/odishatv-khabar/media/post_attachments/uploadimage/library/16_9/16_9_0/hospital_1623135163.jpg)
hospital
ଲାହୋର:ପାକିସ୍ତାନର ଏକ ହସ୍ପିଟାଲରେ ୮୦ ବର୍ଷୀ ଜଣେ ମହିଳାଙ୍କ ଅପରେଶନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଡାକ୍ତରଖାନାର ସିକ୍ୟୁରିଟି ଗାର୍ଡ ମହିଳାଙ୍କର ଅପରେଶନ କରିଥିଲେ। ଅପରେଶନର ୨ ସପ୍ତାହର ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନର ଲାହୋର ହସ୍ପିଟାଲରେ ଘଟିଛି ଏପରି ଅଭାବନୀୟ ଘଟଣା। ଶମିମା ବେଗମ ନାମ୍ନୀ ଜଣେ ମହିଳା ୨ ସପ୍ତାହ ପୂର୍ବରୁ ପିଠିରେ ହୋଇଥିବା ଏକ କ୍ଷତର ଅସ୍ତ୍ରୋପଚାର କରାଇଥିଲେ। ହେଲେ ଅପରେଶନ ଡାକ୍ତର କରି ନ ଥିଲେ। କରିଥିଲେ ମୁହମ୍ମଦ ବାହିଦ ନାମକ ଜଣେ ସିକ୍ୟୁରିଟି ଗାର୍ଡ। କୁହାଯାଉଛି, ଏକ ସରକାରୀ ଡାକ୍ତରଖାନାରେ ଏପରି କାମ କରାଯାଇଛି।
ଲାହୋର ସ୍ଥିତ ମିଓ ହସ୍ପିଟାଲର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଥିଲେ, ଏହା ବହୁତ ବଡ ଡାକ୍ତରଖାନା ଅଟେ। ତେଣୁ କେତେବେଳେ କିଏ କେଉଁଠି କ’ଣ କଲା ତାହାର ଅପଡେଟ ଖବର ପ୍ରତି ମୁହୂର୍ତ୍ତରେ ରଖିବା ସମ୍ଭବପର ନୁହେଁ। ତେବେ ଅପରେଶନ ଥିଏଟରରେ ଜଣେ ସିକ୍ୟୁରିଟି ଗାର୍ଡ କିପରି ଅପରେଶନ କଲା ତାହା ସ୍ପଷ୍ଟ ହୋଇନାହିଁ। ସେ ସମୟରେ କ୍ୱାଲିଫାଏଡ ଟେକ୍ନିସିଆନ ଥିଲେ ବୋଲି ସେ କହିଛନ୍ତି।
ବେଗମଙ୍କ ପରିବାର ଏହି ଅପରେଶନ ପାଇଁ ବଟଙ୍କୁ ଟଙ୍କା ଦେଇଥିଲେ। ସେତିକି ନୁହେଁ, ଅପରେଶନର ଡ୍ରେସିଂ କରିବା ପାଇଁ ସିକ୍ୟୁରିଟି ଗାର୍ଡ ମହିଳାଙ୍କ ଘରକୁ ବି ଯାଇଥିଲେ। ଯେତେବେଳେ ଅପରେଶନ ଜାଗାରୁ ରକ୍ତ ପ୍ରବାହ ଜାରି ରହିବା ସହ ଯନ୍ତ୍ରଣା ବୃଦ୍ଧି ପାଇଲା ସେତେବେଳେ ପରିବାର ଲୋକେ ଜାଣିବାକୁ ପାଇଲେ ଯେ, ସେ ଡାକ୍ତର ନୁହଁନ୍ତି, ସିକ୍ୟୁରିଟି ଗାର୍ଡ। ଲାହୋର ପୋଲିସ ଶବକୁ ଜବତ କରିବା ସହ ଘଟଣାର ଯାଞ୍ଚ କରୁଛି।ତେବେ ମହିଳାଙ୍କ ମୃତ୍ୟୁ କିପରି ହେଲା ତାହା ଅଟୋପ୍ସି ଯାଞ୍ଚ ପରେ ହିଁ ଜଣାପଡ଼ିବ।
ଲାହୋର ପୋଲିସ ପକ୍ଷରୁ କୁହାଯାଇଛି, ଉକ୍ତ ସିକ୍ୟୁରିଟି ଗାର୍ଡ ଏବେ ପୋଲିସ କବ୍ଜାରେ ଅଛନ୍ତି। ତେବେ ବଟ ନିଜକୁ ଜଣେ ଡାକ୍ତର ବୋଲି ସମସ୍ତଙ୍କୁ କହୁଥିଲେ ଏବଂ ଅନେକ ରୋଗୀଙ୍କ ଘରକୁ ମଧ୍ୟ ଯାଉଥିଲେ। ମିଓ ଡାକ୍ତରଖାନା କର୍ମଚାରୀଙ୍କ କହିବା ଅନୁଯାୟୀ, ରୋଗୀଙ୍କଠାରୁ ବଟି ଆଦାୟ କରୁଥିବା ଅଭିଯୋଗରେ ବଟଙ୍କୁ ଡାକ୍ତରଖାନାରୁ ବାହାର କରି ଦିଆଯାଇଥିଲା। ଏହା ପରେ ସେ ଏପରି କାଣ୍ଡ ଘଟାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)