Advertisment

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବନି ଶିବସେନା; ବିଜେପିକୁ ହରାଇବା ପାଇଁ ଦିଦିଙ୍କୁ ଦେବ ସମର୍ଥନ

ମୁମ୍ବାଇ: ପଶ୍ଚିମବଙ୍ଗ ରାଜନୀତି ମଇଦାନକୁ ଓହ୍ଲାଇବନି ଉଦ୍ଧବଙ୍କ ଶିବସେନା। ବରଂ ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ। ଏନେଇ ଆଜି ଶିବସେନା ପକ୍ଷରୁ ଘୋଷଣା କରାଯାଇଛି। ଦଳ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବନି ବରଂ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ ବୋଲି ଶିବସେନା ଘୋଷଣା କରିଛି। ମମତାଙ୍କୁ ରିୟଲ ରୟାଲ ବେଙ୍ଗଲ ଟାଇଗ୍ରୀସ ବୋଲି କହିବା ସହିତ ସମର୍ଥନ ଜଣାଇଛି ଶିବସେନା। ବିଜେପିକୁ କଡ଼ା ଟକ୍କର ଦେବାକୁ ଶିବସେନା ରାଷ୍ଟ୍ରୀୟ ଜନତା ଦଳ ଏବଂ […]

author-image
Abinash Pati
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲଢ଼ିବନି ଶିବସେନା; ବିଜେପିକୁ ହରାଇବା ପାଇଁ ଦିଦିଙ୍କୁ ଦେବ ସମର୍ଥନ

mamata sanjay

ମୁମ୍ବାଇ: ପଶ୍ଚିମବଙ୍ଗ ରାଜନୀତି ମଇଦାନକୁ ଓହ୍ଲାଇବନି ଉଦ୍ଧବଙ୍କ ଶିବସେନା। ବରଂ ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ। ଏନେଇ ଆଜି ଶିବସେନା ପକ୍ଷରୁ ଘୋଷଣା କରାଯାଇଛି। ଦଳ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବନି ବରଂ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ ବୋଲି ଶିବସେନା ଘୋଷଣା କରିଛି। ମମତାଙ୍କୁ ରିୟଲ ରୟାଲ ବେଙ୍ଗଲ ଟାଇଗ୍ରୀସ ବୋଲି କହିବା ସହିତ ସମର୍ଥନ ଜଣାଇଛି ଶିବସେନା।

Advertisment

ବିଜେପିକୁ କଡ଼ା ଟକ୍କର ଦେବାକୁ ଶିବସେନା ରାଷ୍ଟ୍ରୀୟ ଜନତା ଦଳ ଏବଂ ସମାଜବାଦୀ ପାର୍ଟୀ ସହିତ ଯୋଗ ଦେଇ ଟିଏମ୍‌ସିକୁ ସମର୍ଥନ ଦେବ।

ଏନେଇ ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ କହିଛନ୍ତି “ସମ୍ପୂର୍ଣ୍ଣ ଦେଶ, କେନ୍ଦ୍ର ସରକାର, ମୁଖ୍ୟମନ୍ତ୍ରୀ ଆଦି ମମତା ବାନାର୍ଜୀଙ୍କ ବିରୋଧରେ ଲାଗିପଡ଼ିଛନ୍ତି। ଏମିତି ଲାଗୁଛି ଯେମିତି ମମତା ଦିଦି ଭର୍ସେସ୍‌ ଅଲ୍‌। ତେଣୁ ଏମିତି ପରିସ୍ଥିତିରେ ବେଙ୍ଗଲ୍‌ରେ ନିର୍ବାଚନ ଲଢ଼ିବା ଠିକ୍‌ ନୁହେଁ ବୋଲି ଉଦ୍ଧବ ଠାକ୍‌ରେ କହିଛନ୍ତି। ତେଣୁ ଆମର ଯେତେ ଶକ୍ତି ଅଛି ଆମେ ମମତା ଦିଦିଙ୍କ ସହିତ ଜୁଟାଇବୁ। ଆମେ ସବୁବେଳେ କହିଛୁ ଯେ ମମତା ଦିଦି ପଶ୍ଚିମବଙ୍ଗର ବାଘୁଣୀ। ଆମର ସମର୍ଥନ ତାଙ୍କ ସହିତ ରହିଛି।

