/odishatv-khabar/media/post_attachments/uploadimage/library/16_9/16_9_0/corona-28_1625510027.jpg)
corona
ନୂଆଦିଲ୍ଲୀ: କରୋନାଭାଇରସର ସଂକ୍ରମଣ ବଢ଼ିବାର ପ୍ରମୁଖ କାରଣ ହେଉଛି କମ୍ ଟେଷ୍ଟିଂ ଓ ପରୀକ୍ଷଣର ପରିମାଣ। ଏଭଳି ସଙ୍କଟଜନକ ସ୍ଥିତିରେ ସିଙ୍ଗାପୁରର ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଏମିତି ଏକ ଟେକନିକ୍ ବିକଶିତ କରିଛନ୍ତି, ଯେଉଁଥିରେ ମାତ୍ର ୩୬ ମିନିଟରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଅଛନ୍ତି କି ନାହିଁ, ତାହା ଜଣାପଡ଼ିଯିବ।
ବର୍ତ୍ତମାନ ଯେଉଁଭଳି ପରୀକ୍ଷଣ କରାଯାଉଛି, ସେଥିରେ ରେଜଲ୍ଟ ଆସିବାକୁ କେଇ ଘଣ୍ଟା ଲାଗିଯାଉଛି ଏବଂ ସେତେବେଳକୁ ପଜିଟିଭ୍ ଆସିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ଆଉ କିଛି ଲୋକ ମଧ୍ୟ ସଂକ୍ରମିତ ହୋଇ ଯାଆନ୍ତି। କେବଳ ଏତିକି ନୁହେଁ, ବର୍ତ୍ତମାନର ଟେଷ୍ଟିଂ ଟେକନିକ୍ ଦ୍ୱାରା ସଠିକ୍ ରେଜଲ୍ଟ ପାଇଁ ଜଣେ ଉଚ୍ଚ ପ୍ରଶିକ୍ଷିତ ଟେକନିକ୍ କର୍ମଚାରୀଙ୍କର ମଧ୍ୟ ଆବଶ୍ୟକ ହେଉଛି।
/odishatv-khabar/media/post_attachments/wp-content/uploads/2020/07/corona-testing-1.jpg)
ଏହସବୁ ସମସ୍ୟାକୁ ଆଖି ଆଗରେ ରଖି ସିଙ୍ଗାପୁର ବିଶେଷଜ୍ଞ ଏଭଳି ଏକ ଟେକନିକକୁ ବିକଶିତ କରିଛନ୍ତି, ଯେଉଁଥିରେ କେବଳ ୩୬ ମିନିଟରେ ହିଁ କୌଣସି ବ୍ୟକ୍ତିଙ୍କ ଭିତରେ କରୋନା ଭୂତାଣୁ ଅଛି କି ନାହିଁ, ତାହା ଜଣାପଡ଼ିଯିବ।
ସିଙ୍ଗାପୁରର ନାନୟାଙ୍ଗ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (ଏନଟିସି)ର ମେଡିସିନ୍ ବିଶେଷଜ୍ଞ ନୂଆ ଟେଷ୍ଟିଂ ଟେକନିକକୁ ନେଇ ଲ୍ୟାବରେ ପରୀକ୍ଷା ପାଇଁ ଲାଗୁଥିବା ସମୟକୁ କମ୍ କରିବା ଏବଂ ଶସ୍ତା କରିବାରର ଟେକନିକକୁ ନେଇ କିଛି ପ୍ରସ୍ତାବ ଦେଇଛି। ବୈଜ୍ଞାନିକମାନେ ଯେଉଁ ନୂଆ ଟେକନିକକୁ ପରୀକ୍ଷଣ ପାଇଁ ବିକଶିତ କରିଛନ୍ତି, ତା'ର ନାଁ ପଲିମରେଜ୍ ଚେନ୍ ରିଆକ୍ସନ୍ (ପିସିଆର୍) ରଖାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)