିହାରର ପୁର୍ଣ୍ଣିୟାରେ ରହୁଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ପାଇବା ପରେ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା।  ସେ ଖାଇବା-ପିଇବା ଛାଡ଼ି ଦେଇଥିଲେ।  ଯେଉଁ ସମୟରେ ମୁମ୍ବଇରେ ସୁଶାନ୍ତଙ୍କୁ ଶେଷ ବିଦାୟ ଦିଆଯାଉଥିଲା, ଠିକ୍‌ ସେହି ସମୟରେ ପୁର୍ଣ୍ଣିୟାରେ ସୁଧା ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଏହି ଘଟଣା ପରେ ତାଙ୍କ ପରିବାରରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା।

Advertisment

ବଲିଉଡ୍ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବହୁ ରାଜନେତା ଶୋକପ୍ରକାଶ କରିଛନ୍ତି।

Sushant Singh Rajput Death Sushant Singh Rajput Suicide Sushant Singh Rajput Latest News ସୁଶାନ୍ତ ସିଂ ରାଜପୁତ୍‌
Advertisment
Advertisment