/odishatv-khabar/media/post_attachments/uploadimage/library/16_9/16_9_0/180923142119-abhilash-tomy-close-super-tease_1626762380.jpg)
abhilash-tomy
ନୂଆଦିଲ୍ଲୀ: ତିନିଦିନ ପରେ ଉଦ୍ଧାର ହେଲେ ନୌସେନା କମାଣ୍ଡର୍ ଅଭିଳାଶ ଟୋମି। ଅଷ୍ଟ୍ରେଲିୟନ୍ ରେସ୍କ୍ୟୁ ଟିମ୍ ସାହାଯ୍ୟରେ ଦୀର୍ଘ ଦିନର ରେସ୍କ୍ୟୁ ଅପରେସନ୍ ପରେ ଆଜି ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଭାରତୀୟ ନୌସେନା।
ତାଙ୍କ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଛି। ତେଣୁ ତାଙ୍କ ଚିକିତ୍ସା କରାଯାଉଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛିା ଗତକାଲି ତାଙ୍କୁ ଠାବ କରାଯାଇଥିଲା। ସେନା ପକ୍ଷରୁ ଦୁଇଟି ଯୁଦ୍ଧ ଜାହାଜ ସହ ଚପର ଓ ଏୟାର୍କ୍ରାଫ୍ଟ ଏହି ଅପରେସନ୍ରେ ନିୟୋଜିତ ହୋଇଛନ୍ତି।
ନୌସେନାର କମାଣ୍ଡର୍ ଅଭିଳାଶ ସମୁଦ୍ର ପଥରେ ଏକା ବିଶ୍ୱ ପରିକ୍ରମା କରିବା ପାଇଁ ବାହାରିଥିଲେ।
ସେ ଭାରତ ମହାସାଗର ନିକଟରେ ପହଞ୍ଚିବା ସମୟରେ ହଠାତ ୧୪ ମିଟର୍ ଉଚ୍ଚରେ ଏକ ଜୁଆର ମାଡ଼ି ଆସିଥିଲା। ଏବଂ ୧୩୦ କିଲୋମିଟର ବେଗରେ ପବନ ବହିଥିଲା। ଫଳରେ ତାଙ୍କ ବୋଟ୍ ଦୁର୍ଘଟଣା ଗସ୍ତ ହେବା ସହ ସେ ଗୁରୁତର ଆହତ ହୋଇଥିଲେ।
ଦକ୍ଷିଣ ଭାରତ ମହାସାଗରରେ ଫସି ରହିଥିବା ଅଭିଳାଷ ତଥାପି ହାର ମାନି ନଥିଲେ। ଅଦମ୍ୟ ସାହସ ତାଙ୍କୁ ବଞ୍ଚାଇ ରଖିଥିଲା। ତାଙ୍କ ପାଖରେ ଥିବା ସାଟେଲାଇଟ୍ ଫୋନ୍ରେ ବ୍ୟାଟେରୀ ସରି ଆସିଥିଲା। ଅତ୍ୟାଧୁନିକ ଭିଏଚ୍ଏଫ୍ ରେଡିଓ ସେଟ୍ ଅକାମୀ ହୋଇପଡ଼ିଥିଲା। ତେବେ ଜିପିଏସ୍ ମାଧ୍ୟମରେ ତାଙ୍କୁ ଠାବ କରିଥିଲା ରେସ୍କ୍ୟୁ ଟିମ୍।
ଗୋଲ୍ଡେନ୍ ଗ୍ଲୋବ୍ ରେସ୍ରେ ଭାଗ ନେଇଥିବା ଅଭିଳାଷ ପାଲଟଣା ଡଙ୍ଗାରେ ବାହାରିଥିଲେ। କମାଣ୍ଡର୍ ଅଭିଳାଷ ଟୋମୀ ପ୍ରଥମ ଭାରତୀୟ ଯିଏ ଏକାକୀ ଜଳ ପଥରେ ବିଶ୍ୱ ପରିକ୍ରମା କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)