Advertisment

ଭାରତରେ ସ୍ଥଗିତ ହେଲା କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲ୍

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ସାଧାରଣ ଲୋକଙ୍କ ପାଖରେ କରୋନା ଭ୍ୟାକସିନ୍ କେବେ ପହଞ୍ଚିବ। କିନ୍ତୁ ଏବେ ଭ୍ୟାକସିନକୁ ନେଇ ଆସିଛି ଆସିଛି ଦୁଃଖଦ ଖବର। ଭାରତରେ ଏବେ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ ସ୍ଥଗିତ କରିଦିଆଯାଇଛି। ଆମେରିକା ଅକ୍ସଫୋର୍ଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ ବନ୍ଦ କରିବା ନେଇ ଘୋଷଣା କରିଛି ସେରମ୍ ଇନଷ୍ଟିଚ୍ୟୁଟ୍। ଏ ନେଇ ସେରମ୍ […]

author-image
Ranjeet Kumar Jena
ଅଦ୍ୟତନ ହୋଇଛି
ଭାରତରେ ସ୍ଥଗିତ ହେଲା କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲ୍

covashield

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହା ମଧ୍ୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ସାଧାରଣ ଲୋକଙ୍କ ପାଖରେ କରୋନା ଭ୍ୟାକସିନ୍ କେବେ ପହଞ୍ଚିବ। କିନ୍ତୁ ଏବେ ଭ୍ୟାକସିନକୁ ନେଇ ଆସିଛି ଆସିଛି ଦୁଃଖଦ ଖବର। ଭାରତରେ ଏବେ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ ସ୍ଥଗିତ କରିଦିଆଯାଇଛି।

Advertisment

ଆମେରିକା ଅକ୍ସଫୋର୍ଡ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଭ୍ୟାକସିନର ଟ୍ରାଏଲକୁ ବନ୍ଦ କରିବା ନେଇ ଘୋଷଣା କରିଛି ସେରମ୍ ଇନଷ୍ଟିଚ୍ୟୁଟ୍। ଏ ନେଇ ସେରମ୍ ପକ୍ଷରୁ କୁହାଯାଇଛି ଯେ ଆମେ ବର୍ତ୍ତମାନ ପରୀକ୍ଷଣରୋ ସାମୟିକ ବିରତି ଦେଉଛୁ। ଏହାସହ ଆମେ ପରିସ୍ଥିତିକୁ ସମୀକ୍ଷା କରୁଛୁ। ଆଷ୍ଟ୍ରାଜେନେକା ପୁଣି ତା'ର ପରୀକ୍ଷଣ ଆରମ୍ଭ ନକରିବା ଯାଏ, କୋଭିସିଲ୍ଡର ପରୀକ୍ଷଣ ବନ୍ଦ ରହିବ। ଆମେ କେବଳ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ପାଳନ କରୁଛୁ। ଏହି ବିଷୟରେ ଆଉ କିଛି କହିପାରିବୁ ନାହିଁ।’

ସୂଚନାଯୋଗ୍ୟ ଯେ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଆଷ୍ଟ୍ରାଜେନକା ସହ ମିଳିତ ଭାବେ ଅକ୍ସଫୋର୍ଡ ୟୁନିଭର୍ସିଟି ପାଇଁ କୋଭିସିଲ୍ଡ ଟିକା ଉତ୍ପାଦନ କରୁଛି। ଗତ ସେପ୍ଟେମ୍ବର ୮ ତାରିଖରେ ବ୍ରିଟେନରେ ଆଷ୍ଟ୍ରାଜେନକାର ଟ୍ରାଏଲରେ ଜଣେ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିବାରୁ ଏହି ଫାର୍ମା କମ୍ପାନୀ ଟ୍ରାଏଲ ସ୍ଥଗିତ ରଖିଛି।

Advertisment
Advertisment
Advertisment