Advertisment

ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ

ପୁଣେ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନିଲାଙ୍ଗେକର (Shivajirao Patil Nilangekar)ଙ୍କର ବୁଧବାର ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସ୍କ  ଶିବାଜିରାଓ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ। ଏଠି କହିରଖିବୁ, ଶିବାଜୀରାଓ କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। […]

author-image
Minati Mishra
ପରଲୋକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ

sibaji rao

ପୁଣେ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବାଜିରାଓ ପାଟିଲ ନିଲାଙ୍ଗେକର (Shivajirao Patil Nilangekar)ଙ୍କର ବୁଧବାର ପରଲୋକ ହୋଇଯାଇଛି। ୮୯ ବର୍ଷ ବୟସ୍କ  ଶିବାଜିରାଓ କିଛି ଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ସୂତ୍ରରୁ ପ୍ରକାଶ।

Advertisment

ଏଠି କହିରଖିବୁ, ଶିବାଜୀରାଓ କରୋନା ଆକ୍ରାନ୍ତ ହୋଇଥିଲେ। ମାତ୍ର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ରିପୋର୍ଟ ନେଗେଟିଭ ଆସିଥିଲା। ପରେ ତାଙ୍କୁ ଡାକ୍ତରଖାନାରୁ ଡିସ୍‌ଚାର୍ଜ କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ଶିବାଜୀରାଓ ୧୯୮୫ରୁ ୧୯୮୬ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦରେ ଆସୀନ ଥିଲେ।

୧୯୮୫ରେ ଏମ୍‌ଡି ପରୀକ୍ଷାରେ ନିଜ ଝିଅ ଓ ତାଙ୍କ ବନ୍ଧୁଙ୍କୁ ସାହାଯ୍ୟ କରିବା ପାଇଁ ଅନିୟମିତତା ହୋଇଥିବା ଅଭିଯୋଗରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Advertisment
Advertisment
Advertisment