Advertisment

ସଞ୍ଜୟ ଆହୁରି କହିଛନ୍ତି ଯେ “ ମମତାଙ୍କ ବିରୋଧରେ ସବୁ ଏମ୍‌ର ଦୁର୍ବ୍ୟବହାର ହେଉଛି। ମନି, ମସଲ ଓ ମିଡିଆ ଏହି ତିନି ଏମ୍‌ର ବ୍ୟବହାର ବା ଦୁର୍ବ୍ୟବହାର କରାଯାଉଛି। ନିର୍ବାଚନରେ ମୁକାବିଲା ହୁଏ କିନ୍ତୁ ବେଙ୍ଗଲ୍‌ରେ ଯାହା ହେଉଛି ତାହା ଅଲଗା”

ନିର୍ବାଚନ ଲଢ଼ିବା ନେଇ ସଞ୍ଜୟ କହିଛନ୍ତି ଯେ ଆମେ କହିଛୁ ଯେ ଆମେ ନିର୍ବାଚନ ଲଢ଼ିବୁ ନାହିଁ। ଆମେ ଚାହୁଁଛୁ ଯେ ମମତା ଦିଦି ସେଠାରେ ବିଜୟୀ ହୋଇ ଆସନ୍ତୁ।

ବେଙ୍ଗଲରେ ନିର୍ବାଚନନ ଏଇ ପୂର୍ବରୁ ଘୋଷଣା କରିସାରିଛନ୍ତି ନିର୍ବାଚନ କମିଶନ। ଏଠାରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବ। ନିର୍ବାଚନ କମିଶନଙ୍କ ଅନୁସାରେ ୨୭ ମାର୍ଚ୍ଚରୁ ମତଦାନ ଆରମ୍ଭ ହୋଇ ଏପ୍ରିଲ୍‌ ୨୯ ପର୍ଯ୍ୟନ୍ତ ଚାଲିବ। ସେହିପରି ମେ ୨ ତାରିଖଠାରୁ ଭୋଟ୍‌ ଗଣନା ଆରମ୍ଭ ହେବ।

ସୂଚନା ଥାଉକି  ଜାନୁଆରୀ ୧୨ ତାରିଖରେ ଶିବସେନା ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିଲା। ଶିବସେନା ଖୁବ୍‌ଶୀଘ୍ର କୋଲକାତାରେ ପହଞ୍ଚିବା ବୋଲି ଲେଖି ଟ୍ୱିଟ୍ କରିଥିଲା ରାୱତ।

ତେବେ ଶିବସେନା ସମର୍ଥନ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ସାଂସଦ ମନୋଜ କୋଟାକ କହିଛନ୍ତି ଯେ ଜୟ ଶ୍ରୀ ରାମ୍‌ ନାରା ଚିଡ଼ିଯାଉଥିବା ମମତା ବାନାର୍ଜୀଙ୍କୁ ଦଳ ସମର୍ଥନ କରୁଛି।

ଏନେଇ ସେ କହିଛନ୍ତି “ କାଗଜ ବାଘ ବେଙ୍ଗଲରେ ନିର୍ବାଚନ ଲଢ଼ିବ ନାହିଁ। କିନ୍ତୁ ଯେଉଁ ମମତା ଦିଦି ଜୟ ଶ୍ରୀ ରାମ ନାରାରେ ଚିଡ଼ିଯାଉଛନ୍ତି ସେମାନେ ତାଙ୍କୁ ସମର୍ଥନ ଦେବାକୁ ଯାଉଛନ୍ତି। ଶିବସେନା ହିନ୍ଦୁତ୍ୱ ଅଦର୍ଶରୁ ବହୁ ଦୂରକୁ ଚାଲିଯାଇଛି। ମୋଦି ବିରୋଧୀମାନେ ବର୍ତ୍ତମାନ ପ୍ରଭୁ ଶ୍ରୀରାମଙ୍କ ବିରୋଧୀ ହୋଇଛନ୍ତି। ପ୍ରଭୁ ଶ୍ରୀରାମ ସେମାନଙ୍କୁ ସୁରକ୍ଷା ଦିଅନ୍ତୁ।” ବୋଲି କହିଛନ୍ତି ମନୋଜ।

West Bengal Election 2021
Advertisment
Advertisment