/odishatv-khabar/media/post_attachments/uploadimage/library/16_9/16_9_0/sero-survey_1623417910.jpg)
sero-survey
ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଜାତୀୟ ସ୍ତରରେ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । କରୋନା ସଂକ୍ରମଣର ଘନତ୍ୱ ଜାଣିବାକୁ ପୁଣି ହେବ ହେବ ଜାତୀୟ ସେରୋ ସର୍ଭେ । ନିତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡାକ୍ତର ଭି.କେ. ପଲ ଏନେଇ ସୂଚନା ଦେଇଛନ୍ତି । ଭୂତାଣୁ କେତେ ଲୋକଙ୍କୁ ଛୁଇଁଲାଣି ଜାଣିବାକୁ ହେଲେ ସେରୋ ସର୍ଭେ ଆରମ୍ଭ କରିବାକୁ ହେବ ବୋଲି ସେ କହିଛନ୍ତି । ରାଜ୍ୟମାନେ ମଧ୍ୟ ସେରୋ ସର୍ଭେ କରିବା ଉଚିତ୍ ବୋଲି କହିଛନ୍ତି ଡାକ୍ତର ପଲ୍ ।
ଦେଶରେ ଏବେ କରୋନା ସଂକ୍ରମଣ କମୁଥିବା ବେଳେ ଏବେ ତୃତୀୟ ଲହରକୁ ନେଇ ଚିନ୍ତା କରାଯାଉଛି । ଏମିତିକି କିଛି ରାଜ୍ୟ ତୃତୀୟ ଲହର ସହ ଲଢ଼େଇ କରିବା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ସାରିଲେଣି । କରୋନାର ତୃତୀୟ ଲହରୀକୁ ମାତ ଦେବାକୁ ହେଲେ ସମସ୍ତଙ୍କୁ ଟିକା ନେବାକୁ ହେବ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି । କେନ୍ଦ୍ର ସରକାର ଏଥିପ୍ରତି ବିଶେଷ ଗୁରୁତ୍ୱ ଦେବା ଉଚିତ୍ ।
ତେବେ ସ୍ୱାସ୍ଥ୍ୟମନ୍ତ୍ରାଳୟ ମୁତାବିକ କରୋନା ଗାଇଡ୍ଲାଇନ୍କୁ ଯଦି ଠିକରେ ପାଳନ କରା ନ ଯାଏ, ତେବେ ପୁଣି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇପାରେ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣର ନୂଆ ମାମଲା ୯୧,୭୦୨ ସାମ୍ନାକୁ ଆସିଥିବା ବେଳେ ୩,୪୦୩ ଆକ୍ରାନ୍ତ ଜୀବନ ହରେଇଥିବା ଜଣାଯାଇଛି । ନୂଆ ମାମଲା ମିଶି ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୨,୭୪,୮୨୩କୁ ବୃଦ୍ଧି ପାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାଜନିତ ୧୧ ଲକ୍ଷ ୨୧ ହଜାର ୬୭୧ଟି ସକ୍ରିୟ ମାମଲା ଥିବାବେଳେ ୨ କୋଟି ୭୭ ଲକ୍ଷ ୯୦ ହଜାର ୭୩ ଜଣ ଲୋକ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୬୩ ହଜାର ୭୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ମହାରାଷ୍ଟ୍ର କରୋନା କବଳରୁ ଏକ ପ୍ରକାର ମୁକ୍ତି ପାଇଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)