Advertisment

ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ଙ୍କ ବିରୋଧରେ ପିଏସ୍‌ଓ ଆକ୍ଟରେ ମାମଲା ରୁଜୁ

ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜେକେଏଲ୍‌ଏଫ୍‌ (ଜମ୍ମୁ ଆଣ୍ଡ କଶ୍ମୀର ଲିବରେସନ ଫଣ୍ଡ୍‌) ପାର୍ଟି ମୁଖିଆ ୟାସିନ୍‌ ମାଲିକଙ୍କୁ ପବ୍ଲିକ ସେଫ୍‌ଟି ଆକ୍ଟ(ପିଏସ୍‌ଏ)ରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ  ଜମ୍ମୁର ଭାଲ୍‌ୱାଲ୍‌ ଜେଲ୍‌କୁ  ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି  ଜେକେଏଲ୍‌ଏଫ୍‌ ପାର୍ଟିର ପ୍ରବକ୍ତା। ତେବେ ଏହି ସେଲ୍‌ରେ ଆଉ କୌଣସି କଏଦୀ ରହିବେ ନାହିଁ କିମ୍ବା ୟାସିନ୍‌ କାହା ସହ କଥା ହୋଇପାରିବେ ନାହିଁ। ପିଏସ୍‌ଏ ଆକ୍ଟ ଏହି ମାମଲା ଯେଉଁ ବ୍ୟକ୍ତିଙ୍କ ବିରୋଧରେ […]

author-image
Abinash Pati
ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ଙ୍କ ବିରୋଧରେ ପିଏସ୍‌ଓ ଆକ୍ଟରେ ମାମଲା ରୁଜୁ

yashin

ଶ୍ରୀନଗର: କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ତଥା ଜେକେଏଲ୍‌ଏଫ୍‌ (ଜମ୍ମୁ ଆଣ୍ଡ କଶ୍ମୀର ଲିବରେସନ ଫଣ୍ଡ୍‌) ପାର୍ଟି ମୁଖିଆ ୟାସିନ୍‌ ମାଲିକଙ୍କୁ ପବ୍ଲିକ ସେଫ୍‌ଟି ଆକ୍ଟ(ପିଏସ୍‌ଏ)ରେ ଗିରଫ କରାଯାଇଛି। ଏହାପରେ ତାଙ୍କୁ  ଜମ୍ମୁର ଭାଲ୍‌ୱାଲ୍‌ ଜେଲ୍‌କୁ  ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି  ଜେକେଏଲ୍‌ଏଫ୍‌ ପାର୍ଟିର ପ୍ରବକ୍ତା। ତେବେ ଏହି ସେଲ୍‌ରେ ଆଉ କୌଣସି କଏଦୀ ରହିବେ ନାହିଁ କିମ୍ବା ୟାସିନ୍‌ କାହା ସହ କଥା ହୋଇପାରିବେ ନାହିଁ।

Advertisment

ପିଏସ୍‌ଏ ଆକ୍ଟ ଏହି ମାମଲା ଯେଉଁ ବ୍ୟକ୍ତିଙ୍କ ବିରୋଧରେ ଲାଗୁ ହୋଇଥାଏ, ତାଙ୍କୁ ୨ ବର୍ଷ ପାଇଁ କୌଣସି ପ୍ରକାରର କୋର୍ଟ ଲଢ଼େଇର ସୁଯୋଗ ମିଳିବ ନାହିଁ। କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ଏବଂ ଦେଶର ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟ କରିବା ପାଇଁ ଲୋକଙ୍କୁ ଉସ୍‌କାଉଥିବାରୁ ୟାସିନ୍‌ଙ୍କୁ ପୁଲିସ୍‌ ଗିରଫ କରିଛି।

ୟାସିନ୍‌ ମାଲିକଙ୍କୁ କୋଟ ଭାଲୱାଲ ଜେଲ୍‌ର ରୁମ୍‌ ନମ୍ବର ୩ରେ ରଖାଯିବ। ଏହି ଉଚ୍ଚ ସୁରକ୍ଷିତ ଜେଲ୍‌ରେ ୫୧୦ ଜଣ କଏଦୀ ଅଛନ୍ତି। ଏମାନଙ୍କ ମଧ୍ୟରେ ୨୦୦ ଜଣ ପାକିସ୍ତାନୀ ଓ ସ୍ଥାନୀୟ ଆତଙ୍କୀ ରହିଛନ୍ତି।

Advertisment
Advertisment
Advertisment